ଅସ୍ଥମାରେ ପୀଡ଼ିତ ବ୍ୟକ୍ତିକୁ ନିଜର ଖାଇବା ପିଇବା ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ । ଅଲଗା ଅଲଗା ମେଡ଼ିସିନ ବ୍ୟତୀତ ଆପଣଙ୍କ ଘରେ ଏମିତି ବହୁତ ସାରା ଜିନିଷ ସବୁ ଅଛି ଯାହାର ବ୍ୟବହାରରେ ଆପଣ ଏହି ରୋଗର ନିଜେ ଉପଚାର କରିପାରିବେ । ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ବିଷୟରେ ଯାହା ଅସ୍ଥମାରୁ ବଞ୍ଚିବା ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଘରୋଇ ଉପାୟ ବିଷୟରେ ।
1 . ମେଥିରେ କେତେ ପ୍ରକାରର ରୋଗ ଦୁର କରିବାର କ୍ଷମତା ରହିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମେଥୀରେ ମିଳୁଥିବା ପୋଷାକ ତତ୍ତ୍ଵ ଭିତରୁ ନିୟାସିନ, ପୋଟାସିୟମ, ପ୍ରୋଟିନ, ଫାଇବର, ଭିଟାମିନ ସି, ଆଇରନ ଓ ଏଲ୍କଲାୟେଣ୍ଡ ଉପସ୍ଥିତ ରହିଥାଏ ଯାହା ସେବନ ଦ୍ଵାରା ବହୁତ ହିଁ ରୋଗରୁ ଆମେ ବଞ୍ଚିପାରିବା, ସେଥି ମଧ୍ୟରୁ ଗୋଟେ ଅସ୍ଥମା ଅଟେ । ଏହାର ବ୍ୟବହାର ଆପଣ ଏମିତି ପ୍ରକାରରେ କରିପାରିବେ, ଆପଣ ଏହାକୁ ନିଜ ଭୋଜନରେ ପକାଇ ଖାଇପରିବେ ବା ଏହାର ପାଉଡରକୁ ଆପଣ ସିଧସଳଖ ପାଣିରେ ପକାଇ ପିଇ ପାରିବେ ଏହା ଦ୍ଵାରା ଆପଣଙ୍କର ଅନେକ ରୋଗ ଭଲ ହୋଇଥାଏ।
2. ହଳଦୀ କେତେ ମୂଲ୍ୟବାନ ଜାଣିରଖନ୍ତୁ ଓ ତାହାର କେତେ ଗୁଡିଏ ଔଷଧୀୟ ଗୁଣ ଅଛି ତାହା ମଧ୍ୟ ଜାଣନ୍ତୁ । ହଳଦୀ କେତେଗୁଡ଼ିଏ ରୋଗ ପାଇଁ କାମରେ ଆସିଥାଏ ଯେମିତି କି ସେ ଥଣ୍ଡା ବା କାଶ ହେଉଥିଲେ କ୍ଷୀରରେ ହଳଦୀ ଗୋଳେଇ ପେଇଲେ ଭଲ ହୋଇଥାଏ । ହଳଦୀ ଅସ୍ଥମାର ପ୍ରତିକାର ପାଇଁ ମଧ୍ୟ କାମ ଦେଇଥାଏ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଲ ତତ୍ତ୍ଵ ଅସ୍ଥମା ସାଙ୍ଗରେ ଲଢ଼ିବାରେ ସାହାଯ୍ୟ କରିଥାଏ । ହଳଦିକୁ ଆପଣ ଖାଇବାରେ ବା କ୍ଷୀର ସହିତ ପିଇ ପାରିବେ ଏବଂ କଞ୍ଚା ହଳଦୀର ରସକୁ ସେବନ ମଧ୍ୟ କରାଯାଇ ପାରିବ ।
3. ମୁଳଠିର ବ୍ୟବହାର ମୁଖ୍ୟ ନଳୀକୁ ସୂଚାର ରୂପରେ ଚଳେଇବା । ନିଃଶ୍ୱାସକୁ ଛାଡିବାରେ ହେଉଥିବା କଷ୍ଟକୁ ଦୁର କରିବାରେ ଉପଯୋଗ କରାଯାଇଥାଏ । ଏହା ଭିତରେ ଗ୍ଲିଶରାଇଯଯିନ ଏସିଡ, ଆଇସି ଲିକ୍ଵାରଟିନ, ଅଧିକ ମାତ୍ରାରେ ହୋଇଥାଏ । ଏହା ଅସ୍ଥମା କାରଣ ପାଇଁ ଶରୀରରେ ଭିତରେ ହେଉଥିବା ଏଲାର୍ଜିରୁ ବଞ୍ଚାଇ ଥାଏ । ଆପଣ ମୁଳଠିର ପାଉଡରକୁ ପାଣି ସହିତ ନେଇପାରିବେ ବା ପୁଣି ମୁଳଠିର ଗଣ୍ଠିକୁ ଶୋଷିବି ପାରିବେ ସେଥିପାଇଁ ଏଥିରେ ମଧ୍ୟ କେତେ ଗୁଡାଏ ଔଷଧୀୟ ଗୁଣ ଲୁଚି ରହିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।