ଜୀବନରେ କେବେବି ଭୁଲ୍‌ରେ ମଧ୍ୟ ଏହି ୬ଟି ଜିନିଷ କାହାକୁ ଧାର୍ ଦିଅନ୍ତୁ ନାହିଁ, ନଚେତ ହୋଇଯିବେ କାଙ୍ଗାଳ

ବାସ୍ତୁ ଶାସ୍ତ୍ର ବିଷୟରେ ତ ଆପଣ ଜାଣିଥିବେ । ଏହା ବିଷୟରେ ଏମିତି କୁହାଯାଏ କି ଯଦି ଆପଣଙ୍କ ଘରେ କୌଣସି ବାସ୍ତୁ ସମସ୍ୟା ଥାଏ ତେବେ ଏହା ଆପଣଙ୍କ ଜୀବନଙ୍କୁ ବର୍ବାଦ ମଧ୍ୟ କରିଦେଇ ପାରେ। ସେଥିପାଇଁ ଆଜିକାଲି ସମସ୍ତେ ନୂତନ ଘର ଟିଏ କରିବା ଆଗରୁ ଓ କରିବା ପରେ ନିଶ୍ଚିତ ଭାବେ କୌଣସି ବସ୍ତୁବିଦଙ୍କ ପରାମର୍ଶ ନେଉଛନ୍ତି । ଯାହା ଫଳରେ ସେମାନେ କୌଣସସି ବାସ୍ତୁ ସମସ୍ୟାରେ ପୀଡିତ ହେବେ ନାହିଁ । କିନ୍ତୁ ଏହି ଶାସ୍ତ୍ର ଅନୁସାରେ ଏମିତି ମଧ୍ୟ ଅନେକ କଥା ଅଛି ଯାହା ଆମେ ଜାଣିବା ନିତ୍ୟାନ୍ତ ଆବଶ୍ୟକ ।

Image Courtesy: Google

ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଯେ ଯେଉଁ ବ୍ୟକ୍ତି ବାସ୍ତୁ ନିୟମକୁ ପାଳନ କରିଥାଏ ତା’ ଜୀବନରେ କେବେବି ଦୁଃଖ କଷ୍ଟ ଆସି ନଥାଏ । ଏବଂ ଯେଉଁ ବ୍ୟକ୍ତିମାନେ ଏହି ନିୟମକୁ ପାଳନ କରିନଥାନ୍ତି ସେମାନେ ସର୍ବଦା ଦୁଃଖ କଷ୍ଟରେ ବଞ୍ଚନ୍ତି। ତେବେ ଆଜି ଆମେ ଆପଣଙ୍କୁ ସେହି ବାସ୍ତୁ ଶାସ୍ତ୍ର ସହ ଜଡିତ କିଛି କହିବାକୁ ଯାଉଛୁ । ଜୀବନରେ ଆମେ ଆମ ସମ୍ପର୍କୀୟ ବା ଚିହ୍ନାଜଣା ଲୋକଙ୍କ ସହ ବହୁହତ କିଛି ଜିନିଷର ଆଦାନ ପ୍ରାଦାନ କରିଥାଉ । ହେଲେ କଣ ଆପଣ ଜାଣିଛନ୍ତି ଏହା କରିବା ଦ୍ଵାରା ଆପଣ ନିଜର କ୍ଷତି କରୁଛନ୍ତି ବୋଲି ।

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଅନ୍ୟ ବ୍ୟକ୍ତିଙ୍କ ସହ ବିଶେଷ ଜିନିଷ ଆଦାନପ୍ରଦାନ କରୁଥାଆନ୍ତି ତେବେ ତାଙ୍କ ନକରାତ୍ମକ ଶକ୍ତି ଆପଣଙ୍କ ଭିତରେ ପ୍ରବେଶ କରିଥାଏ। ଯେଉଁଥିପାଇଁ ଆପଣଙ୍କର ଦୁର୍ଭାଗ୍ୟ ମଧ୍ୟ ଆରମ୍ଭ ହୋଇଯାଇଥାଏ। ତେବେ ସେହି ବିଷୟକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କହିବୁ କେଉଁ ବସ୍ତୁ ଦାନ ବା ଧାର ଦେଲେ ଆପଣ ନିଜର ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାନ୍ତି-

୧. ଗହଣା:

Image Courtesy: Google

ବାସ୍ତୁ ଅନୁସାରେ ଗହଣା ଉଧାର ନେଇ ପିନ୍ଧିବା ଦ୍ବାରା ଆପଣଙ୍କୁ ଗ୍ରହର ଖରାପ ପ୍ରଭାବ ଭୋଗିବାକୁ ପଡ଼ିଥାଏ। ବେଳେ ବେଳେ ମହିଳାମାନେ ଅଧିକାଂଶ ସମୟରେ ପରସ୍ପରଠୁ ଗହଣା ଉଧାର ମାଗି ପିନ୍ଧିଥାଆନ୍ତି। ଖାସ୍ କରି ତାଙ୍କ ଡ୍ରେସକୁ ମ୍ୟାଚିଙ୍ଗ୍ କରି କିଛି ଦରକାର ଥିବାବେଳେ ଗହଣା ଦରକାର ହୋଇଥାଏ । କିନ୍ତୁ ଏପରି କରିବା ଦ୍ଵାରା ଆପଣଙ୍କର ଖାରପ ହୋଇଥାଏ ।

୨. ଟଙ୍କା:

Image Courtesy: Google

ଟଙ୍କା ଏକ ଏପରି ଜିନିଷ ଯାହା ସବୁଠୁ ବେଶୀ ଉଧାର କରାଯାଇଥାଏ । କୈାଣସି ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ଖରାପ ନୁହେଁ କିନ୍ତୁ ବାସ୍ତୁ ଅନୁସାରେ ଆପଣଙ୍କୁ ସୂର୍ଯ୍ୟାସ୍ତ ପରେ କାହାକୁ ଟଙ୍କା ଉଧାର ଦେବା ଅନୁଚିତ୍ । ଏପରି କରିବା ଦ୍ବାରା ଧନ ଦେବୀ ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇ ପାରନ୍ତି।

୩. ଘଣ୍ଟା :

Image Courtesy: Google

ବାସ୍ତୁ ଅନୁସାରେ ଘଣ୍ଟା ପ୍ରତ୍ୟେକ ବ୍ୟକ୍ତିଙ୍କ ଭଲ କିମ୍ବା ଖରାପ ସମୟର ପ୍ରତୀକ ହୋଇଥାଏ। ଅନ୍ୟଙ୍କଠୁ ଘଣ୍ଟା ମାଗି ପିନ୍ଧିବା ଦ୍ବାରା ତାଙ୍କର ସକରାତ୍ମକ ଏବଂ ନକରାତ୍ମକ ଶକ୍ତି ଆମ ଭିତରେ ପ୍ରବେଶ କରିଥାଏ । ସେଥିପାଇଁ କଦାପି ଅନ୍ୟଙ୍କଠୁ ଘଣ୍ଟା ମାଗି ପିନ୍ଧନ୍ତୁ ନାହିଁ ।

୪. ରୁମାଲ:

Image Courtesy: Google

କେତେକ ଲୋକଙ୍କର ଅଭ୍ୟାସ ରହିଛି ଯେ ସେମାନେ ଅନ୍ୟର ରୁମାଲ ସେୟାର କରିଥାଆନ୍ତି। ଏପରି କରିବା କେବଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇନଥାଏ ବରଂ ବାସ୍ତୁ ଅନୁସାରେ ମଧ୍ୟ ଆପଣଙ୍କ ଧନ ହାନିର ଆଶଙ୍କା ଥାଇ ପାରେ । ଏଥିପାଇଁ ଆପଣଙ୍କର ରୁମାଲ କାହାକୁ ଦିଅନ୍ତୁ ନାହିଁ କିମ୍ବା ଆପଣ ମଧ୍ୟ ଅନ୍ୟର ରୁମାଲ ନିଅନ୍ତୁ ନାହିଁ।

୫.କଲମ :

Image Courtesy: Google

ଅଧିକାଂଶ ସମୟରେ ପେନ୍ ଭଳି ଜିନିଷ ଲୋକେ ନିଜ ସହ ନେବାକୁ ଭୁଲିଯାଇଥାଆନ୍ତି। ଏପରି ପରିସ୍ଥିତିରେ ଲୋକେ ଅନ୍ୟକୁ କଳମ ମାଗିଥାଆନ୍ତି। ପେନ୍ ମାଗିବା ଖରାପ ନୁହେଁ କିନ୍ତୁ ପେନ୍ ମାଗି ନ ଫେରାଇଲେ ଆପଣଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହା ଦ୍ବାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

୬. ପିଆଜ ଏବଂ ରସୁଣ :

Image Courtesy: Google

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ସନ୍ଧ୍ୟା ସମୟରେ ଆପଣ କୈାଣସି ବାହାରର ବ୍ୟକ୍ତିଙ୍କୁ ପିଆଜ,ରସୁଣ ଉଧାର ଦିଅନ୍ତି ତେବେ ଏହା ଅଶୁଭ ହୋଇଥାଏ। ଏହା କରିବା ଦ୍ବାରା ଘରର ଶାନ୍ତି ନଷ୍ଟ ହୋଇଥାଏ । ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ପଡ଼ିଥାଏ। ଏଥିପାଇଁ ଦିନରେ ପିଆଜ,ରସୁଣ ଉଧାର ଦିଅନ୍ତୁ। ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *