ପୂଜା ଘରେ ଦୀପ ଜାଳୁଥିଲେ ହୋଇଯାଆନ୍ତୁ ସତର୍କ ! ଠାକୁର ପୂଜାର ସଠିକ ବିଧି ବିଷୟରେ ଜାଣନ୍ତୁ… Home Puja

ପୂଜା ଘରେ ଏଭଳି ଭୁଲ ବିଲକୁଲ ବି କରନ୍ତୁ ନାହିଁ ! ବନ୍ଧୁଗଣ ହିନ୍ଦୁ ଧର୍ମର ମାନ୍ୟତା ଅନୁଯାଇ ଆମେ ସମସ୍ତେ ଆମ ଘରର ମନ୍ଦିରରେ ଠାକୁରଙ୍କର ନିତ୍ୟ ପୂଜାପାଠ କରିଥାଉ । ହେଲେ ପୂଜା କରିବା ସମୟରେ ଯଦି ଆମେ ଏଭଳି କିଛି ଭୁଲ କରି ବସିଥାଉ । ତେବେ ଆମକୁ ଆମ ପୂଜାର ସଂପୂର୍ଣ୍ଣ ଫଳ ମିଳିପାରିନଥାଏ । ଏଭଳି କିଛି ଭୁଲ ଯଦି ଜାଣତରେ କି ଅଜାଣତରେ ପୂଜା ସମୟରେ କରିଥାଉ । ତେବେ ବେଳେବେଳେ ଆମେ କରିଥିବା ପୂଜାଟି ବ୍ୟର୍ଥ ଯାଇଥାଏ । ତେଣୁ ପୂଜା କରିବା ସମୟରେ କେଉଁ ସବୁ କଥା ଉପରେ ବିଶେଷ ଦ୍ରୁଷ୍ଟି ରଖି ଆମକୁ ପୂଜା କରିବାକୁ ପଡିବ ସେ ବିଷୟରେ ଜାଣନ୍ତୁ ।

1- ଅନେକ ଲୋକ ନିଜ ବେଡ୍ ରୁମ୍ ରେ ପୂଜା ଘର କରିଦେଇଥାନ୍ତି । ଯାହାକି ନିୟମ ଅନୁଯାଇ ଠିକ ନୁହେଁ । କାରଣ ପୂଜା ଘରର ପବିତ୍ରତା ଉପରେ ମଧ୍ୟ ବିଶେଷ ଧ୍ୟାନ ରଖିବା ଉଚିତ ଅଟେ । ବେଡ୍ ରୁମ୍ ରେ ପୂଜା ଘର କରିବା ଦ୍ଵାରା ପୂଜାଘରର ପବିତ୍ରତା ଉପରେ ପ୍ରଭାବ ପଡିଥାଏ । ତେଣୁ ଯଥା ସମ୍ଭବ ଘରର ବେଡ୍ ରୁମ୍ ରେ ପୂଜା ଘର ନକରି ଅନ୍ୟ ସ୍ଥାନରେ ପୂଜା ଘର କରନ୍ତୁ ।

2- ସକାଳେ ଓ ସନ୍ଧ୍ଯା ସମୟରେ ପୂଜା କରିବା ବେଳେ ଠାକୁରଙ୍କ ପାଖରେ ଘିଅର ଦୀପ ଜାଳିବାକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଏହା ଦ୍ଵାରା ଘରେ ରହିଥିବା ବାସ୍ତୁ ସମସ୍ଯା ମଧ୍ୟ ଦୂର ହୋଇଯାଇଥାଏ । କାରଣ ଦୀପର ଧୂଆଁରେ ଘରର ନକରାତ୍ମକ ଊର୍ଜା ଲୋପ ପାଇଯାଇଥାଏ । ଏଥିସହ ଘରେ ସକାରାତ୍ମକ ଶକ୍ତିର ସଂଚାର ଘଟିଥାଏ ।

3- ବାୟୁ ପୁରାଣ ଅନୁଯାଇ ସ୍ନାନ ପରେ ଆପଣଙ୍କୁ ଠାକୁରଙ୍କ ପୂଜା ପାଇଁ ଫୁଲ ତୋଳିବା ଉଚିତ ଅଟେ । ସ୍ନାନ ନକରି ଯେଉଁ ବ୍ୟକ୍ତି ଫୁଲ ତୋଳିଥାଏ । ସେହି ଫୁଲକୁ ଭଗବାନ ସ୍ଵୀକାର କରିନଥାନ୍ତି ।

4- ପୂଜା କରିବା ସମୟରେ ଭଗବାନଙ୍କ ଫୋଟ ଓ ମୂର୍ତ୍ତିରେ ଚନ୍ଦନ ଓ ସିନ୍ଦୁର ଅବଶ୍ୟ ଲଗାନ୍ତୁ । ହେଲେ ଏହାକୁ ଲଗାଇବା ପାଇଁ ଆପଣ ନିଜର ପରୀ ଆଙ୍ଗୁଠି ଅର୍ଥାତ ରିଙ୍ଗ ଫିଙ୍ଗରର ବ୍ୟବହାର କରନ୍ତୁ । ଅନ୍ୟ କୌଣସି ଆଙ୍ଗୁଠି ବ୍ୟବହାର କରି ଚନ୍ଦନ ଓ ସିନ୍ଦୁର ଲଗାନ୍ତୁ ନାହିଁ ।

5- ଯଦି ଆପଣ ନିଜ ଘରେ ଠାକୁରଙ୍କୁ ପୂଜା କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ତେବେ ସେଠାରେ ନିୟମିତ ରୂପେ ପୂଜା କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଉପରେ ଭଗବାନଙ୍କ ଆଶ୍ରୀବାଦ ସବୁବେଳ ପାଇଁ ବଜାୟ ରହିଥାଏ ।

ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ବନ୍ଧୁଗଣ ବହୁ ମାତ୍ରାରେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *