ଏହି ସବୁ ଲକ୍ଷଣ ହେଉଛି ଲିଭର ଖରାପ ହେବାର ସଂକେତ, ଯଦି ଆପଣଙ୍କୁ ବି ଦେଖାଯାଉଛି ତ ହୋଇଯାନ୍ତୁ ସାବଧାନ

ବହୁତ ଲୋକ ଏହା ଭାବିଥାନ୍ତି ଯେ ମଦ ସେବନ କଲେ ଲିଭର ଖରାପ ହୋଇଥାଏ, କିନ୍ତୁ ଏହା ସମ୍ପୂର୍ଣ ସତ୍ୟ ନୁହେଁ, ଆପଣ ଏମିତି କେତେ ପ୍ରକାର ଲୋକଙ୍କୁ ଦେଖି ଥିବେ ଯିଏ କୌଣସି ନିଶା ପାନ କରନ୍ତି ନାହିଁ, ତେବେ ମଧ୍ୟ ଲିଭର ରୋଗରେ ପୀଡିତ ହୁଅନ୍ତି । ଏମିତି ଲୋକ ଫ୍ୟାଟି ଲିଭର ରୁ ଗ୍ରସ୍ତ ହୋଇଥାନ୍ତି । ଏହି ପରିସ୍ଥିତି ରେ ଲିଭର ରେ ଗ୍ୟାସ ଜମା ହୋଇଥାଏ, ଯାହା ଦ୍ଵାରା ଆପଣଙ୍କ ଲିଭର ଖରାପ ହୋଇ ଥାଏ ଆସନ୍ତୁ ଜାଣିବା ଲିଭର ଖରାପ ହବାର ମୁଖ୍ୟ କାରଣ :

ପେଟ ଫୁଲିବା :

ପେଟ ଫୁଲିବା ଏହି ରୋଗର ପ୍ରମୁଖ ଲକ୍ଷଣ ଅଟେ, ଏହି ସ୍ଥିତି ସେତେବେଳେ ଉତ୍ପନ ହୋଇଥାଏ, ଯେତେବେଳେ ପେଟ ନାଭି ରେ ଦ୍ରବ୍ୟ ଜମା ହୋଇଥାଏ । ଖରାପ ଲିଭର ଶରୀର ରୁ ଅସନା ବାହାର କରିବାରେ ଅସମର୍ଥ ଅଟେ ଯାହା ଦ୍ଵାରା ପେଟରେ ପାଣି ଜମା ହୋଇଥାଏ, ଏହି କାରଣ ଯାହା ପାଇଁ ପେଟ ଫୁଲିବା ଆରମ୍ଭ ହୁଏ ।

ପୁରୁଷମାନଙ୍କ ସ୍ତନ ବଢିବା :

ବଢୁଥିବା ସ୍ତନ ପାଇଁ ଅନେକ କାରଣ ହୋଇ ପାରେ, କିନ୍ତୁ ସେହି କାରଣ ମଧ୍ୟରେ ଫ୍ୟାଟି ଲିଭର ମଧ୍ୟ ଅଛି । ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ସ୍ତନ ବଢୁଛି ତେବେ ଥରେ ଡକ୍ଟର ପାଖ ରେ ଯାଇ ଚେକ ଅପ ନିଶ୍ଚିନ୍ତ କରାନ୍ତୁ ।

ହଳଦିଆ ତ୍ଵଚା :

ଯଦି ଆପଣଙ୍କୁ ନିଜ ସ୍କିନ ରଙ୍ଗ ବଦଳିବାର ଲାଗେ ବା ଆପଣଙ୍କ ତ୍ଵଚା ହଳଦିଆ ହୋଇ ଯାଏ ତେବେ ଏହା ଲିଭର ରୋଗର ସମସ୍ୟା ଅଟେ, ଏହା ଦ୍ଵାରା ଆପଣ ଜାଣି ପାରିବେ ଯେ ଆପଣ ଫ୍ୟାଟି ଲିଭର ଦ୍ଵାରା ଗ୍ରସ୍ତ ଅଛନ୍ତି ।

ରକ୍ତ ପ୍ରବାହ ବଢିବା :

କେତେ ଥର ଏମିତି ମଧ୍ୟ ହୋଇଥାଏ ଯେତେବେଳେ ଆମ ଶରୀର ରେ ବିଷାକ୍ତ ତତ୍ଵ ଉତ୍ପନ ହୋଇଥାଏ, ଯାହା ଦ୍ଵାରା ଆମ ଲିଭର ସଠିକ ଭାବରେ କାମ କରିବାରେ ଅସମର୍ଥ ହୋଇଥାଏ, ଏହି ସ୍ଥିତି ରକ୍ତ ପ୍ରବାହ ବଢେଇଥାଏ, ଯାହା ଶରୀର ବାହାର ତ୍ଵଚା ଉପରେ ମଧ୍ୟ ଅସର ଦେଖେଇ ଥାଏ ।

Leave a Reply

Your email address will not be published. Required fields are marked *