କଣ ଆପଣ ଜାଣିଛନ୍ତି, ଶବର ପୋସ୍ଟମାର୍ଟମ ଦିନ ରେ ହିଁ କାହିଁକି କରାଯାଏ, କିନ୍ତୁ ରାତିରେ କାହିଁକି ନୁହେଁ ?

ପ୍ରାୟତଃ ସମସ୍ତଙ୍କ ମନରେ କେତେ ପ୍ରକାର କଥା ଆସେ ଯାହା ଉତ୍ତର ପାଇବା କଷ୍ଟକର ହୋଇ ଥାଏ, କିନ୍ତୁ ଉତ୍ତର ପାଇବା ଅସମ୍ଭବ ନୁହେଁ । ଏମିତି ଗୋଟେ ପ୍ରଶ୍ନ ସମସ୍ତଙ୍କ ମନକୁ କେବେ ନା କେବେ ଆସି ଥିବ ଯେ ଶବର ପୋସ୍ଟମାର୍ଟମ ଦିନରେ କାହିଁକି ହୁଏ ଓ ରାତିରେ କାହିଁକି ନୁହେଁ ? ଆଜି ଆମେ ଆପଣଙ୍କୁ ଏହା ପଛ ତଥ୍ୟ କହିବୁ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତାର ଭାବରେ । ଆମେ ଆପଣଙ୍କୁ କହିଦବାକୁ ଚାହୁଞ୍ଚୁ ଯେ ଶବର ପୋସ୍ଟମାର୍ଟମ ଦିନରେ କରିବା ପଛରେ କେତେକ ବୈଜ୍ଞାନିକ କାରଣ ଅଛି, ଯାହା ବିଷୟରେ ବୋଧେ ଆପଣଙ୍କୁ ଜଣା ଥିବ ।

Image Courtesy: Google

ପ୍ରଥମ କଥା ଯାହା ଜାଣିବା ଉଚିତ ଏହା ଅଟେ କି ଶବର ପୋସ୍ଟମାର୍ଟମ କଣ ପାଇଁ କରା ଯାଏ ? ପୋସ୍ଟମାର୍ଟମ ଗୋଟେ ପ୍ରକାର ଅପରେସନ ହୋଇଥାଏ, ଯାହା ଦ୍ଵାରା ଶବର ପ୍ରରିକ୍ଷଣ ହୋଇଥାଏ । ଶବ ର ପ୍ରରିକ୍ଷଣ ଏଥିପାଇଁ କରା ଯାଏ କାହିଁକିନା ଲୋକ ମୃତ୍ୟୁର ଅସଲ କାରଣ ଜଣା ପଡିଥାଏ ।

Image Courtesy: Google

ପୋସ୍ଟମାର୍ଟମ ପାଇଁ ଶବ ସମ୍ପର୍କୀୟ ଲୋକଙ୍କ ସହମତି ଅନିବାର୍ଯ୍ୟ ହୋଇଥାଏ, କିଛି ଘଟଣା ରେ ଯେମିତିକି ହତ୍ୟା ପରି ଘଟଣା ରେ ପୋଲିସ ଅନୁମତିରେ ଶବର ପୋସ୍ଟମାର୍ଟମ କରା ଯାଇଥାଏ । ରିପୋର୍ଟ ଅନୁଯାଇ ବ୍ୟକ୍ତି ଜଣକ ମୃତ୍ୟୁ ର ୬ ରୁ ୧୦ଘଣ୍ଟା ମଧ୍ୟରେ ଶବର ପୋସ୍ଟମାର୍ଟମ କରିବା ଉଚିତ, କାହିଁକିନା ଏହା ଠାରୁ ଅଧିକ ସମୟ ହେଲେ ଶବର ଅସଲ ମୃତ୍ୟୁ କରଣ ଜଣା ପଡେ ନାହିଁ ଶବରେ ପ୍ରାକୃତିକ ପରିବର୍ତ୍ତନ ହବା ଆରମ୍ଭ ହୋଇ ଯାଏ ।

Image Courtesy: Google

ଶବର ପୋସ୍ଟମାର୍ଟମ କରିବା ସମୟ ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ହୋଇ ଥାଏ । ଏହା ପଛର ସବୁଠାରୁ ବଡ କାରଣ ଏହା ଅଛି ଯେ ରାତିରେ ଟ୍ୟୁବଲାଇଟ ବା ଏଲଇଡି ର ପ୍ରକାଶ ରେ ଘା ରଙ୍ଗ ବାଇଗଣି ଦେଖା ଯାଏ ଏବଂ ଫରେନସିକ ସାଇନ୍ସ ଅନୁଯାଇ ବାଇଗଣି ରଙ୍ଗ ଘା ଉଲ୍ଲେଖ ହୋଇ ନାହିଁ ।

Image Courtesy: Google

ରାତିରେ ଶବର ପୋସ୍ଟମାର୍ଟମ ନକରେଇବା ପଛେ ରେ ଆହୁରି ଗୋଟେ ଧାର୍ମିକ କାରଣ ମଧ୍ୟ ଅଛି, କେତେକ ଧର୍ମରେ ରାତିରେ ଅନ୍ତିମ ସଂସ୍କାର ହୁଏ ନାହିଁ, ସେଥିପାଇଁ କେତେକ ଲୋକ ଶବର ପୋସ୍ଟମାର୍ଟମ ରାତିରେ କରିବା ପାଇଁ ମନା କରନ୍ତି । ତେବେ ଏହି ସବୁ କାରଣ ପାଇଁ ଶବର ପୋସ୍ଟମର୍ଟମ ରାତିରେ ନୁହେଁ ବରଂ ଦିନରେ ହୋଇଥାଏ । ଆଶା କରୁଛୁ ଆମର ଏହି ତଥ୍ୟ ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ । ଆଗକୁ ଏହିଭଳି ଅନେକ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *