ଅଧିକ ମୋବାଇଲ ଦେଖିବା କାରଣ ରୁ ଏହି ପିଲା ର ହୋଇଛି ଏମିତି ଅବସ୍ଥା- ନିଜ ପିଲା ପ୍ରତି ଧ୍ୟାନ ଦିଅନ୍ତୁ ନଚେତ, ମୋବାଇଲ ବ୍ୟବହାର ହୋଇପାରେ ମାରାତ୍ମକ

ନମସ୍କାର, ବନ୍ଧୁଗଣ । ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣ ଫୋନ ବ୍ୟବହାର କରିବା ବନ୍ଦ କରିଦେବେ । ଆଜ୍ଞା ହଁ ଏକ ଏଭଳି ଘଟଣା ଯାହା ଶୁଣି ଆପଣଙ୍କ ମୁଣ୍ଡ କାମ କରିବନି । କି କେବଳ ଫୋନ ପାଇଁ ଏମିତି ହୋଇଛି ବୋଲି । ଆପଣମାନେ ତ ଜାଣିଥିବେ ଆଜିକାଲିର ପିଲା ମାନେ ଫୋନ କେମିତି ବ୍ୟବହାର କରୁଛନ୍ତି ।

ତେବେ ବାପା ମା ନିଜ ଜୀବନରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ନିଜ ପିଲା ଉପରେ ଭଲଭାବେ ଧ୍ୟାନ ଦେଉ ନାହାନ୍ତି ।

ସେମାନେ ଯଦି କିଛି ଜିଦଦି କରୁଛନ୍ତି ତେବେ ତାଙ୍କୁ ଚୁପ କରାଇବା ପାଇଁ ଫୋନ ଦେଇ ବସେଇ ଦେଉଛନ୍ତି ଓ ସେମାନେ ମଧ୍ୟ ଏଥିରେ ଗୀତା ଶୁଣି ବା ଗେମ ଖେଳି ଚୁପ ହୋଇ ଯାଉଛନ୍ତି । ଏହା ଲୋକଙ୍କର ଯେତିକି ଉପକାର କରୁଛି ସେତିକି କ୍ଷତି ମଧ୍ୟ କରୁଛି । ତେବେ ଏମିତି ହିଁ ଫୋନ ବ୍ୟବହାର କରି ଗୋଟେ ପିଲାର ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାର ଖବର ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ତେବେ ଚାଲନ୍ତୁ ଜାଣିବା ଏହି ଘଟଣା ବିଷୟରେ ସଂପୂର୍ଣ୍ଣ ତଥ୍ୟ ।

ତେବେ ଏହି ଅଭାବନୀୟ ଘଟଣା ଟି ଘଟିଛି ଥାଇଲାଣ୍ଡ ରେ । ଏଠାରେ ରହୁଥିବା ଏକ ପରିବାର ରେ Dachar Nuysticker Chuayduang ଙ୍କର ଏକ ଚାରି ବର୍ଷ ର ଛୋଟ ଝିଅ ଯେତେବେଳେ ସେ ମାତ୍ର 2 ବର୍ଷର ଥିଲା ସେବେଠୁ ସେ ମୋବାଇଲ ଧରିବା ଆରମ୍ଭ କରି ଥିଲେ ।  କିଛିଦିନ ପରେ ତାଙ୍କର ଆଖିରେ ଯନ୍ତ୍ରଣା ହେବାରୁ ତାଙ୍କର ଚଷମା ଲାଗିଥିଲା । ୪ବର୍ଷର ହେବା ପରେ ତାଙ୍କୁ ” ଲେଜି ଆଇ ” ନାମକ ଏକ ରୋଗ ହୋଇ ଥିଲା । ଏହି ରୋଗକୁ amblyopia ବୋଲି କୁହାଯାଏ ।

ଏହା ଏକ ବହୁତ ବଡ ରୋଗ । ଯାହା କେବଳ ଆଖି ରେ ଚଷମା ପିନ୍ଧିଲେ ଭଲ ହୋଇ ନଥାଏ । ଏଥି ପାଇଁ ତାଙ୍କୁ ତାର ଆଖିର ସର୍ଜେରୀ କରିବାକୁ ପଡିଥିଲା । ଏହି ରୋଗ ରେ ଆଖି ଯାହା ଦେଖେ ତାହାକୁ ବ୍ରେନ୍ ରେ କିଛି ସେନ୍ସ କରି ପାରି ନଥାଏ । ନିଜ ଝିଅର ଏଭଳି ଅବସ୍ଥା ଦେଖି ସେହି ଝିଅର ବାପା ଫେସବୁକ ଜରିଆରେ ଏହି ଖବର ସମସ୍ତ ବାପ, ମା’ ମାନଙ୍କୁ ଦେଇଛନ୍ତି । ନିଜ ପିଲା ପ୍ରତି ଧ୍ୟାନ ଦିଅନ୍ତୁ, ସେମାନଙ୍କୁ ଅଧିକ ଫୋନ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *