ପାଗ ପରିବର୍ତ୍ତନ ହେଲେ ଖରା ନିକ ପ୍ରଭାବ ଦେଖାଇ ଥାଏ । ତାପମାତ୍ରା ବୃଦ୍ଧି ପାଇବ ଫଳରେ ଝାଳ ବି ବହୁତ ଆସିଥାଏ ଯାହା ଶରୀରର ଦୁର୍ଗନ୍ଧର କାରଣ ହୋଇଥାଏ । ଏଥିପାଇଁ କିଛି ଲୋକ ପର୍ଫୁମ ଓ ଡିଓର ସାହାଯ୍ୟ ନେଇଥାନ୍ତି, କିନ୍ତୁ ଏହା କିଛି ସମୟ ପାଇଁ ରହିଥାଏ । ଏମିତିକା ଲଜ୍ଜାରୁ ବଞ୍ଚିବା ପାଇଁ ପ୍ରାକୃତିକ ଉପାୟ ମଧ୍ୟ ବ୍ୟବହାର କରିପାରିବେ, ଯେଉଁଥିରେ ଝାଳ ଦୁର୍ଗନ୍ଧରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଏହି ଉପାୟ ବିଷୟରେ ଜାଣିବା ।
ଟମାଟୋ ରସ
ଟମାଟୋ ର ଏସିଡିକ୍ ଗୁଣ ସ୍କିନ ଉପରେ ବାସ କରୁଥିବା ବ୍ୟାକ୍ଟେରିଆ କୁ ମାରିଥାଏ ଓ ଅଧିକ ଝାଳ ବୋହିବାରୁ ରକ୍ଷା କରିଥାଏ । 1 ବାଲ୍ଟି ଗରମ ପାଣିରେ 2 କପ ଟମାଟୋ ରସ ମିଶାଇ ସେଥିରେ ଶରୀରର ସେଇ ସ୍ଥାନକୁ ଧୁଅନ୍ତୁ ଯେଉଁ ସ୍ଥାନରୁ ଅଧିକ ଝାଳ ବାହାରିଥାଏ । ଏହାକୁ ସପ୍ତାହକୁ 3 ବା 4 ଥର କରନ୍ତୁ ।
ଲେମ୍ବୁ ରସ
ଲେମ୍ବୁର ଆମ୍ଳୀୟ ପ୍ରକୃତି ଆମ ଶରୀରର ପିଏଚକୁ କମ କରିଥାଏ, ଯାହା ଦ୍ଵାରା ବ୍ୟାକ୍ଟେରିଆ ଆମ ଶରୀରରେ ସ୍ଥାନ ପାଇ ନଥାଏ। ଲେମ୍ବୁକୁ ଦୁଇ ଫାଳ କରି କାଟି ତାକୁ ସିଧା ନିଜ ଝାଳ ବୋହୁଥିବା ଯାଗାରେ ଘଷନ୍ତୁ । ତାପରେ ସମ୍ପୂର୍ଣ୍ଣ ଶୁଖିଗଲେ ଏହାକୁ ଗରମ ପାଣିରେ ଥଣ୍ଡା ପାଣି ଟିକେ ମିଶାଇ ଧୋଇଦିଅନ୍ତୁ । ଏମିତି ପ୍ରତିଦିନ କରନ୍ତୁ ।
ବେକିଙ୍ଗ ସୋଢ଼ା
ଏହାର ବ୍ୟବହାର କେବଳ କେକ ପ୍ରସ୍ତୁତିରେ ହୋଇନଥାଏ,ଝାଳ ଦୁର୍ଗନ୍ଧ ମଧ୍ୟ ଦୂର କରିବାରେ ବ୍ୟବହାର କରିଥାଏ । 1 ଚାମଚ୍ ବେକିଙ୍ଗ ସୋଢ଼ାକୁ ସତେଜ ଲେମ୍ବୁ ରସ ରେ ମିଶାଇ ଝାଳ ବୋହୁଥିବା ଯାଗାରେ ଲଗାନ୍ତୁ । ଯେତେବଳେ ଏହା ଶୁଖିଯିବ ସେତେବେଳେ ଗାଧେଇ ପଡିବେ ।
ଟି ଟ୍ରି ଅୟେଲ
ଏହା ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍, ଯାହା ସ୍କିନ ଉପରେ ଥିବା ବ୍ୟାକ୍ଟେରିଆକୁ ଦୁର କରିବା ସହ ଦୁର୍ଗନ୍ଧ ହେବାକୁ ଅଟକାଇ ଥାଏ । 2 ଚାମଚ୍ ପାଣିରେ ଏହାକୁ ଦୁଇ ବୁନ୍ଦା ମିଶାଇ ନିଜ କାଖ ତଳ ଓ ଅନ୍ୟ ଝାଳୁଆ ସ୍ଥାନରେ ଲଗାନ୍ତୁ । ଏମିତି ପ୍ରତିଦିନ କଲେ ଭଲ ରେଜଲ୍ଟ ପାଇବେ ।
ନଡ଼ିଆ ତେଲ
ଏହା ଶରୀରରୁ ଦୁର୍ଗନ୍ଧ ହଟାଇବାରେ ସହାୟକ ହୋଇଥଏ । ଏଥିରେ lauric ଏସିଡ ମିଳିଥାଏ ଯାହା ଝାଳ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ । ରାତିରେ ଶୋଇବା ପୂର୍ବରୁ ସେଇ ସ୍ଥାନରେ ନଡ଼ିଆ ତେଲ ଅଳ୍ପ ମସାଜ କରି ଶୁଅନ୍ତୁ ଯେଉଁ ସ୍ଥାନରୁ ଦୁର୍ଗନ୍ଧ ଆସିଥାଏ ।