( ଲୁଗାସଫା ) ଏଭଳି ଭାବେ କେବେବି କରିବେ ନାହିଁ… ନଚେତ ଘଟିବ ସର୍ବନାଶ ! Vastu tips

ଏଭଳି ଢଙ୍ଗରେ ଭୁଲରେ ବି କରନ୍ତୁନି ଲୁଗାସଫା ! ମନୁଷ୍ୟ ଜୀବନର ପ୍ରତ୍ଯେକଟି କାର୍ଯ୍ୟର ଶୁଭ କିମ୍ବା ଅଶୁଭ ଫଳ ରହିଥାଏ । ଯଦି ବ୍ୟକ୍ତି ଭଲ କାର୍ଯ୍ୟ କରିଥାଏ । ତେବେ ସେଥିରୁ ଭଲ ଫଳ ମିଳିଥାଏ । ଯଦି ବ୍ୟକ୍ତି ଖରାପ କାର୍ଯ୍ୟ କରିଥାଏ । ତେବେ ସେଥିରୁ ଖରାପ ଫଳ ମିଳିଥାଏ । ତେବେ ଆପଣ ଧାରଣ କରୁଥିବା କପଡା ଠାରୁ ଆରମ୍ଭ କରି କପଡା ସଫା ପର୍ଯ୍ୟନ୍ତ ଯେଉଁ ସବୁ କାର୍ଯ୍ୟ ରହିଥାଏ । ତାହାକୁ ଜଡିତ ଭଲ କି ଖରାପ ପରିଣାମ ଆପଣଙ୍କୁ ମଧ୍ୟ ମିଳିଥାଏ । ତେଣୁ କପଡା ସହ ଜଡିତ କାର୍ଯ୍ୟ କରିବା ବେଳେ ଏହି ସବୁ ଭୁଲ କରିବାରୁ ବଞ୍ଚିକି ରୁହନ୍ତୁ ।

1- ଆମେ ଯେଉଁ ପୋଷାକ ଆଜି ପିନ୍ଧିଥାଉ । ତାହା ମଇଳା ହେଲା ପରେ ଆମେ ତାକୁ ତାପର ଦିନ ସଫା କରିଥାଉ । ହେଲେ କପଡା ସଫା କରିବାର ମଧ୍ୟ କିଛି ଉପଯୁକ୍ତ ସମୟ ରହିଥାଏ । ଅନେକ ଲୋକ ବ୍ୟସ୍ତତା କାରଣରୁ ସନ୍ଧ୍ୟା କିମ୍ବା ରାତି ସମୟରେ ଲୁଗାପଟା ସଫା କରିଥାନ୍ତି । ହେଲେ ସେହି ସବୁ ସମୟରେ ଆଦ୍ୱା ବସ୍ତ୍ର ସଫା କରିବାର ସଠିକ ସମୟ ନୁହେଁ । ନଚେତ ଏହି କାର୍ଯ୍ୟ ଦ୍ଵାରା ଘରର ସ୍ଵାସ୍ଥବସ୍ତା ଉପରେ ତାହାର କୁ-ପ୍ରଭାବ ପଡିଥାଏ ।

2- ବସ୍ତ୍ର ସଫା କରିସାରି ଘରର ଛାତ ଉପରେ ଶୁଖେଇବା ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁଯାଇ ଠିକ ହୋଇନଥାଏ । କାରଣ ଏହି କାର୍ଯ୍ୟ ଦ୍ଵାରା ଘରର ସଦସ୍ୟଙ୍କର ରୋଜଗାର ଉପରେ ଏହା କୁ-ପ୍ରଭାବ ପକାଇଥାଏ । ତେବେ ସଫା କରିଥିବା ବସ୍ତ୍ରକୁ ଛାତ ଉପରେ ଶୁଖାଇବା ଅପେକ୍ଷା ଘରର ବାଡି, ଅଗଣା ଏଭଳି ଜାଗାରେ ଶୁଖାନ୍ତୁ ।

3- ସପ୍ତାହର ଗୁରୁବାର ଦିନଟିରେ ଲୁଗାପଟା ସଫା କରିବା ଭଳି କାର୍ଯ୍ୟକୁ ବର୍ଜିତ କରାଯାଇଛି । ଗୁରୁବାର ବା ବୃହଷ୍ପତ୍ତି ବାରକୁ ମାତା ଲକ୍ଷ୍ମୀଙ୍କର ବାର ବୋଲି ମାନା ଯାଇଥାଏ । ତେଣୁ ଏହି ବାରରେ ଲୁଗାପଟା ସଫା କରିବାର ମାନେ ଘର ମଧ୍ୟରୁ ମାତା ଲକ୍ଷ୍ମୀଙ୍କର ବାସ ଛଡାଇ ଦେବା ସହ ସମାନ ହୋଇଥାଏ ।

4- କୌଣସି ବ୍ୟକ୍ତି ବି ଚିରାଫଟା ବସ୍ତ୍ର ପରିଧାନ କରିବା ଉଚିତ ନୁହେଁ । ଆଜିକାଲିର ଆଧୁନିକ ଯୁଗରେ ଷ୍ଟାଇଲ ପାଇଁ ଲୋକେ ଚିରାଫଟା ଭଳି ଡିଜାଇନ ରହିଥିବା ବସ୍ତ୍ରକୁ ପିନ୍ଧୁଛନ୍ତି । ହେଲେ ଆଧୁନିକତା ଦ୍ରୁଷ୍ଟିରୁ ବି ସେଭଳି ବସ୍ତ୍ର ପିନ୍ଧିବା ଅନୁଚିତ । ନଚେତ ମାତା ଲକ୍ଷ୍ମୀ ଏଭଳି କାର୍ଯ୍ୟ ଦ୍ଵାରା ସେହି ବ୍ୟକ୍ତି ଉପରେ ରୁଷ୍ଠ ହୋଇଥାନ୍ତି ।

5- ବ୍ୟବହାର କରୁଥିବା ବସ୍ତ୍ର ସବୁକୁ ଅସଜଡା କରି ରଖନ୍ତୁ ନାହିଁ । ସବୁ ପୋଷାକକୁ ଭଲ ଭାବେ ସଫା କରି ଉତ୍ତମ ରୂପେ ଭାଙ୍ଗିକି ସଜାଡିକି ରଖନ୍ତୁ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଟିଏ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *