ଏହି ମହିଳା ଭିକ ମାଗି ନିଜ ଆକାଉଣ୍ଟ ରେ ଏତେ ଟଙ୍କା ଜମା କରିଛନ୍ତି ଯେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିୟାର କେତେକ ଜାଗାରେ ଭିକ ମାଗିବା ଅପରାଧ ଶ୍ରେଣୀ ରେ ରଖା ଯାଇଛି, କିନ୍ତୁ ଏହା ପରେ ବି ଦୁନିଆରେ ଭିକାରୀଙ୍କ ସଂଖ୍ୟା ଏହି ଦୁନିଆରେ ବହୁତ ଅଛି । ଭାରତରେ ବହୁତ ଗୁଡେ ଲୋକ ଆଜି ବି ଭିକ ମାଗୁଛନ୍ତି ଏବଂ ଦିନକୁ ଦିନ ଏହା କମିବା ବଦଳରେ ବଢି ଚାଲିଛି, ଆଜି ଆମେ ଆପଣଙ୍କୁ ଜଣେ ଏହି ପରି ଭିକାରି ମହିଳାଙ୍କ କଥା କହିବାକୁ ଯାଉଛୁ । ଯିଏ ଭିକ ମାଗି ଏତେ ଟଙ୍କା ରଖିଛନ୍ତି ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଇବେ ।

ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା

ଜଣେ ମହିଳାଙ୍କ ଖବର ଏହି ଦିନୁ ପ୍ରସିଦ୍ଧ ହୋଇଛି, ଏହି ମହିଳାଙ୍କ ବ୍ୟାଙ୍କ ଅକାଉଣ୍ଟ ରେ ଏତେ ଟଙ୍କା ଅଛି ଯେତେ ଆପଣ କେବେ ଭାବି ବି ନଥିବେ । ଏହି ମହିଳା ଲେବନାନ ଜାଗାରେ ରୁହନ୍ତି, ତାଙ୍କ ନା ବାଫା ମୋହମଦ ଅବଦ ଅଟେ । ତାଙ୍କ ବ୍ୟାଙ୍କ ଅକାଉଣ୍ଟ ରେ ପାଖା ପାଖି ୬.୩୭କୋଟି ଟଙ୍କା ଅଛି ।

ଏହା ସେତେବେଳେ ଜଣା ପଡିଲା, ଯେତେବେଳେ ସେ ନିଜ ଟଙ୍କା ଗୋଟେ ବ୍ୟାଙ୍କରୁ ଅଲଗା ବ୍ୟାଙ୍କକୁ ଟ୍ରାନ୍ସଫର କରୁଥିଲେ । ମିଡିଆ ରିପୋର୍ଟ ଅନୁଯାଇ ଯେତେବେଳେ ମହିଳା ଅକାଉଣ୍ଟ ଟ୍ରାନ୍ସଫର ପାଇଁ ବ୍ୟାଙ୍କକୁ ଆବେଦନ ଦେଲେ ସେତେବେଳେ କର୍ମଚାରୀ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ କାହିଁକିନା ବ୍ୟାଙ୍କ ରେ ସେହି ସମୟରେ ସେତେ ଜମା ନଥିଲା,

ଯେତେ ଟଙ୍କା ମହିଳା ନିଜ ଚେକ ରେ ଲେଖି ଥିଲେ । ମହିଳାଙ୍କ ଦୁଇଟି ଚେକ ସୋଶିଅଲ ମିଡିଆ ରେ ବହୁତ ଭାୟରଲ ହୋଇଛି, ଯାହା ଉପରେ ୩୦ସେପ୍ଟେମ୍ବର ୨୦୧୯ତାରିଖ ଲେଖା ହୋଇଛି । କୁହା ଯାଉଛି ଯେ ମହିଳା ସିଦୋନ ର ନିବାସୀ ଓ ସେ ଏଠାର ପ୍ରସିଦ୍ଧ ହସ୍ପିଟଲ ଆଗରେ ବସି ଦିନ ସାରା ଭିକ ମାଗନ୍ତି ।

ହସ୍ପିଟଲର ଜଣେ ନର୍ସ କହିବା ଅନୁଯାଇ ମହିଳା ହସ୍ପିଟଲ ଗେଟ ପାଖରେ ବସି ଦିନ ସାରା ଭିକ ମାଗନ୍ତି, ଏହି ମହିଳା ୧୦ବର୍ଷ ଧରି ଭିକ ନାଗୁଛନ୍ତି, ଆଖ ପାଖ ଲୋକ ତାଙ୍କୁ ଭିକାରି ବୋଲି ଜାଣିଛନ୍ତି ।

Leave a Reply

Your email address will not be published. Required fields are marked *