ଜଗନ୍ନାଥ ମନ୍ଦିରର 10 ଟି ଆଶ୍ଚର୍ଯ୍ୟ ଜନକ ରହସ୍ୟ – Mysterious Shree Jagannath temple

ବନ୍ଧୁଗଣ ଜଗତର ନାଥ ହେଉଛନ୍ତି ପ୍ରଭୁ ଜଗନ୍ନାଥ । ଓଡିଶାର ପୁରୀ ଠାରେ ଥିବା ଜଗନ୍ନାଥ ମନ୍ଦିର ସାରା ବିଶ୍ଵପ୍ରସିଦ୍ଧ ଅଟେ । ସେଠାରେ ପ୍ରତିବର୍ଷ ପାଳନ ହେଉଥିବା ରଥଯାତ୍ରା ଦେଖିବା ପାଇଁ ମଧ୍ୟ ବହୁ ଦୂରଦୂରାନ୍ତରୁ ଲୋକ ଅର୍ଥାତ ଦେଶ ବିଦେଶରୁ ଲୋକ ପୁରୀ ଜଗନ୍ନାଥ ମନ୍ଦିର ଆସିଥାନ୍ତି । ତେବେ ଏହି ଜଗନ୍ନାଥ ମନ୍ଦିରରେ 10 ଟି ଆଶ୍ଚର୍ଯ୍ୟ କରିଦେବା ଭଳି ରହସ୍ୟ ରହିଛି । ତେବେ ଜଗନ୍ନାଥ ମନ୍ଦିରରେ ଥିବା ଏହି ରହସ୍ୟ ବିଷୟରେ ଚାଲନ୍ତୁ ଜାଣିବା ।

1- ସବୁ ଜିନିଷ ପବନର ଦିଗରେ ଉଡୁଥିବା ବେଳେ ପୁରୀ ଜଗନ୍ନାଥ ମନ୍ଦିରର ପତାକାଟି ପବନର ବୀପରୀତ ଦିଗରେ ଉଡିଥାଏ ।

2- ଜଗନ୍ନାଥ ମନ୍ଦିରର ଉପର ଭାଗରେ ରାତି ହେଉ କିମ୍ବା ଦିନ ସେଠାରେ କୌଣସି ମଧ୍ୟ ପକ୍ଷୀ ଉଡୁଥିବାର ଦେଖିବାକୁ ମିଳିନଥାଏ ।

3- ମନ୍ଦିର ଉପରେ ଥିବା ନୀଳଚକ୍ରର ମଧ୍ୟ ଏକ ରହସ୍ୟ ରହିଛି । ମନ୍ଦିରର ଯେ କୌଣସି ସ୍ଥାନରେ ରହି ଏହି ନୀଳଚକ୍ରକୁ ଦେଖିଲେ ବି ଚକ୍ରଟି ଆପଣଙ୍କ ଆଡକୁ ମୁହଁ କରି ରହିଥିଲା ଭଳି ଲାଗିବ ।

4- ପୃଥିବୀର କୌଣସି ବି ସମୟରେ ସମୁଦ୍ର ମୁହାଣରେ ଦିନ ସମୟରେ ସମୁଦ୍ରରୁ ଭୂମୀକୁ ଆଉ ରାତି ସମୟରେ ଭୂମୀରୁ ସମୁଦ୍ରକୁ ପବନ ବହିଥାଏ । ହେଲେ ପୁରୀ ସମୁଦ୍ର ମୁହାଣରେ ଏହାର ବୀପରୀତ ହୋଇଥାଏ ।

5- ଜଗନ୍ନାଥ ମନ୍ଦିରର ମୁଖ୍ୟଦ୍ଵାର ଯାହାକୁ ସିଂହ ଦ୍ଵାର ବୋଲି କୁହାଯାଇଥାଏ । ଯେତେବେଳେ ସିଂହଦ୍ଵାର ଭିତରକୁ ପ୍ରବେଶ କରିବେ । ସେତେବେଳକୁ ସମୁଦ୍ର ଜୁଆରର ଧ୍ୱନି କାହାକୁ ଶୁଭାଯାଇନଥାଏ । ହେଲେ ପୁରୀର ଅନ୍ୟ କୌଣସି ସ୍ଥାନରେ ଠିଆ ହୋଇଥିଲେ । ଏହି ଧ୍ୱନି ଶୁଣିବାକୁ ମିଳିଥାଏ ।

6- ପୁରୀ ମନ୍ଦିରରେ ପ୍ରତିଦିନ ବର୍ଷ ସାରା ରୋଷେଇ କରିବା ପାଇଁ ବର୍ଷ ସାରା ରୋଷେଇ କରିବାକୁ ପଡିଥାଏ । ହେଲେ କେବେବି ଏହି ପ୍ରସାଦ ବଳିନଥାଏ କି ନିଅଣ୍ଟ ମଧ୍ୟ ହୋଇନଥାଏ । 7- ରୋଷେଇ ଶାଳରେ ପ୍ରସାଦ ବନାଇବା ପାଇଁ 7 ଟି ମାଟିର ପାତ୍ରକୁ ଗୋଟିଏ ଚୁଲିରେ ଗୋଟିଏ ଉପରେ ଗୋଟିଏ ପାତ୍ର ରଖି ରୋଷେଇ କରାଯାଇଥାଏ । ହେଲେ ଉପର ପାତ୍ରରେ ଥିବା ଖାଦ୍ୟ ସବୁଠାରୁ ଆଗେ ବନି ପ୍ରସ୍ତୁତ ହୋଇଯାଇଥାଏ ।

8- ସିଂହଦ୍ଵାରା ସାମ୍ନାରେ ଥିବା ଅରୁଣ ସ୍ତମ୍ଭ ଲମ୍ବାରେ ବହୁତ ଉଚ୍ଚ ରହିଥାଏ । ହେଲେ ଦିନ ସମୟରେ ଏହାର ଛାଇ ଅଦୃଶ୍ୟ ରହିଥାଏ ।

9- କିଛି ବର୍ଷ ପୂର୍ବରୁ ଜଗନ୍ନାଥ ମନ୍ଦିର ପୂର୍ବରୁ ଏକ ବଡ ପଥର ଖସିଯାଇଥିଲା ବୋଲି ସବୁଆଡେ ଶୁଣିବାକୁ ମିଳିଥିଲା । ହେଲେ ସେହି ବଡ ପଥର ମନ୍ଦିର ଉପରୁ ଖସି କେଉଁ ସ୍ଥାନରେ ରହିଛି ତାହା ଆଜି ପର୍ଯ୍ୟନ୍ତ କାହାକୁ ଜଣା ପଡିନଥିବାରୁ ତାହା ଏକ ରହସ୍ୟ ହୋଇ ଆଜି ପର୍ଯ୍ୟନ୍ତ ରହିଛି ।

10- ମନ୍ଦିରର ବାମ ସାଇଡରେ ଏକ ବଟବୃକ୍ଷ ରହିଛି । ଆମ ରାଜ୍ୟର ଓଡିଶାରେ ଏତେ ସବୁ ବାତ୍ୟା ପବନ ହେଉଥିଲେ ମଧ୍ୟ ସେହି ବଟବୃକ୍ଷ କେଉଁ ପୁରାତନ କାଳରୁ ସେହି ସ୍ଥାନରେ ସେହି ପରି ଠିଆ ହୋଇ ରହିଛି ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟିଏ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

 

Leave a Reply

Your email address will not be published. Required fields are marked *