୩ ବର୍ଷରୁ ଉର୍ଦ୍ଧ ପିଲା ମାନଙ୍କ ତ୍ଵଚାର ଏହିଭଳି ରଖନ୍ତୁ ଧ୍ୟାନ, କେବେବି ବି ଫିକା ପଡିବନି ରଙ୍ଗ

ଏହି ଦୁନିଆରେ ଗୋରା ଦେଖାଯିବାର ଇଚ୍ଛା ସମସ୍ତଙ୍କର ଥାଏ, କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇନଥାଏ । କେତେଥର ମଣିଷକୁ ନିଜ ରଙ୍ଗ ପାଇଁ ସରମିନ୍ଦା ବି ହେବାକୁ ପଡିଥାଏ । ତେବେ ଯଦି ଆମେ ଛୁଆବେଳୁ ହିଁ ନିଜ ତ୍ଵଚାର ଯତ୍ନ ନେବା ତେବେ ଆଗକୁ ଯାଇ ଆମ ସ୍କିନ ମଧ୍ୟ ସୁନ୍ଦର ରହିବ । ତେବେ ପ୍ରାଏ ସମୟ ଆପଣ ଦେଖିଥିବେ ପିଲା ମାନେ ଖେଳା ବୁଲାରେ ମସ୍ତି କରି ବହୁତ କଳା ପଡିଯାନ୍ତି, ସୂର୍ଯ୍ୟ କିରଣରେ ଅଧିକା ସମୟ ରହିବା ଦ୍ଵାରା ଆମ ଚର୍ମର ରଙ୍ଗ ସମ୍ପୁର୍ଣ୍ଣ ବଦଳିଯାଏ । ତେବେ ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ, ତାହାର ବ୍ୟବହାର ୩ ବର୍ଷରୁ ଅଧିକ ବୟସର ଛୁଆଙ୍କୁ ଗୋରା ବା ସନ ଟ୍ୟାନ ଦୂର କରିବା ପାଇଁ କରିପାରନ୍ତି ।

କିନ୍ତୁ ଯେଉଁ ପିଲାର ବୟସ ୩ବର୍ଷରୁ କମ ହୋଇଥିବ ତା ଉପରେ ଏହାର ବ୍ୟବହାର କରନ୍ତୁ ନାହିଁ ।  ଛୋଟ ପିଲାଙ୍କର ସ୍କିନ ବହୁତ ସଫ୍ଟ ହୋଇଥାଏ । ତାଙ୍କ ଚେହେରାରେ ସବୁ ଜିନିଷର ବ୍ୟବହାର ବହୁତ ଭାବିଚିନ୍ତି କରିବାକୁ ପଡିଥାଏ । ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ । ତାହାର ବ୍ୟବହାର ଦ୍ଵାରା ବିନା କୌଣସି କ୍ଷତି ରେ ପିଲାଙ୍କ ରଙ୍ଗ ପୁଣି ପୂର୍ବପରି ସଫା ହୋଇଯିବ ।

ଏହି ଉପାୟ ପାଇଁ ପ୍ରଥମେ ଏକ ପାତ୍ର ରେ ଭଲ ଚାଉଳ ନିଅନ୍ତୁ । ଏହା ପରେ ତାହାକୁ ଗ୍ରାଇଣ୍ଡର ରେ ଭଲ ଭାବରେ ପେଶୀ ଦିଅନ୍ତୁ । ତାପରେ ଏହାକୁ ଛଣାରେ ଛଣି ଦିଅନ୍ତୁ । ଏହା ପରେ ଏକ ପାତ୍ରରେ ଏକ ଚାମଚ ଚାଉଳର ଅଟା ନିଅନ୍ତୁ ଏବଂ ସେଥିରେ ଅଧା ଚାମଚ କ୍ଷୀର, ଅଧା ଚାମଚ ମହୁ ତଥା ଅଧା ଚାମଚ ଗୋଲାପ ଜଳ ପକାନ୍ତୁ । ଏବଂ ଏହାକୁ ଭଲ ଭାବେ ମିଶାଇ ସେଥିରେ ଏକ ପେଷ୍ଟ ତିଆରି କରନ୍ତୁ ।

ଏହି ପେଷ୍ଟ କୁ ପିଲାର ମୁହଁ ବା ହାତ ଗୋଡରେ ଲଗାନ୍ତୁ । ଏହାପରେ ତାକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଏମିତି ରହିବାକୁ ଦିଅନ୍ତୁ । ତାପରେ ହାତ ଓ  ମୁହଁ କୁ ଘଷି ସେହି ମିଶ୍ରଣକୁ ଛଡାଇ ଦିଅନ୍ତୁ । ଏହାପରେ ମୁହଁ ରେ କିଛି ଲଗାନ୍ତୁ ନାହିଁ । ଏଥିରେ ମହୁ ନିହାତି ପକାନ୍ତୁ କାରଣ ମହୁ ପିଲାଙ୍କ ତ୍ଵଚାକୁ ବହୁତ ମୂଲାୟମ କରିଥାଏ ।

ଏହାଛଡା ଏହି ଉପାୟରେ ଯେଉଁ ଚାଉଳର ଅଟା ମିଶା ଯାଇଛି ତାହା ପିଲାର ରଙ୍ଗ ସଫା କରିବାରେ ସାହାଯ୍ୟ କରିବ । ଏହା କଲେ କେବଳ ରଙ୍ଗ ସଫା ହୋଇନଥାଏ ବରଂ ତାଙ୍କ ତ୍ଵଚା ବି ମୁଲାୟମ ହେଇଯିବ । ଆପଣ ଥରେ ଏହି ଉପାୟ କରିକି ଦେଖିବେ । ଆପଣଙ୍କୁ ଏହାର ଭଲ ପରିଣାମ ଦେଖିବାକୁ ମିଳିବ ।  ଆମେ ଭାବୁଛୁ ଆପଣଙ୍କୁ ଆମର ଏହି ଉପାୟ ବହୁତ ପସନ୍ଦ ଆସିବ ।

Leave a Reply

Your email address will not be published. Required fields are marked *