ଆପଣଙ୍କୁ ଯଦି ଏହି ସବୁ ସଙ୍କେତ ମିଳିବା ଆରମ୍ଭ ହୁଏ – ତେବେ ଜାଣିବେ ଯେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି

ନମସ୍କାର, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ କିଛି ଏଭଳି ସଂକେତ ବିଷୟରେ ଯାହା ମିଳିବା ଦ୍ଵାରା ଆପଣ ଜାଣିବେ କି ଆପଣଙ୍କର ଭଲ ସମୟ ଆସିବ ବୋଲି ।  ଜୀବନରେ ଛୋଟ ଛୋଟ ବହୁତ ଘଟଣା ଘଟେ ଯାହାକୁ ଆମେ କେବେ ଧ୍ୟାନ ଦେଇ ନଥାଉ । କିନ୍ତୁ ସେହି ସବୁ ଘଟଣା ପ୍ରତି ଯଦି ଆପଣ ଧ୍ୟାନ ଦେବେ ତେବେ ବୁଝିପାରିବେ ଏହା କିଛି ଏମିତି ସେମେତି ଘଟଣା ନୁହେଁ ବରଂ ଏହା ହେଉଛି କିଛି ସଂକେତ ଯାହା ଆପଣଙ୍କୁ ଭବିଷ୍ୟତ ବିଷୟରେ ବହୁତ କିଛି କୁହେ ।

Image Courtesy: Google

ତେବେ କଣ ସେହି ସବୁ ସଂକେତ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା । ଆପଣ ଜାଣିଥିବେ ବା ବେଳେ ବେଳେ ଶୁଣିଥିବେ କିଛି ଲୋକ କହିବାର  କି ଆଜି ଘରୁ ବାହାରୁ ବାହାରୁ କିଛି ଗୋଟେ ତାଙ୍କୁ ଆଭାସ ହେଲା ଓ ତା ପରେ କିଛି ଅଘଟଣ ବା ଶୁଭ ଘଟଣା ଘଟିଲା । ତେବେ କିଛି ସଂକେତ ଆଗକୁ ଥିବା ଅଘଟଣ ବିଷୟରେ ସତର୍କ କରାଏ ତ କିଛି ସଂକେତ ଆଗକୁ ଆସିବାକୁ ଥିବା ଭଲ ଦିନ ବିଷୟରେ କହିଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ କିଛି ଖାସ କଥା ।

Image Courtesy: Google

ଗାଈ ହମ୍ବା ରଡ଼ି

ସକାଳୁ ସକାଳୁ ଉଠି ଘରୁ ବାହାରିବା ବେଳକୁ ଯଦି ଆପଣ ଗାଈର ରଡି ଶୁଣନ୍ତି ତେବେ ଏହା ବହୁତ ଭାଗ୍ଯର କଥା । ଏଥିରୁ ଜାଣିବେ ଯେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

Image Courtesy: Google

କାଉ ବୋବେଇବା

ଯଦି କାଉ ଘରର କାନ୍ଥ ରେ ବସି ବୋବାଏ ତେବେ ଜାଣିବେ ଯେ ଘରକୁ କେହି ବନ୍ଧୁ ଆସିବାର ଅଛି ବା କିଛି ଭଲ ଖବର ଶୁଣିବାକୁ ମିଳିବ ।

ମାଙ୍କଡ଼ ଆମ୍ବ ପେନ୍ଥା ପକାଇବା

Image Courtesy: Google

ଯଦି କୌଣସି ମାଙ୍କଡ଼ ଆପଣଙ୍କ ଘର ଅଗଣାରେ କେଉଁଠୁ ଆମ୍ବ ପେନ୍ଥା ଆଣି ପକାଇଥାଏ ତେବେ ଆପଣଙ୍କ ବ୍ୟବସାୟରେ ଲାଭ ହେବ ।

ଚଢ଼େଇ ବୋବାଇବା

ହରଡ଼ ଚଢ଼େଇ ଯଦି  ଘର ଦକ୍ଷିଣ ଭାଗରେ ବୋବାଇଥାଏ ତେବେ ଜାଣିବେ ଆପଣଙ୍କୁ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ।

Image Courtesy: Google

କଳା ପିମ୍ପୁଡ଼ି

ଘରର କାନ୍ଥରେ କଳା ପିମ୍ପୁଡ଼ି ରହିବା ଆରମ୍ଭ କରିଲେ ଜାଣିବେ ସେ ଘରର ଭାଗ୍ୟ ଉଦୟ ହେବ ।

Image Courtesy: Google

ଗୁଡ଼

ଘରୁ କୌଣସି କାମରେ ବାହାରିକି ଯିବା ସମୟରେ ଯଦି କାହାକୁ ଗୁଡ କିଣୁଥିବାର ବା ଆଣି ଆସୁଥିବାର ଦେଖ ତେବେ ଏହା ଏକ ଶୁଭ ସଂକେତ ଅଟେ ଯେ ସେହି କାମ ସଫଳ ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *