ଏହି ବୃକ୍ଷ ତଳେ ବସି କରନ୍ତୁ ହନୁମାନ ଚାଳିଶାର ପାଠ, ହୋଇଯିବେ ମାଲାମାଲ !

ଆମ ଶାସ୍ତ୍ରରେ ଓସ୍ତ ବୃକ୍ଷକୁ ଚମତ୍କାରୀ ବୋଲି ବିବେଚନା କରାଯାଇଥାଏ । କୁହାଯାଏ ଏଥିରେ ଅନେକ ଦେବୀ ଦେବତା ବାସ କରନ୍ତି । କୁହାଯାଏ ଯଦି କୌଣସି ବ୍ୟକ୍ତି ନିୟମିତ ଭାବେ ଓସ୍ତ ବୃକ୍ଷର ଛୋଟ ଛୋଟ ଉପାୟ ଆପଣାଇଥାଏ ତେବେ ସେହି ବ୍ଯକ୍ତିର ଭାଗ୍ୟ ବଦଳି ଯାଇଥାଏ । ବିଶେଷ କରି ଯେଉଁ ବ୍ୟକ୍ତିମାନେ ଧାନାଭାବର ସମସ୍ୟା ଦେଇ ଗତି କରୁଥାନ୍ତି ସେମାନେ ଯଦି ଏହିପରି କିଛି ଉପାୟ ଅବଲମ୍ବନ କରିବେ ତେବେ ସେମାନଙ୍କର ଏହି ଅସୁବିଧା ଦୂର ହେଇ ପାରିବ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଉପାୟ ବିଷୟରେ ।

ଶନିବାର ଦିନ ଓସ୍ତ ପତ୍ର ଛିଣ୍ଡାଇ ତାହାକୁ ଗଙ୍ଗା ଜଳରେ ଧୋଇ ଦିଅନ୍ତୁ । ଏହି ପାତ୍ର ଉପରେ ହଳଦୀ ଓ ଦହି ଦ୍ଵାରା ନିଜର କାଣୀ ଆଙ୍ଗୁଠି ସାହାଯ୍ୟରେ ହ୍ରି ଲେଖନ୍ତୁ ।


ଏହାପରେ ଏହାକୁ ଧୂପ ଦୀପ ଦେଇ ନିଜର ପର୍ସରେ ରଖନ୍ତୁ । ପ୍ରତି ଶନିବାର ଦିନ ଏମିତି ପୂଜା କରି ପତ୍ରକୁ ବଦଳାଇବାକୁ ହେବ । ପୁରୁଣା ପତ୍ରକୁ କୌଣସି ପବିତ୍ର ସ୍ଥାନରେ ରଖନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଅସୁବିଧା ଦୂର ହେବ । ଶନିବାର ଓ ମଙ୍ଗଳବାର ଦିନ ବ୍ରହ୍ମ ମୁହୂର୍ତରେ ସଜ୍ଯାତ୍ୟାଗ କରି ନିଜର ନିତ୍ୟକର୍ମ ସାରିବା ପରେ ଓସ୍ତ ବୃକ୍ଷରୁ ୧୧ଟି ପତ୍ର ତୋଳନ୍ତୁ । ପତ୍ର ଗୁଡିକ ଯେମିତି କୌଣସି ବି ପ୍ରକାରର ଅକ୍ଷତ ଅବସ୍ଥାରେ ନଥିବ । ଏହି ୧୧ଟି ପତ୍ରକୁ ପରିଷ୍କାର ଜଳରେ ଧୋଇ କୁମକୁମ ବା ଅଷ୍ଟଗନ୍ଧ ବା ଚନ୍ଦନା ସାହାଜ୍ଯରେ ସେଥିରେ ଭଗବାନ ଶ୍ରୀ ରାମଙ୍କ ନାମ ଲେଖନ୍ତୁ ।

ନାମ ଲେଖିବା ସମୟରେ ହନୁମାନ ଚାଲିସାର ପଠନ ଅବଶ୍ୟ କରନ୍ତୁ । ନାମ ଲେଖିବା ପରେ ଏହି ପତ୍ର ଗୁଡିକୁ ନେଇ ଗୋଟେ ମାଳା ପ୍ରସ୍ତୁତ କରନ୍ତୁ ଓ କୌଣସି ବି ମନ୍ଦିରକୁ ଯାଇ ହନୁମାନଙ୍କୁ ଅର୍ପଣ କରନ୍ତୁ । ଏହି ଉପାୟ କେବଳ ଶନିବାର ଓ ମଙ୍ଗଳ ବାର ଦିନ ହିନ କରନ୍ତୁ । ଏପରି କରିବା ଦ୍ଵାରା ସକାରାତ୍ମକ ପରିଣାମ ପ୍ରାପ୍ତ ହେବ । ଧର୍ମ ଶାସ୍ତ୍ର ଅନୁସାରେ ଓସ୍ତ ବୃକ୍ଷ ଲଗାଇଥିବା ବ୍ୟକ୍ତିଙ୍କ ଜୀବନରେ କେବେବି କୌଣସି ପ୍ରକାରର ଦୁଃଖ ଆସିନଥାଏ ।

କେବଳ ଏତିକି ନୁହଁ ତାଙ୍କର କେବେବି ଧନାଭାବ ଆସିନଥାଏ । କୁହାଯାଏ ଓସ୍ତ ବୃକ୍ଷ ଲଗାଇବାପରେ ତାକୁ ନିୟମିତ ଭାବେ ଜଳ ଅର୍ପଣ କରିବା ଉଚିତ । ଏମିତିବି କୁହାଯାଏ ଯେମିତି ବୃକ୍ଷ ବଡ ହେବାରେ ଲାଗିବ ସେମିତି ପରିବାରରେ ସୁଖ ସମୃଦ୍ଧି ବଢିବାରେ ଲାଗିବା ।
ଯଦି କୌଣସି ବ୍ୟକ୍ତି ଓସ୍ତ ବୃକ୍ଷ ତଳେ ଶିବ ଲୀଙ୍ଗ ସ୍ଥାପନ କରି ତାକୁ ନିୟମିତ ଭାବେ ପୂଜା କରେ ତେବେ ତାହା ଜୀବନରେ ଥିବା ସମସ୍ତ ସମସ୍ୟାର ନାଶ ହୋଇଥାଏ । ଏମତି କରିବା ଦ୍ଵାରା ସେ ଧୀରେ ଧୀରେ ଧନବାନ ହେଇଥାଏ ।

Leave a Reply

Your email address will not be published. Required fields are marked *