୬ଟି ସଂକେତ ଯାହା ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କ ପାର୍ଟନର ଆପଣଙ୍କୁ ଧୋକା ଦେଉଛନ୍ତି ନା ନାହିଁ

ଯଦି ଆପଣଙ୍କ ପ୍ରେମୀ ବା ପାର୍ଟନର ଆପଣଙ୍କୁ ଠକୁଛନ୍ତି ତେବେ ଆପଣ କେତେକ ସଂକେତ ଦ୍ଵାରା ସତ୍ୟତା ଜାଣି ପାରିବେ । ଏହା ପାଇଁ ଆପଣଙ୍କୁ କେବଳ ସଂକେତ ବୁଝିବା ଆବଶ୍ୟକ ଅଟେ ଓ ପାର୍ଟନର ବ୍ୟବହାର ଉପରେ ନଜର ରଖିବା ଉଚିତ ଅଟେ । ଯଦି ସତରେ ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ କଥା ମିଛ କହୁଛନ୍ତି ଆଉ ଅଧିକା ସମୟ ବାହାରେ ବିତାଉଛନ୍ତି ତେବେ ବୁଝି ଯାଆନ୍ତୁ କି ସେ ଆପଣଙ୍କ ସହ ଗଦାରି କରୁଛନ୍ତି ।

ଏମିତି କେତେକ ସଂକେତ ଅଛି ଯାହା ଦ୍ଵାରା ଆପଣ ଜାଣି ପାରିବେ ଆସନ୍ତୁ ଜାଣିବା ଏହି ସଂକେତ ଗୁଡି ବିଷୟରେ ।

ଯଦି ଆପଣଙ୍କ ସ୍ଵାମୀ ସବୁବେଳେ ବିଜନେସ ନା ରେ ଘରୁ ବାହାରେ ରହୁଛନ୍ତି ଓ ସବୁ ମାସ କିଛି ନା କିଛି କାମ ପାଇଁ ତାଙ୍କୁ ବାହାରେ ଯିବାକୁ ପଡୁଛି ତେବେ ଆପଣ ତାଙ୍କ ଉପରେ ସନ୍ଦେହ କରିବା ଉଚିତ ଅଟେ । ହଟାତ କିଛି ଏମିତି କରିବା ଯାହା ସେ କେବେ କରୁ ନଥିଲେ ଯେମିତିକି ହଟାତ ଜିମ୍ ଯିବା ନୂଆ ନୂଆ କପଡା ପିନ୍ଧିବା ଏହା ସବୁ ଧୋକା ଦେବାର ସଂକେତ ଅଟେ ଏହି ସଙ୍କେତକୁ ବୁଝନ୍ତୁ ।

ପ୍ରାୟତଃ ଘର ପରିବାର ଓ ସାଙ୍ଗମାନଙ୍କ ଉତ୍ସବ ରେ ଉପସ୍ଥିତ ନ ହେବା, ଅଲଗା ବାହାନା କରି ଘରେ ରହିବା ବା ଅନ୍ୟ କାମ ବାହାନା ରେ କୁଆଡେ ଯିବା ଏହା ସବୁ ଗଦାର ଲୋକଙ୍କ ପ୍ରକୃତି ଅଟେ । କାମ ବାହାନା ରେ ଘଣ୍ଟା ଘଣ୍ଟା ଧରି ଅଫିସ ରେ ରହିବା ଓ ପଚାରିଲେ ଚିଡିଯିବା ଏବଂ ପଚରା ପଚାରି କଲେ ରାଗିବା ଗଦାର ଲୋକଙ୍କ ଚିହ୍ନ ଅଟେ ।

 

ସବୁ କଥା ପାଇଁ ଆପଣଙ୍କ ଠାରୁ ପ୍ରାଇବେସି ମେଣ୍ଟେନ କରିବା, ଇଂଷ୍ଟା ଠାରୁ ଆରମ୍ଭ କରି ମେଲ ଓ ଫେସ୍ ବୁକ ପର୍ଯ୍ୟନ୍ତ କିଛି ଆପଣଙ୍କୁ ଛୁଇଁବାକୁ ନଦବା । କ୍ରେଡିଟ କାର୍ଡ ବିଲ ଆପଣଙ୍କ ଠାରୁ ଲୁଚେଇବା, ଉପହାର କିଣିବା ଯାହା ବିଷୟ ରେ ଅନଙ୍କୁ କଛି ଜଣା ନାହିଁ ଓ ଅଚିହ୍ନା ନମ୍ବରରୁ ଆପଣଙ୍କ ପାର୍ଟନର କୁ ବାରମ୍ବାର କଲ ଆସିବା ଏହା ସବୁ ଧୋକେବାଜ ପାର୍ଟନର ର ଲକ୍ଷଣ ହୋଇଥାଏ ସେଥିପାଇଁ ସଜାଗ ରୁହନ୍ତୁ ଏବଂ ଏହି ସବୁ ସଂକେତ କୁ ବୁଝନ୍ତୁ ।

Leave a Reply

Your email address will not be published. Required fields are marked *