୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ହୋଇପାରେ ଭୟଙ୍କର ବର୍ଷା

ଆଜି ରାଜ୍ୟର 7 ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ଏଥିପାଇଁ 7ଟି ଜିଲ୍ଲାକୁ ୟେଲୋ ୱାର୍ନିଗ ଜାରିକରିଛି ପାଣିପାଗ ବିଭାଗ । ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ରାଜ୍ୟରେ ବି କାଳବୈଶାଖୀ ବର୍ଷା ପାଇଁ ଅନୁକୂଳ ପାଗ ହୋଇଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ତେବେ ସେହିପରି ଆସନ୍ତା କାଲୀ ମଧ୍ୟ ଉତ୍ତର ଓଡିଶାରେ କାଳବୈଶାଖୀର ସମ୍ଭାବନା ରହିଛି । ସେହିପରି ଆସନ୍ତା 18 ତାରିଖ ପରେ କାଳବୈଶାଖୀ ସମ୍ଭାବନା ଆହୁରି ବଢିବ ବୋଲି ଅନୁମାନ କରାଯାଇଛି । ଅନ୍ୟପଟେ ଆସନ୍ତା 5ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ନିଗ କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ । ଏହି 7ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି । ଏବଂ ଏହି 7 ଜିଲ୍ଲାକୁ ୟେଲ୍ଲୋ ୱାର୍ନିଗ ଜାରି କରାଯାଇଛି ।

ଅନ୍ୟପକ୍ଷେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଏହି ସପ୍ତାହରେ ଓଡ଼ିଶା ସମେତ ଉତ୍ତର ଭାରତରେ ତାପମାତ୍ରା ବଢ଼ିବା ପରିବର୍ତ୍ତେ କମିଛି । ପଶ୍ଚିମା ପବନ ସହ ବାୟୁ ଦିଗରେ ପରିବର୍ତ୍ତନ ସମ୍ଭାବନା ରହିଛି । ଅନୁମାନ କରାଯାଉଛି କି, ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୧୪ ତାରିଖ ପର୍ଯ୍ୟନ୍ତ ବଢ଼ିବ ନାହିଁ । ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବଢ଼ିବ । ତେବେ ୧୫ ତାରିଖରୁ ରାଜ୍ୟର ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ ।

ଭୁବନେଶ୍ବର ତାପମାତ୍ରା ୧୬ ତାରିଖ ସୁଦ୍ଧା ୪୦ ଡିଗ୍ରି ପାଖାପାଖି ହେବାର ସମ୍ଭାବନା ରହିଛି । ଧୀରେ ଧୀରେ ଯେଉଁଭଳି ତାପମାତ୍ରା ବୃଦ୍ଧି ହେଉଛି ସମସ୍ତ ଜନତାଙ୍କୁ ସତର୍କ ରହିବା ପାଇଆନ କହିଛନ୍ତି ପାଣିପାଗ ବିଭାଗ । ଘରୁ ବାହାରକୁ କମ ଯିବା ପାଇଁ କୁହାଯିଛି ଓ ଯଦି ଯାଉଛନ୍ତି ତେବେ ନିଜ ସହ ପାଣି ବୋତଲ ନିଶ୍ଚୟ ନିଅନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *