ସଠିକ ସମୟରେ ବରଯାତ୍ରୀ ନ ଆସିବାରୁ କନ୍ୟା କଲା ଅନ୍ୟ ବ୍ୟକ୍ତି ସହ ବିବାହ- ଏହା ପରେ ଯାହା ହେଲା…

ଉତ୍ତରପ୍ରଦେଶରେ ବର ନିଜର ବିବାହରେ ବିଳମ୍ବରେ ପହଞ୍ଚିବା କାରଣରୁ କନ୍ୟା ବିବାହ କରିବାକୁ ମନା କରିଦେଲା । ଏହି ଘଟଣାଟି ପୂର୍ବ ସପ୍ତାହରେ ବିଜନୂରର ମଙ୍ଗଳଜଟ ଗ୍ରାମରେ ଘଟିଛି । କନ୍ୟା ନିଜର ବର ସହ ଯିବା ପାଇଁ ମନା କରିବା ସହ ଜଣେ ସ୍ଥାନୀୟ ବ୍ୟକ୍ତି ସହ ବିବାହ କରିନେଲା । କଥାଟି ଏହା ଯେ ଏହି ଯୋଡି ଅକ୍ଟୋବରରେ ଗୋଟେ ସାମୁହିକ କାର୍ଯ୍ୟକ୍ରମରେ ବିବାହ କରି ସାରିଥିଲେ ।

ଏହା ପରେ ୪ ଡିସେମ୍ବର ଦିନ ଗୋଟେ କାର୍ଯ୍ୟକ୍ରମରେ ପୁଣିଥରେ ବିବାହ କରିବାକୁ ପ୍ରସ୍ତୁତ ଥିଲେ । ବର ଦିବା ୨ ଘଟିକା ସମୟରେ ନିଜର ବରଯାତ୍ରୀ ସହ କନ୍ୟା ଗ୍ରାମରେ ପହଞ୍ଚିବାର ଥିଲା ।


କିନ୍ତୁ ସେ ବିଳମ୍ବ ରାତ୍ରରେ କନ୍ୟା ଘରେ ବରଯାତ୍ରୀ ନେଇ ପହଞ୍ଚିଲା । ଏହା ପରେ ଯୌତୁକକୁ ନେଇ ଏହି ଦୁଇ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହେଇଥିଲା । ଯୌତୁକ ଦେବାକୁ ନେଇ ଏବେ କନ୍ୟା ଓ ତାହାର ପରିବାରର ସଦସ୍ୟ ମାନେ ଚିନ୍ତିତ ହେଇ ପଡିଥିଲେ । ଏହାପରେ କନ୍ୟା ପକ୍ଷ ଲୋକମାନେ ବର ଓ ତାର ପରିବାର ସଦସ୍ୟଙ୍କୁ ଗୋଟେ କୋଠରୀରେ ବନ୍ଦ କରି ତାଙ୍କ ମୂଲ୍ଯବାନ ବସ୍ତୁ ଛଡାଇ ନେବା ସହ ସେମାନଙ୍କୁ ନିସ୍ତୁକ ମାଡ ମାରିଥିଲେ ।


ଏହା ପରେ ଏଠାକାର ସ୍ଥାନୀୟ ଲୋକ ମାନେ ପୋଲିସକୁ ସୂଚନା ଦେଇଥିଲେ । ହଲଡୋର ଷ୍ଟେସନ ହାଉସ ଅଧିକାରୀଙ୍କ ମତରେ ଉଭୟ ପରିବାର ପୋଲିସ ସହ ଯୋଗା ଯୋଗ କରିଛନ୍ତି । ଏହାପରେ ଉଭୟ ପରିବାର ଗୋଟେ ନିର୍ଦ୍ଧିଷ୍ଟ ନିଷ୍ପତିରେ ପହଞ୍ଚିଲେ । କିନ୍ତୁ କନ୍ୟା ବର ସହ ଯିବାକୁ ଇଛୁକ ନଥିଲା ।

ଏହି ଘଟଣା ପରେ ଉଭୟ ପରିବାର ମଧ୍ୟରେ ପରସ୍ପର ବୁଝାମଣା କାରଣରୁ କୌଣସି ଲିଖିତ ଅଭିଯୋଗ ହେଇ ନାହିଁ । ଶନିବାର ଦିନ ଯେତେ ବେଳେ ଉଭୟ ବର ଓ କନ୍ୟା ପରସ୍ପରକୁ ଛାଡପତ୍ର ଦେଲେ ସେତେବେଳେ ଘଟଣାଟିର ସମାଧାନ ହେଲା । ପୋଲିସ ର ହସ୍ତକ୍ଷେପ ଦ୍ଵାରା ଘଟଣାଟିର ସମାଧାନ ଦେବାପରେ କନ୍ୟା ନିଜ ଗ୍ରାମର ଅନ୍ୟ ବ୍ୟକ୍ତି ସହ ପୁନଶ୍ଚ ବିବାହ କଲା ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ପୋଷ୍ଟ ଗୁଡିକ ପସନ୍ଦ ଆସୁଥିବ, ଯଦି ପସନ୍ଦ ଆସେ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *