ନିଜର ସୌଭାଗ୍ୟ ପାଇଁ ବ୍ୟବହାର କରନ୍ତୁ ହିନ୍ଦୁ ଧର୍ମରରେ ଥିବା ଏହି ଖାସ ୯ଟି ଶୁଭ ପତ୍ର

ଆମ ଦେଶରେ ଅନେକ ପ୍ରକାର ଗଛପତ୍ର ଦେଖିବାକୁ ମିଳେ । କିନ୍ତୁ ଶେଠୀ ମଧ୍ୟରୁ କିଛି ଗଛ ବା ପତ୍ର ଆମର ପୂଜାରେ କାମରେ ଲାଗେ l ଏବଂ ସେହି ପତ୍ର ଦ୍ଵାରା ଆପଣଙ୍କ ଭାଗ୍ୟ ମଧ୍ୟ ବାଡି ପାରିବ ।  ହିନ୍ଦୁ ଧର୍ମରେ କିଛି ବିଶେଷ ପତ୍ରର ବଡ ମହତ୍ଵ ଅଛି । ଏହି ପତ୍ର ମାନଙ୍କୁ ଶୁଭ ଓ ପବିତ୍ର ମାନିକି ତାଙ୍କର ପୂଜାରେ ବ୍ୟବହାର କରାଯାଏ । ଏମିତି ହିଁ କିଛି ବିଶେଷ ପତ୍ରର ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

Image Courtesy: Google

ତୁଲସୀ ପତ୍ର

ତୁଲସୀ ପତ୍ର ଭଗବାନ ବିଷ୍ଣୁ ପ୍ରିୟ । ଭଗବାନଙ୍କୁ ଯେବେ ଭୋଗ ଲଗାଉ କି ଜଳ ଅର୍ପିତ କରୁ ସେଥିରେ ଗୋଟେ ତୁଲସୀ ପତ୍ର ନିଶ୍ଚୟ ଦେଇଥାଉ । ତୁଲସୀ ପତ୍ର ଖାଇଲେ କୌଣସି ପ୍ରକାରର ରୋଗ ହୋଇନଥାଏ । ତୁଲସୀ ପତ୍ରକୁ ସନ୍ଧ୍ୟା ପରେ ଉପଡନ୍ତି ନାହିଁ ।

ବେଲପତ୍ର

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କ ଆରାଧନାରେ ବେଲପତ୍ର ମୁଖ୍ୟ ଅଙ୍ଗ ଅଟେ । ଚତୁର୍ଥୀ, ଅଷ୍ଟମୀ, ନୱମୀ, ଚତୁର୍ଦଶୀ, ଅମାୱସ୍ୟା ଓ କୌଣସି ମାସର ସକ୍ରାନ୍ତିରେ ବେଲପତ୍ର ତୋଳନ୍ତି ନାହିଁ । ବେଲପତ୍ର ଖାଇବା ଦ୍ଵାରା ଅନେକ ରୋଗରୁ ଆପଣ ମୁକ୍ତ ହୋଇପାରନ୍ତି ।

ପାନପତ୍ର

ପାନପତ୍ରକୁ  ପୂଜାରେ ଏବଂ ଅନ୍ୟ ଜାଗାରେ ବ୍ୟବହାର କରାଯାଏ । ଦକ୍ଷିଣ ଭାରତରେ ପାନପତ୍ର ମଝିରେ ପାନର ବୀଜ ଏବଂ ଗୋଟେ ଟଙ୍କିକିଆ ରଖିକି ଭଗବାନଙ୍କୁ ପୂଜା କରନ୍ତି । କଳସ ସ୍ଥାପନ କଲା ସମୟରେ ତାହା ଉପରେ ଆମ୍ବ ଏବଂ ପାନ  ପତ୍ର କୁ ବ୍ୟବହାର କରାଯାଏ ।

କଦଳୀ ପତ୍ର

Image Courtesy: Google

କଦଳୀ ପତ୍ରକୁ ପବିତ୍ର ମାନନ୍ତି । କଦଳୀ ପତ୍ରକୁ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏ । କଦଳୀ ପତ୍ରରେ ପ୍ରସାଦ ମଧ୍ୟ ବଣ୍ଟା ଯାଇଥାଏ । ସମୃଦ୍ଧି ପାଇଁ କଦଳୀ ଗଛର ପୂଜା କରାଯାଏ । କଦଳୀ ପତ୍ରରେ ମଧ୍ୟ ଖାଦ୍ୟ ଖିଆ ଯାଇଥାଏ ।

ଆମ୍ବ ପତ୍ର

ଆମ୍ବ ପତ୍ରକୁ ସବୁବେଳେ ମଙ୍ଗଳ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ । କଳସ ଉପରେ ସବୁବେଳେ  ଆମ୍ବ ପତ୍ର ରଖାଯାଏ । ଆମ୍ବ ପତ୍ରରେ ଘର ଏବଂ ଅନ୍ୟାନ ଅନୁଷ୍ଟାନ ସଜା ଯାଇଥାଏ । ଘରର ମୁଖ୍ୟ କବାଟ ସାମ୍ନାରେ ଆମ୍ବ ପତ୍ର ଲଗାଯାଇଥାଏ କାରଣ କୌଣସି ବ୍ୟକ୍ତି ଘରକୁ ପ୍ରବେଶ କଲେ ଆମ୍ବ ପତ୍ର ଦେଖିକି ତ ମନରେ ସକାରାତ୍ମକ ମନୋଭାବ ଜାତ ହେବ ।

ଶମୀ ପତ୍ର

ଆୟୁର୍ବେଦରେ ଶମୀ ବୃକ୍ଷର ମହତ୍ଵ ବିଷୟରେ କୁହାଯାଇଛି । ବୁଧବାର ଦିନ ଭଗବାନ ଶ୍ରୀ ଗଣେଶଙ୍କୁ ଶମୀ ପତ୍ର ଅର୍ପଣ କଲେ ତୀକ୍ଷଣ ବୁଦ୍ଧି ହୁଏ ।

ଓସ୍ତ ଗଛର ପତ୍ର

Image Courtesy: Google

ଓସ୍ତ ପତ୍ରର ହିନ୍ଦୁ ଧର୍ମରେ ଖାସ ମହତ୍ଵ ରହିଛି । ଶ୍ରୀ ରାମ ଓସ୍ତ ପତ୍ରରେ  ଲେଖିକି ମାଳ କରିକି ହନୁମାନଙ୍କ ବେକରେ  ପକାଇଲେ ହନୁମାନ ଖୁସି ହୁଅନ୍ତି । ଓସ୍ତ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି ।

ବର ଗଛର ପତ୍ର

ଅଟାର ଦୀପ ବନେଇ ବର ପତ୍ରରେ ରଖି ହନୁମାନଙ୍କ ମନ୍ଦିରରେ ରଖନ୍ତୁ , କରଜରୁ ମୁକ୍ତି ମିଳିବ ।

ଅରଖ ପତ୍ର

ଅରଖ ପତ୍ରରେ ଶ୍ରୀରାମ ଲେଖିକି ହନୁମାନଙ୍କୁ ଚଢଯାଏ । ଆଉ ମଧ୍ୟ ଏହି ପତ୍ରରେ ॐ   ଲେଖିକି ଭଗବାନ ଶିବଙ୍କୁ ଅର୍ପଣ କଲେ ଧନବାନ ହେବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *