ଯଦି ଆପଣଙ୍କ ଘରେ ଏହି ୪ଟି ସଙ୍କେତ ଦେଖାଯାଏ ତେବେ ଭାବିନିଅନ୍ତୁ ଆପଣଙ୍କ ଘର ଛାଡିବେ ମା ଲକ୍ଷ୍ମୀ

ଜୀବନ ସୁଖ ଓ ଦୁଃଖର ସଙ୍ଗମ । ଏଥି ମଧ୍ୟରୁ ଯଦି ଗୋଟିଏ ବି ନଥାଏ ତେବେ ଜୀବନ ବେରଙ୍ଗି ଲାଗିଥାଏ । ଦୁଃଖର ଦିନରେ ମଣିଷ ସୁଖକୁ ଅପେକ୍ଷା କରିଥାଏ , କିନ୍ତୁ ସୁଖ ଦିନରେ ମଣିଷ ଦୁଃଖକୁ ଅପେକ୍ଷା କରି ନଥାଏ । କିନ୍ତୁ ଗ୍ରହର ଚଳଣି ଅନୁସାରେ ମଣିଷକୁ ଏହି ଦୁଇଟି ପରିସ୍ଥିତିରେ ପକାଇଥାଏ । ସୁଖ ଓ ଦୁଃଖ ଜୀବନର ଦୁଇଟି ଅଂଶ ଯାହା ବିନା ଜୀବନର କଳ୍ପନା କରାଯାଇ ପାରେନା । ଏମିତିରେ ଜୀବନର କୌଣସି ବି ପରିସ୍ଥିତିରେ ନିରାଶ ଓ ହତାସ ହେବା ଉଚିତ ନୁହେଁ କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ବିଶେଷ କଥା କହିବୁ । ତେବେ ଚାଲନ୍ତୁ ଜାଣିବା ଆଜି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ?

ଅନ୍ନର ଅପମାନ

ଶାସ୍ତ୍ର ଅନୁସାରେ ଯେଉଁଘରେ ଅନ୍ନର ଅପମାନ ହୋଇଥାଏ, ସେହି ଘରେ ମା ଲକ୍ଷ୍ମୀ କେବେ ବି ରୁହନ୍ତି ନାହିଁ । ଏମିତିରେ ଯଦି ଆପଣଙ୍କ ଘରେ ଅନ୍ନର ଅପମାନ ହେଉଥାଏ, ତେବେ ଆପଣ ଜାଣନ୍ତୁ କି ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଛାଡି ପଳାଇବେ । ଏମିତିରେ ଆପଣଙ୍କୁ ଘରେ ଅନ୍ନର ଅପମାନ ବନ୍ଦ କରିଦେବା କଥା ଓ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ଅର୍ଚ୍ଚନା କରିବାକୁ ହେବ ।

ବୟସ୍କ ଲୋକଙ୍କର ଅପମାନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ଘରେ ବୟସ୍କ ଲୋକମାନଙ୍କର ଅପମାନ ହୋଇଥାଏ, ସେହି ଘରେ ମା ଲକ୍ଷ୍ମୀ କୌଣସି ପରିସ୍ଥିତିରେ ବି ରୁହନ୍ତି ନାହିଁ । ଏମିତିରେ ଯଦି ଆପଣଙ୍କ ଘରେ ଏହା ହେଉଥାଏ ତେବେ ଏହାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ ଓ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସେହି ବୟସ୍କ ଲୋକଙ୍କର ସେବା କରନ୍ତୁ ।

ଘରେ ଝଗଡା କରିବା

ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ ଝଗଡା ହେଉଥାଏ, ତେବେ ଜାଣି ନିଅନ୍ତୁ କି ମା ଲକ୍ଷ୍ମୀ ଜଲଦି ଆପଣଙ୍କ ଘର ଛାଡି ଯାଇପାରନ୍ତି କାରଣ ମା ଲକ୍ଷ୍ମୀଙ୍କୁ ଶାନ୍ତି ବହୁତ ପସନ୍ଦ । ଏମିତିରେ ଆପଣଙ୍କୁ ଘରେ ହସ ଖୁସିରେ ରହିବା ଆବଶ୍ୟକ ଯାହା ଦ୍ଵାରା ଆପଙ୍କ ଘରେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ ।

ମିଛ କହିବା

ଯଦି ଆପଣ ସବୁବେଳେ ମିଛ କହୁଥାନ୍ତି ଓ ଲୋକ ଆପଣଙ୍କ ମିଛ କଥାରେ ଦୁଃଖୀ ହେଉଛନ୍ତି ତେବେ ଆପଣଙ୍କ ପାଇଁ ଏହା ଭଲ ସଙ୍କେତ ନୁହେଁ । ଆଜ୍ଞା ହଁ, ଆପଣଙ୍କ ମିଛକୁ କେହି ନ ଧରିପାରିଲେ ମଧ୍ୟ ମା ଲକ୍ଷ୍ମୀ ନିଶ୍ଚୟ ଜାଣିଥାନ୍ତି । ଏମିତିରେ ସେ ଆପଣଙ୍କ ଉପରେ ରାଗିଥାନ୍ତି ଓ ଆପଣଙ୍କ ଘର ସବୁଦିନ ପାଇଁ ଛାଡି ପଳାନ୍ତି ।

Leave a Reply

Your email address will not be published. Required fields are marked *