ମୃତ୍ୟୁର ଦ୍ଵିପ ପ୍ଲୁବ୍ଲକେଲିଆ, ଏଠାରେ ଥରେ ଯାହା ପାଦ ପଡିଛି ସେ ଆଉ କେବେ ଫେରିନାହିଁ

ଦୁନିଆରେ ଏମିତି ବହୁତ ଦ୍ଵିପ ଅଛି ଯାହା ନିଜ ସୁନ୍ଦରତା ପାଇଁ ବିଖ୍ୟାତ ଅଟନ୍ତି, ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଦ୍ଵିପ ବିଷୟରେ କହିବାକୁ ଯାଉଛୁ ଯାହା ନିଜ ସୁନ୍ଦରତା ସହ ନିଜ ଭୟଙ୍କର କାରଣ ପାଇଁ ମଧ୍ୟ ବିଖ୍ୟାତ ଅଟେ । ଇଟାଲୀରେ ସ୍ଥିତ ଏହି ଆଇ ଲ୍ୟାଣ୍ଡକୁ ମୃତ୍ୟୁର ଦ୍ଵିପ ବା ଭୟଙ୍କର ଦ୍ଵିପ କୁହାଯାଏ,ଇଟାଲୀ ଉତ୍ତର ଦିଶାରେ ଅବସ୍ଥିତ ଏହି ଦ୍ଵିପକୁ ପ୍ଲୁବ୍ଲକେଲିଆ କୁହାଯାଏ ବା ନାମ ଅଟେ। ଏଠାକୁ ଯିବା ମୃତ୍ୟୁ ସହ ସମାନ ଅଟେ, କୁହାଯାଏ ଯେ ଏଠାରେ ଯାଇଥିବା ଲୋକଙ୍କୁ ସେଠାରୁ ଫେରିବା ପାଇଁ ବହୁତ ସମସ୍ଯା ସାମ୍ନା କରିବାକୁ ପଡିଥାଏ ।

Image Courtesy: Google

ଏହି ଦ୍ଵିପଆରଡ଼ବଲଇଉ ବହୁତ କିଛି କାହାଣୀ ଅଟେ ତେବେ ଏହାର ଭୟଙ୍କର ପରିଣାମ ଦେଖି ସରକାର ମଧ୍ୟ ଏଠାରେ ଯିବା ପାଇଁ ପ୍ରତିବନ୍ଧ ଲଗାଇଛନ୍ତି । ତେବେ କୁହାଯାଏ ଯେ ବହୁତ ବର୍ଷ ତଳେ ଏହି ଆଇ ଲ୍ୟାଣ୍ଡରେ ପ୍ଲେଗ ରୋଗିଙ୍କୁ ଆଣି ଏଠାରେ ପୋତି ଦିଆ ଯାଉଥିଲା ଓ ରୋଗ ବଢିବାରୁ ପାଖା ପାଖି ଲକ୍ଷେ ଉପରେ ରୋଗିଙ୍କୁ ଆଣି ଏହି ଦ୍ଵିପରେ ଜିଅନ୍ତା ଜଳା ଯାଇଥିଲା । ସେହି ଘଟଣା ପରେ ଲୋକେ ସେହି ଆଇ ଲ୍ୟାଣ୍ଡକୁ ଯିବା ପାଇଁ ଭୟ କଲେ, ଅବଶ୍ୟ ୧୯୨୨ ମସିହାରେ ଏଠାରେ ଗୋଟେ ବଡ ମେଣ୍ଥଲ ହସ୍ପିଟଲ କରା ଯାଇଥିଲା କିନ୍ତୁ କିଛି ବର୍ଷ ପରେ ତାହାକୁ ବନ୍ଦ କରି ଦିଆ ଗଲା,

Image Courtesy: Google

ତାହାକୁ ବନ୍ଦ କରିବା କାରଣ ପାଇଁ କୁହା ଗଲା ଯେ ସେଠାରେ ଡକ୍ଟର, ନର୍ସ ସହ ରୋଗି ମାନଙ୍କୁ ମଧ୍ୟ କେତେକ ଅସାମାନ୍ୟ ଜିନିଷ ବା କଥା ଦେଖିବାକୁ ମିଳିଥିଲା । ଏହା ପରେ ୧୯୬୦ରେ ଇଟାଲୀ ସରକାର ଏହି ଦ୍ଵିପକୁ ଗୋଟେ ଲୋକକୁ ବିକ୍ରି କରିଦେଲେ, ତେବେ ଦ୍ଵିପ କିଣିଥିବା ଲୋକ ନିଜ ପରିବାର ସହ ସେହି ଦ୍ଵିପରେ କିଛି ଦିନ ରହିଲେ କିନ୍ତୁ ତାହା ପରେ ଦ୍ଵିପ ଛାଡି ଚାଲି ଗଲେ,

Image Courtesy: Google

ଏହା ପରେ ଆଉ ଜଣେ ଶେଠୀ ରହିବା ପାଇଁ ଚେଷ୍ଟା କଲେ କିନ୍ତୁ ତାଙ୍କୁ ମଧ୍ୟ ଏମିତି କିଛି ଅନୁଭବ ହେଲା ଯାହା ପରେ ସେ ମଧ୍ୟ ଦ୍ଵିପ ଛାଡି ଚାଲି ଗଲେ । କୁହାଯାଏ ଯେ ଏହି ଦ୍ଵିପ ପାଖା ପାଖି ମାଛୁଆରା ମାଛ ଧରିବା ପାଇଁ ମଧ୍ୟ ଯାନ୍ତି ନାହିଁ କାହିଁକିନା ବେଳେ ବେଳେ ତାଙ୍କ ଜାଲରେ ମଣିଷ ମୁଣ୍ଡ ବା ଅନ୍ୟ ଭାଗ ଆସିଥାଏ ସେଥିପାଇଁ ସେ ମଧ୍ୟ ଦ୍ଵିପ ପାଖରେ ମାଛ ଧରିବା ପାଇଁ ଯାନ୍ତି ନାହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *