ଆଜି ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍ କାମ! ଲଗାତର 4 ଦିନ ବନ୍ଦ ରହିବ ବ୍ଯାଙ୍କ

ଆଜିଠାରୁ ସାରି ନିଆ ସବୁ କାମ । କାହିଁକି ନା 14 ମାର୍ଚ୍ଚରୁ ଲଗାତାର 4 ଦିନ ବନ୍ଦ ରହିବ ବ୍ଯାଙ୍କ । ସରକାରୀ ବ୍ଯାଙ୍କର ଘରୋଇକରଣକୁ ବିରୋଧ କରି ଆସନ୍ତା 15 ଓ 16 ତାରିଖରେ ବନ୍ଦ ଡାକରା ଦେଇଛନ୍ତି ୟୁନାଇ ଟେଡ ଫୋରମ ଓଫ ବ୍ଯାଙ୍କ ଉନିୟନ । ଯେଉଁଥିରେ ବ୍ଯାଙ୍କ ସହ ଜଡିତ 9ଟି ସଂଗଠନ ସାମିଲ ହେବେ । ତେଣୁ ଯଦି ଆପଣଙ୍କର ବ୍ଯାଙ୍କ ସମ୍ବନ୍ଧିତ କୌଣସି କାମ ରହି ଯାଇଛି ତେବେ ଏହାକୁ ତୁରନ୍ତ ସାରି ଦିଅନ୍ତୁ ।

ସରକାରୀ ବ୍ଯାଙ୍କର ଘରୋଇକରଣକୁ ବିରୋଧ କରି ବ୍ଯାଙ୍କର କର୍ମଚାରୀ ମାନେ 15 ଓ 16ରେ ହଡତାଳର ଡାକରା ଦେଇଥିବା ବେଳେ ସିଧାସଳଖ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡିବ । ଏମିତିକି ଦେଶର ସବୁଠୁ ବଡ ବ୍ଯାଙ୍କ ସ୍ଟେଟ ବ୍ଯାଙ୍କ ଓଫ ଇଣ୍ଡିଆର କାମ କାର୍ଯ୍ୟ ଉପରେ ଏହାର ପ୍ରଭାବ ପଡିବ ବୋଲି କୁହା ଯାଉଛି ।

ଏହି ଧର୍ମଘଟ ଡକରା ପାଇଁ ଲଗାତର 4 ଦିନ ବ୍ଯାଙ୍କର କାମ କାର୍ଯ୍ୟ ବନ୍ଦ ରହିପାରେ । 15 ଓ 16 ମାର୍ଚ୍ଚ ସୋମବାର ଓ ମଙ୍ଗଳବାର ପଡୁଥିବା ବେଳେ ଏହା ପୂର୍ବରୁ 14 ମାର୍ଚ୍ଚ ରବିବାର କାରଣରୁ ବ୍ଯାଙ୍କ ବନ୍ଦ ରହିବ । ସେହିଭଳି 13 ମାର୍ଚ୍ଚ ମାସର 2ୟ ଶନିବାର ହୋଇଥିବାରୁ ଏହି ଦିନ ବି ବ୍ଯାଙ୍କ ବନ୍ଦ ରହିବ । ଏହିଭଳି ଭାବେ ଲଗାତାର 4ଦିନ ବ୍ଯାଙ୍କ ବନ୍ଦ ରହିପାରେ ବ୍ଯାଙ୍କ । ଚଳିତ ବଜେଟ ଉପସ୍ଥାପନ ସମୟରେ ସରକାରୀ ବ୍ୟାଙ୍କର ଘରୋଇକରଣକୁ ନେଇ ବଡ ନିଷ୍ପତ୍ତି ନେଇ ଛନ୍ତି କେନ୍ଦ୍ର ସରକାର ।

ବଜେଟ ଅଧିବେଶନରେ 2 ସରକାରୀ ବ୍ଯାଙ୍କକୁ ଘରୋକରଣ କରିବାର ଘୋଷଣା କରାଯାଇଥିଲା । ଆଉ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଲଗାତାର ବିରୋଧ କରି ଆସୁଛନ୍ତି ସରକାରୀ ବ୍ଯାଙ୍କ କର୍ମଚାରୀ । ସରକାରୀ ବ୍ଯାଙ୍କ ଗୁଡିକୁ ଘରୋଇକାରଣ କରାଗଲେ ଏହାର ସିଧା ସଳଖ ପ୍ରଭାବ ବ୍ଯାଙ୍କ କର୍ମଚାରୀଙ୍କ ଉପରେ ପଡିବ ବୋଲି ଆଶା କରାଯାଉଛି । ଏପରିକି କର୍ମଚାରୀଙ୍କ ଛଟେଇ କରାଯିବା ସହ ରୋଜଗାର ଉପରେ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି । ଯେଉଁଥିପାଇଁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏହି ବନ୍ଦ ଡାକରା ଦେଇଛନ୍ତି ବ୍ଯାଙ୍କ ସଂଗଠନ ।

ତେବେ ଏଭଳି ଏକ ନିଷ୍ପତ୍ତି ନେବା କେତେଦୂର ଠିକ ? ଏହା ଉପରେ ଅକନ କହିବେ ଆପଣ ? ନିଜର ମତାମତ ନିଶ୍ଚୟ କମେଣ୍ଟ କରିବେ । ଆଗକୁ ଆମ ଶ ରହିବା ପାଇଁ ଆମ ପେଜକୁ ଲାଇକ କରିବାକାଉ ଭୁଲିବେନି ।

Leave a Reply

Your email address will not be published. Required fields are marked *