କ’ଣ ଆପଣ ଜାଣିଛନ୍ତି ଆପଣଙ୍କ ଏହି ଅଙ୍ଗରେ ତିଳ ଚିହ୍ନର ରହସ୍ୟ ବିଷୟରେ ?

ଆପଣ ଜାଣିଛନ୍ତି ଆପଣଙ୍କ ଏହି ଅଙ୍ଗରେ ତିଳ ଚିହ୍ନର ରହସ୍ୟ ବିଷୟରେ?

କୁହାଯାଏ ସମୁଦ୍ର ଶାସ୍ତ୍ରରେ ଶରୀରର ବିଭିନ୍ନ ଅଙ୍ଗ ଆପଣଙ୍କ ଜୀବନରେ ହେବାକୁ ଥିବା ଘଟଣାକ୍ରମ ବିଷୟରେ କୁହାଯାଇଅଛି । ଏମିତିରେ ଶାସ୍ତ୍ର ଅନୁସାରେ ଶରୀରରେ କୌଣସି ଅଙ୍ଗରେ ତିଳ ଚିହ୍ନ ଥିବା ଏକ ଅଲଗା କଥାର ସଙ୍କେତ ଦେଇଥାଏ । କୁହାଯାଏ ସ୍ତ୍ରୀ ଏବଂ ପୁରୁଷଙ୍କ ତିଳ ଚିହ୍ନ ମଧ୍ୟରେ ଅଲଗା ଅଲଗା ମହତ୍ୱ ଥାଏ । ଏମିତିରେ ଆଖି, ପାଦ, ନାଭି ବିଷୟରେ ଜାଣି ଆପଣ କୌଣସି ଭି ସ୍ତ୍ରୀ ବିଷୟରେ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା କିଛି ତିଳ ଚିହ୍ନର ରହସ୍ୟ ବିଷୟରେ ।

ପ୍ରଥମେ ଜାଣିବା ସ୍ତ୍ରୀ ଲୋକଙ୍କ ଶରୀରର ତିଳ ଚିହ୍ନ ବିଷୟରେ :

କୁହାଯାଏ ଯଦି କୌଣସିବି ସ୍ତ୍ରୀର ଗାଲରେ ତିଳ ଚିହ୍ନ ଥାଏ ତେବେ ତାଙ୍କୁ ଭଲ ସ୍ୱାମୀ ମିଳିଥାଏ କିନ୍ତୁ ଯେଉଁ ସ୍ତ୍ରୀର ବାମ ପଟ ଗାଲରେ ତିଳ ଚିହ୍ନ ଥାଏ ସେ ଐଶ୍ୱର୍ଯ୍ୟ, ଆନନ୍ଦ ଓ ସୁଖ ଭୋଗ କରନ୍ତି । ସେମିତି କୌଣସି ସ୍ତ୍ରୀର ମସ୍ତକରେ ଯଦି ତିଳ ଚିହ୍ନ ଥାଏ ତାଙ୍କୁ ସମସ୍ତ ଜାଗାରେ ସନମାନହିଁ ମିଳିଥାଏ । ଯଦି କୌଣସି ମହିଳାର ନାକରେ ତିଳ ଚିହ୍ନ ଥାଏ ତେବେ ସେ ରୂପବତୀ ହୋଇଥାଏ କିନ୍ତୁ ଏମିତି ନାରୀ ବହୁତ ଗର୍ବୀ ହୋଇଥାନ୍ତି ।

ଯଦି କୌଣସି ନାରୀର କାନରେ ତିଳ ଚିହ୍ନ ଥାଏ ତେବେ ସେହି ନାରୀକୁ ଦାମୀ ଆଭୂଷଣ ପିନ୍ଧିବାର ସୁଖ ମିଳିଥାଏ । ଯଦି କୌଣସି ନାରୀର ଆଖିରେ ତିଳ ଚିହ୍ନ ଥାଏ ତେବେ ସେହି ନାରୀକୁ ତାହାର ସ୍ୱାମୀ ବହୁତ ଅଧିକ ଭଲପାଏ ।

ଏବେ ଜାଣିବା ପୁରୁଷ ଲୋକଙ୍କ ଶରୀରର ତିଳ ଚିହ୍ନ ବିଷୟରେ :

କୁହାଯାଏ ଯେଉଁ ପୁରୁଷଙ୍କ ମସ୍ତକରେ ତିଳ ଚିହ୍ନ ଥାଏ ସେ ସମସ୍ତ କ୍ଷେତ୍ରରେ ସନ୍ନମାନର ଅଧିକାରୀ ହୋଇଥାଏ । ଯଦି କୌଣସି ପୁରୁଷଙ୍କ ଆଖିରେ ତିଳ ଚିହ୍ନ ଥାଏ ତେବେ ତାଙ୍କୁ ଉଚ୍ଚ ପଦବୀ ମିଳିଥାଏ । ଯଦି କୌଣସି ପୁରୁଷର ମୁଁହରେ ତିଳ ଚିହ୍ନ ଥାଏ ତେବେ ସେ ବହୁତ ଅଧିକ ଧନୀ ହୋଇଥାଏ । ଯଦି ଗାଲରେ ତିଳ ଚିହ୍ନ ଥାଏ ତେବେ ସ୍ତ୍ରୀ ସୁଖ ମିଳିଥାଏ ।

କୁହାଯାଏ ପୁରୁଷର ହାତ ପାପୁଲିରେ ତିଳ ଚିହ୍ନ ଥିଲେ ସେ ବହୁତ ଅଧିକ ଦୟାଳୁ ହୋଇଥାନ୍ତି ଏବଂ ଛାତିର ଡାହାଣ ପଟେ ଯଦି ତିଳ ଚିହ୍ନ ଥାଏ ତେବେ ତାଙ୍କୁ ସୁନ୍ଦରୀ ସ୍ତ୍ରୀ ମିଳିଥାଏ । ଯଦି କୌଣସି ପୁରୁଷର ଓଠ ଉପରେ ତିଳ ଚିହ୍ନ ଥାଏ ତେବେ ତାଙ୍କୁ ଧନର ପ୍ରାପ୍ତି ହୋଇଥାଏ ।’

ଲେଖାଟି ଯଦି ଭଲ ଲାଗିଲା ଦୟାକରି ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *