ଏହି ଗୋଟିଏ ଭୁଲ୍ ପାଇଁ ଝିଅ ମାନଙ୍କର ପ୍ରତି ମାସରେ ହୋଇଥାଏ… ମାସିକ ଧର୍ମ ! bhagavata Puran

ଏହି ଗୋଟେ ଭୁଲ ପାଇଁ ଝିଅ ମାନଙ୍କର ପ୍ରତି ମାସରେ ହୋଇଥାଏ ମାସିକ ଧର୍ମ ! ବନ୍ଧୁଗଣ ସବୁ ମହିଳା ମାନଙ୍କର ମାସକୁ ମାସିକ ଧର୍ମ ହୋଇଥାଏ ଏହା ଆମେ ସମସ୍ତେ ଜାଣିଛୁ । ଯେଉଁଠାରେ ମହିଳା ମାନଙ୍କର ଏହି ମାସିକ ଧର୍ମକୁ ସାମାନ୍ୟ ପ୍ରକ୍ରିୟା ବୋଲି ମାନିଥାଏ । ହେଲେ ହିନ୍ଦୁ ଧର୍ମ ଗ୍ରନ୍ଥରେ ମହିଳା ମାନଙ୍କର ମାସିକ ଧର୍ମ ହେବା ପଛର କାରଣ ସମ୍ପର୍କରେ ବର୍ଣ୍ଣନା ରହିଛି ଚାଲନ୍ତୁ ଜାଣିବା ।

ଭାଗବତ ପୁରାଣ ଅନୁସାରେ ଥରେ ଗୁରୁ ବୃହଷ୍ପତ୍ତି ଇନ୍ଦ୍ରଦେବଙ୍କ ଉପରେ ରାଗି ଯାଇଥିଲେ । ଯାହାର ସୁଯୋଗ ନେଇ ଅସୁର ମାନେ ଦେବଲୋକ ଉପରେ ଆକ୍ରମଣ କରିବାରେ ଲାଗିପଡିଲେ । ଏହି କାରଣରୁ ଇନ୍ଦ୍ରଦେବଙ୍କୁ ନିଜ ଗାଦୀ ଛାଡି ଯିବାକୁ ପଡିଥିଲା । ତାପରେ ଇନ୍ଦ୍ରଦେବ ସେଠାରୁ ବ୍ରହ୍ମାଙ୍କୁ ପାଖକୁ ଯାଇ ସେଠାରେ ତାଙ୍କୁ ସାହାଜ୍ଯ ମାଗିଥିଲେ । ବ୍ରହ୍ମା ଇନ୍ଦ୍ରଦେବଙ୍କୁ ସାହାଜ୍ଯ କରିବାକୁ ଯାଇ ଏହା କହିଥିଲେ ।

ଯେ ଇନ୍ଦ୍ରଦେବ ତୁମକୁ ଏଥିପାଇଁ ଜଣେ ବ୍ରହ୍ମଜ୍ଞାନୀର ସେବା କରିବାକୁ ପଡିବ । ଯଦି ସେ ତୁମ ସେବାରେ ପ୍ରସନ୍ନ ହେବେ, ତେବେ ତୁମକୁ ତୁମ ଗାଦୀ ପୁଣି ଥରେ ମିଳିଯିବ । ତାପରେ ବ୍ରହ୍ମାଙ୍କ କହିବା ମୁତାବିକ ଇନ୍ଦ୍ରଦେବ ଜଣେ ବ୍ରହ୍ମଜ୍ଞାନୀଙ୍କର ସେବା କରିବାକୁ ଲାଗି ପଡିଲେ । ହେଲେ ସେହି ବ୍ରହ୍ମଜ୍ଞାନୀର ମାତା ଜଣେ ଅସୁର ଥିଲେ ଏ କଥାର ଖବର କିନ୍ତୁ ଇନ୍ଦ୍ରଦେବଙ୍କ ପାଖରେ ନଥିଲା ।

ତେଣୁ ସେହି ଜ୍ଞାନୀ ଜଣଙ୍କୁ ଇନ୍ଦ୍ରଦେବ ଯାହା ସବୁ ଯଜ୍ଞ ସାମଗ୍ରୀ ଦେଉଥିଲେ । ସେ ଦେବତାଙ୍କୁ ଦେବା ବଦଳରେ ସବୁ ନେଇ ଅସୁର ମାନଙ୍କୁ ଦାନ କରିଦେଉଥିଲେ । ଏହି କଥା ଇନ୍ଦ୍ରଦେବ ଜାଣିବା ପରେ ସେ ଅତ୍ୟନ୍ତ କ୍ରୋଧିତ ହୋଇ ସେହି ବ୍ରହ୍ମଜ୍ଞାନୀଙ୍କର ହତ୍ୟା କରିଦେଇଥିଲେ । ଏହାପରେ ଇନ୍ଦ୍ରଦେବଙ୍କୁ ବ୍ରହ୍ମହତ୍ୟାର ଦୋଷ ଲାଗିବା କାରଣରୁ ସେ ଭଗବାନ ବିଷ୍ନୁଙ୍କୁ ଏହି ଦୋଷ ମୁକ୍ତି ହେବାର କାରଣ ପଚାରି ଥିଲେ ।

ଭଗବାନ ବିଷନୁ ଇନ୍ଦ୍ରଦେବଙ୍କୁ କହିଥିଲେ । ଯେ ଇନ୍ଦ୍ରଦେବ ଏଥିପାଇଁ ତୁମେ ଗଛ, ଭୂମୀ, ଜଳ ଏବଂ ସ୍ତ୍ରୀ କୁ ନିଜର କିଛି କିଛି ପାପ ବାଣ୍ଟିବାକୁ ପଡିବ । ଏଥିସହ ସମସ୍ତଙ୍କୁ ଏଥିପାଇଁ ଗୋଟେ ଲେଖାଏଁ ବର ମଧ୍ୟ ଦେବାକୁ ପଡିବ । ତେବେ ସେଥିପାଇଁ ଇନ୍ଦ୍ରଦେବ ନିଜ ପାପର ଚାରି ଭାଗରୁ ଭାଗେ ପାପ ନାରୀ ମାନଙ୍କୁ ଦେଇଥିଲେ । ଯେଉଁ କାରଣରୁ ନାରୀ ମାନଙ୍କୁ ପ୍ରତି ମାସରେ ମାସିକ ଧର୍ମର ପୀଡା ସହିବାକୁ ପଡିଥାଏ ।

ଏହା ବଦଳରେ ଇନ୍ଦ୍ରଦେବ ମହିଳାଙ୍କୁ ଏହି ବର ପ୍ରଦାନ କରିଥିଲେ । ସେହି ବରଟି ହେଉଛି । ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନେ କାମର  ଆନନ୍ଦ ଅଧିକ ନେଇପାରିବେ । ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜ୍ କୁ ଗୋଟିଏ ଲାଇକ୍ କରିବା ସହ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *