ଏହି ୫ଟି ଖରାପ ଅଭ୍ୟାସ କାରଣରୁ ମାଁ ଲକ୍ଷ୍ମୀ ରୁହନ୍ତି ଆପଣଙ୍କ ଠାରୁ ରୁଷ୍ଟ- ଜାଣନ୍ତୁ କଣ ସେ ସବୁ

ଥରେ ଥରେ ଏମିତି ହୁଏ ଲୋକ ବହୁତ କଷ୍ଟ କରନ୍ତି କିନ୍ତୁ ପରିଶ୍ରମ ଅନୁଯାଇ ଫଳ ପାଆନ୍ତି ନାହିଁ ଏବଂ ଆର୍ଥିକ ପରିସ୍ଥିତି ପାଇଁ ଅସୁବିଧା ରେ ରୁହନ୍ତି । ଧାର୍ମିକ କାହାଣୀ ଅନୁଯାଇ ଧନ ଦେବୀ ମାଁ ଲକ୍ଷ୍ମୀ ମନୁଷ୍ୟଙ୍କ କିଛି ଅଭ୍ୟାସ ପସନ୍ଦ କରନ୍ତି ନାହିଁ । ଏମିତି କୁହାଯାଏ ଯେ ଏହି ପାଞ୍ଚୋଟି ଖରାପ ଅଭ୍ୟାସ ଥିଲେ ମାଁ ଲକ୍ଷ୍ମୀ କେବେ କୃପା କରିବେ ନାହିଁ । ତେବେ ଯଦି ଆପଣ ମଧ୍ୟ କରୁଛନ୍ତି ଏହି ସବୁ ଭୁଲ ତେବେ ଅଜିଠୁ ଏମିତି କରିବା ବନ୍ଦ କରି ଦିଅନ୍ତୁ ।

ଆସନ୍ତୁ ଜାଣିବା ଏହି ଅଭ୍ୟାସମାନଙ୍କ ବିଷୟରେ ଯାହା ପାଇଁ ମା ଲକ୍ଷ୍ମୀ ଆମ ଉପରେ ରାଗନ୍ତି-

ସକାଳେ ଡେରିରେ ଉଠିବା :

ମାଁ ଲକ୍ଷ୍ମୀ ସେହି ଲୋକଙ୍କୁ ଜମା ପସନ୍ଦ କରନ୍ତିନୀ ଯିଏ ସକାଳେ ଡେରିରେ ଉଠନ୍ତି, ମାଁ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ସମୟରେ ଉଠିବା ଆବଶ୍ୟକ ଅଟେ ।

ଡଋ କି କାର୍ଯ୍ୟ କରିବା :

କୌଣସି ଲୋକକୁ ଡରିକିରି କିଛି କାମ କରିବା ଉଚିତ ନୁହେଁ, କାହିଁକିନା ଡରିକି କରା ଯାଇଥିବା କାର୍ଯ୍ୟ କେବେ ବି ସଫଳ ହୁଏ ନାହିଁ । ମାଁ ଲକ୍ଷ୍ମୀଙ୍କୁ ସେହି ଲୋକ ପସନ୍ଦ ଯିଏ ନିଜ କାମ ବିନା ଡରରେ ନିଜ କାମ ପରିଶ୍ରମ କରି କରିଥାଏ ଓ ନିଜ କାମ ପୂର୍ଣ୍ଣ କରିଥାଏ ।

ଅଳସୁଆ ଅଭ୍ୟାସ :

ଅଳସ ମଣିଷ ର ସବୁଠୁ ବଡ ଶତ୍ରୁ ଅଟେ, ଅଳସ ପାଇଁ କେବେ ବି ସଫଳତା ପ୍ରାପ୍ତି ହୁଏ ନାହିଁ, ମାଁ ଲକ୍ଷ୍ମୀ ତାଙ୍କ ଉପରେ ଦୟା କରନ୍ତି ଯିଏ ନିଜ ଅଳସ ଛାଡି ନିଜ କାମ ଧ୍ୟାନରେ କରିଥାଏ ।

କ୍ରୋଧ କରିବା :

କ୍ରୋଧ ମଣିଷର ଭାବିବା ଶକ୍ତି ନଷ୍ଟ କରି ଦିଏ, କ୍ରୋଧ ପାଇଁ ଆମ ମନ ବି ଅଶାନ୍ତ ହୋଇଥାଏ ଏବଂ ଏହା କୁହାଯାଏ ଯେ ଅଶାନ୍ତ ମନରେ ଭଗବାନ ରୁହନ୍ତିନୀ । ଯେଉଁ ଲୋକ କ୍ରୋଧ କରିଥାନ୍ତି ମାଁ ଲକ୍ଷ୍ମୀ ତାଙ୍କ ଠାରୁ ଦୂରେଇ ଯାନ୍ତି ।

ଅସମାପ୍ତ କାମ କରିବା :

ମାଁ ଲକ୍ଷ୍ମୀଙ୍କୁ ସେହି ଲୋକ ଜମାରୁ ବି ପସନ୍ଦ ନୁହନ୍ତି ଯିଏ ନିଜ କାମ ଅଧା ଛାଡି ପଳାନ୍ତି ବା କାର୍ଯ୍ୟ ପୂର୍ଣ୍ଣ କରନ୍ତି ନାହିଁ । ଏଭଳି ଲୋକଙ୍କ ପାଖରେ ମା ଲକ୍ଷ୍ମୀ ମଧ୍ୟ ରୁହନ୍ତି ନାହିଁ ।

ତେବେ ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହୁ ଶେଠୀ ପାଇଁ ଏହି ସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦେବେ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *