ସ୍ଵର୍ଗକୁ ଯିବା ପାଇଁ ରାବଣ ଏହି ଠାରେ ବନାଇଥିଲା ସିଡି…

ବନ୍ଧୁଗଣ ରାମାୟଣରେ ବର୍ଣ୍ଣିତ ରାବଣ ଚରିତ୍ର ବିଷୟରେ ଆପଣ ମାନେ ନିହାତି ଭାବେ ଜାଣିଥିବେ । ରାମାୟଣରେ ରାବଣର ଏକ ପ୍ରମୁଖ ଚରିତ୍ର ଥିଲା । ରାବଣ ଜଣେ ମହାଜ୍ଞାନୀ ତଥା ପଣ୍ଡିତ ଥିଲେ । ତେବେ ରାବଣ ଧରିତ୍ରୀରୁ ନେଇକି ସ୍ଵର୍ଗ ପର୍ଯ୍ୟନ୍ତ ଏକ ସିଡି ବନେଇବାକୁ ଇଛା କରିଥିଲା । ଯେଉଁ ସିଡି ଦେଇ ସମସ୍ତ ଅସୁର ଜାତି ସ୍ଵର୍ଗରେ ପହଞ୍ଚି ପାରିବେ । ସ୍ଵର୍ଗକୁ ଜୀବ ପାଇଁ ଯେପରି କୌଣସି ପୂଣ୍ୟର ଅସୁର ମାନଙ୍କୁ ଦରକାର ନପଡେ । ତେବେ ଏହି କଥା ପୌରାଣିକ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

ତେବେ ବନ୍ଧୁଗଣ ସତରେ କ’ଣ ରାବଣ ସ୍ଵର୍ଗକୁ ସିଡି ବନାଇ ପାରିଥିବା । ଯଦି ରାବଣ ସ୍ଵର୍ଗକୁ ସିଡି ବନାଇ ପାରିଥିଲା ! ତେବେ ବର୍ତ୍ତମାନ ରାବଣ ବନାଇ ଥିବା ସିଡି ବର୍ତ୍ତମାନ ବିଶ୍ଵର କେଉଁ ସ୍ଥାନରେ ରହିଛି ଏହା ନେଇ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ । ତେବେ ଏହାର ଉତ୍ତର ଆଜି ଆମେ ଆପଣଙ୍କୁ ଦେବାକୁ ଯାଉଛୁ । ହିମାଚଳ ପ୍ରଦେଶରେ ଭଗବାନ ଶିବଙ୍କର ଏକ ମନ୍ଦିର ରହିଛି । ଯେଉଁ ଶୈବପୀଠର ନାମ ହେଉଛି ପୌଡିବାଲା ଶିବ ମନ୍ଦିର ।

ତେବେ ମାନ୍ୟତା ଅନୁସାରେ ରାବଣ ସ୍ଵର୍ଗକୁ ଯିବା ପର୍ଯ୍ୟନ୍ତ ଯେଉଁ ସିଡି ବନାଇଥିଲା । ସେହି ସିଡିର ଆରମ୍ଭ ଏହି ମନ୍ଦିରରୁ ହିଁ କରିଥିଲା । ରାମାୟଣର ବର୍ଣ୍ଣିତ କଥା ଅନୁସାରେ ରାବଣ ଅମର  ହେବାକୁ ଚାହୁଁଥିଲା । ଏଥିସହ ଅସୁର ମାନଙ୍କର କଲ୍ଯାଣ କରିବାକୁ ମଧ୍ୟ ଚାହିଁଥିଲା । ତେଣୁ ସେ ସ୍ଵର୍ଗ ପର୍ଯ୍ୟନ୍ତ ସିଡି ବନାଇବାକୁ ଇଛା କରିଥିଲା । ତେବେ ଏଥିପାଇଁ ସେ ଏହି ସ୍ଥାନରେ ପ୍ରଭୁ ଶିବଙ୍କର ଘୋର ତପସ୍ୟା କରିଥିଲା ।

ପ୍ରଭୁ ଶିବ ରାବଣର ତପସ୍ୟାରେ ପ୍ରସନ୍ନ ହୋଇ ତା’ ର ମନବାଞ୍ଛା ତାକୁ ପଚାରି ବୁଝିଥିଲେ । ତାପରେ ରାବଣ ନିଜର ମନର ଇଛା ପ୍ରଭୁ ଭୋଳାଶଙ୍କରଙ୍କୁ ଜଣାଇଥିଲା । ତାପରେ ପ୍ରଭୁ ଶିବ ରାବଣକୁ ତା’ ର ମନବାଞ୍ଛା ପୂରଣ କରିବା ପୂର୍ବରୁ ରାବଣକୁ ଏକ ସର୍ତ୍ତ ଦେଇଥିଲେ । ଯାହାର ସର୍ତ୍ତ ପୂରଣ କରିବା ପରେ ଯାଇ ପ୍ରଭୁ ରାବଣର ସ୍ଵର୍ଗ ପର୍ଯ୍ୟନ୍ତ ସିଡି ବନାଇବାର ଇଛା ପୂରଣ କରିପାରିବେ ।

ତେବେ ପ୍ରଭୁ ଶିବଙ୍କର କହିବା ଅନୁଯାଇ ରାବଣ ପ୍ରଭୁ ଶିବଙ୍କର ସର୍ତ୍ତଟି ପୂରଣ କରିବାରେ ଲାଗି ପଡିଥିଲା । ହେଲେ ପ୍ରଭୁ ଶିବ ଦେଇଥିବା ସର୍ତ୍ତକୁ ଠିକ ସମୟରେ ରାବଣ ପୁରା କରିପାରିନଥିବାରୁ ରାବଣ ସ୍ଵର୍ଗ ପର୍ଯ୍ୟନ୍ତ ସିଡି ବନାଇବା ପାଇଁ ଆରମ୍ଭ ତ କରିଦେଇଥିଲେ ।

ହେଲେ ସେହି ସିଡିକୁ ସ୍ଵର୍ଗ ପର୍ଯ୍ୟନ୍ତ ପହଞ୍ଚାଇ ପାରିନଥିଲେ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *