ଭଗବାନ ଶିବଙ୍କ ବାପା ଏବଂ ମା କିଏ ଅଟନ୍ତି ?

ଆଜି ଆମେ ଜାଣିବା ଭଗବାନ ଶିବଙ୍କର ମାତା ପିତା କିଏ ଅଟନ୍ତି । ଭାଗବାନ ଶିବ ହିଁ ଏହି ସୃଷ୍ଟିର ଆଦି ଓ ଅନ୍ତ ଅଟନ୍ତି । ସେତେବେଳେ ଶିବଙ୍କ ମାତା ପିତା କିଏ ଅଟନ୍ତି । ଭଗବାନ ଶିବ ହିଁ ଏହି ସୃଷ୍ଟିକୁ ଆରମ୍ଭ କରିଥିଲେ, ଏହାର ଅନ୍ତ ମଧ୍ୟ ତାଙ୍କରି ହାତରେ ହିଁ ହେବ । ଏଠାରେ ପ୍ରଶ୍ନ ସିଧା ଅଟେ କି ଯଦି ଭଗବାନ ଶିବଙ୍କ ଦ୍ଵାରା ଏହି ସୃଷ୍ଟିର ଆରମ୍ଭ ହୋଇଛି ତ ତାଙ୍କୁ କିଏ ଜନ୍ମ ଦେଇଛି । ଭଗବାନ ଶିବଙ୍କ ମାତା ପିତା କିଏ ଅଟନ୍ତି । ଯଦି ଭଗବାନ ଶିବଙ୍କୁ କେହି ଜନ୍ମ ଦେଇ ନାହାନ୍ତି  ତା ଏହି ସୃଷ୍ଟିରେ ଜୀବନର ଆରମ୍ଭ କିପରି ହୋଇଥିଲା ।

Image Courtesy: Google

ପୌରାଣିକ କଥା ଅନୁସାରେ ଭଗବାନ ମାତା ପିତାଙ୍କ କଥା ବିଷୟରେ ଦିନେ ଋଷିମନେ ପ୍ରଶ୍ନ କଲେ ଏବଂ ପଚାରିଲେ ହେ ମହାଦେବ ଆପଣଙ୍କୁ କିଏ ଜନ୍ମ ଦେଇଛନ୍ତି । ସେତେବେଳେ ଭଗବାନ ଶିବ କହିଲେ ଏହି ସୃଷ୍ଟି ନିର୍ମାଣ କରିଥିବା ବ୍ରହ୍ମା ଜନ୍ମ ଦେଇଛନ୍ତି,ଋଷିମାନଙ୍କ ଜିଜ୍ଞାସା ଏତିକିରେ ଶାନ୍ତ ହୋଇନଥିଲା । ଋଷିମାନେ  ପୁଣି ପ୍ରଶ୍ନ କଲେ ଆପଣଙ୍କ ପିତା ଯଦି ବ୍ରହ୍ମା ଅଟନ୍ତି, ତ ଆପଣଙ୍କ ଜେଜେବାପା କିଏ ଅଟନ୍ତି । ଭଗବାନ ଶିବ ଏହାର ଉତ୍ତର ଦେଇ କହିଲେ, ଏହି ସୃଷ୍ଟିକୁ ପାଳନ କରୁଥିବା ବିଷ୍ଣୁ ହିଁ ମୋର ଜେଜେବାପା ଅଟନ୍ତି ।

Image Courtesy: Google

ଭଗବାନ ଶିବଙ୍କ ଏହି ଲୀଳା ବିଷୟରେ ନଜାଣି ଋଷିମନେ ପୁଣି ପ୍ରଶ୍ନ କଲେ ଯଦି ତୁମର ବାପା ବ୍ରହ୍ମା ଅଟନ୍ତି, ଜେଜେବାପା ବିଷ୍ଣୁ ଅଟନ୍ତି,ସେତେବେଳେ ତୁମ ଜେଜେବାପାଙ୍କ ବାପା କିଏ ଅଟନ୍ତି । ଋଷିମାନଙ୍କ ଏହି ପ୍ରଶ୍ନ ଶୁଣି ଶିବ ହସି କହିଲେ ଶିବ ସ୍ଵୟଂ ହିଁ ମୋର ଜେଜେବାପାଙ୍କ ବାପା ଅଟନ୍ତି । ଶ୍ରୀମଦ ଭାଗବତ ମହାପୁରାଣ ହିସାବରେ କୁହାଯାଏ ଯେ ଥରେ ନାରଦ ନିଜ ବାପା ବ୍ରହ୍ମାଙ୍କୁ ପ୍ରଶ୍ନ କରିଥିଲେକି ଏହି ସୃଷ୍ଟିର ନିର୍ମାଣ କିଏ କରିଛି । ଭଗବାନ ବିଷ୍ଣୁ, ନା ବ୍ରହ୍ମା, ନା ସ୍ଵୟଂ ଶିବ କରିଛନ୍ତି ଏବଂ ଏହି ତିନିଟି ଦେବତାକୁ କିଏ ଜନ୍ମ ଦେଇଛି । ଅର୍ଥାତ ଆପଣଙ୍କ ମାତା ପିତା କିଏ ଅଟନ୍ତି ।

Image Courtesy: Google

ସେତେବେଳେ ବ୍ରହ୍ମା ତ୍ରିଦେବଙ୍କ ଜନ୍ମ କାହାଣୀ ବିଷୟରେ ବର୍ଣନା କରି କହିଲେ ପ୍ରକୃତି ସ୍ଵରୂପୀଣୀ ଦୂର୍ଗା ଏବଂ କାଳ ସଦାଶିବ ସ୍ୱରୂପ ବ୍ରହ୍ମ ଯୋଗରୁ ବ୍ରହ୍ମା, ବିଷ୍ଣୁ, ଓ ମେହେଶ୍ଵରଙ୍କ ଉତ୍ପତି ହୋଇଛି । ଅର୍ଥାତ ପ୍ରକୃତି ସ୍ଵରୂପୀ ଦୂର୍ଗା ହିଁ ମାତା ଅଟନ୍ତି ଓ ବ୍ରହ୍ମା ଅର୍ଥାତ କାଳ ସଦାଶିବ ପିତା ଅଟନ୍ତି । ପୁରାଣରେ ଭଗବାନ ଶିବ ଓ ଆଦି ଶକ୍ତିର ମହିମାର ଅଲଗା ଅଲଗା ଉଲେଖ ମିଳିଥାଏ । କିନ୍ତୁ ଈଶ୍ଵରଙ୍କ ଲୀଳା ସେ ନିଜେ ହିଁ ଜାଣନ୍ତି, ତାଙ୍କ ଲୀଳା ବୁଝିବା ମଣିଷଙ୍କ ପକ୍ଷେ ଅସମ୍ଭବ । ଭଗବାନ ଶିବ ଦେବତାଙ୍କ ଦେବ ଅଟନ୍ତି,ଏବଂ ସେ ଆଦି ଓ ଅନ୍ତ ବି ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *