ଏହି ଉପାୟରେ ମିଳିବ ଝାଳ ଦୁର୍ଗନ୍ଧ ରୁ ମୁକ୍ତି, ଜାଣନ୍ତୁ ଓ ପ୍ରୟୋଗ କରି ଦେଖନ୍ତୁ

ପାଗ ପରିବର୍ତ୍ତନ ହେଲେ ଖରା ନିକ ପ୍ରଭାବ ଦେଖାଇ ଥାଏ । ତାପମାତ୍ରା ବୃଦ୍ଧି ପାଇବ ଫଳରେ ଝାଳ ବି ବହୁତ ଆସିଥାଏ ଯାହା ଶରୀରର ଦୁର୍ଗନ୍ଧର କାରଣ ହୋଇଥାଏ । ଏଥିପାଇଁ କିଛି ଲୋକ ପର୍ଫୁମ ଓ ଡିଓର ସାହାଯ୍ୟ ନେଇଥାନ୍ତି, କିନ୍ତୁ ଏହା କିଛି ସମୟ ପାଇଁ ରହିଥାଏ । ଏମିତିକା ଲଜ୍ଜାରୁ ବଞ୍ଚିବା ପାଇଁ ପ୍ରାକୃତିକ ଉପାୟ ମଧ୍ୟ ବ୍ୟବହାର କରିପାରିବେ, ଯେଉଁଥିରେ ଝାଳ ଦୁର୍ଗନ୍ଧରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଏହି ଉପାୟ ବିଷୟରେ ଜାଣିବା ।

Image Courtesy: Google

ଟମାଟୋ ରସ

ଟମାଟୋ ର ଏସିଡିକ୍ ଗୁଣ ସ୍କିନ ଉପରେ ବାସ କରୁଥିବା ବ୍ୟାକ୍ଟେରିଆ କୁ ମାରିଥାଏ ଓ ଅଧିକ ଝାଳ ବୋହିବାରୁ ରକ୍ଷା କରିଥାଏ । 1 ବାଲ୍ଟି ଗରମ ପାଣିରେ 2 କପ ଟମାଟୋ ରସ ମିଶାଇ ସେଥିରେ ଶରୀରର ସେଇ ସ୍ଥାନକୁ ଧୁଅନ୍ତୁ ଯେଉଁ ସ୍ଥାନରୁ ଅଧିକ ଝାଳ ବାହାରିଥାଏ । ଏହାକୁ ସପ୍ତାହକୁ 3 ବା 4 ଥର କରନ୍ତୁ ।

Image Courtesy: Google

ଲେମ୍ବୁ ରସ

ଲେମ୍ବୁର ଆମ୍ଳୀୟ ପ୍ରକୃତି ଆମ ଶରୀରର ପିଏଚକୁ କମ କରିଥାଏ,  ଯାହା ଦ୍ଵାରା ବ୍ୟାକ୍ଟେରିଆ ଆମ ଶରୀରରେ ସ୍ଥାନ ପାଇ ନଥାଏ। ଲେମ୍ବୁକୁ ଦୁଇ ଫାଳ କରି କାଟି ତାକୁ ସିଧା ନିଜ ଝାଳ ବୋହୁଥିବା ଯାଗାରେ ଘଷନ୍ତୁ । ତାପରେ ସମ୍ପୂର୍ଣ୍ଣ ଶୁଖିଗଲେ ଏହାକୁ ଗରମ ପାଣିରେ ଥଣ୍ଡା ପାଣି ଟିକେ ମିଶାଇ ଧୋଇଦିଅନ୍ତୁ । ଏମିତି ପ୍ରତିଦିନ କରନ୍ତୁ ।

ବେକିଙ୍ଗ ସୋଢ଼ା

ଏହାର ବ୍ୟବହାର କେବଳ କେକ ପ୍ରସ୍ତୁତିରେ ହୋଇନଥାଏ,ଝାଳ ଦୁର୍ଗନ୍ଧ ମଧ୍ୟ ଦୂର କରିବାରେ ବ୍ୟବହାର କରିଥାଏ । 1 ଚାମଚ୍ ବେକିଙ୍ଗ ସୋଢ଼ାକୁ ସତେଜ ଲେମ୍ବୁ ରସ ରେ ମିଶାଇ ଝାଳ ବୋହୁଥିବା ଯାଗାରେ ଲଗାନ୍ତୁ । ଯେତେବଳେ ଏହା ଶୁଖିଯିବ ସେତେବେଳେ ଗାଧେଇ ପଡିବେ ।

Image Courtesy: Google

ଟି ଟ୍ରି ଅୟେଲ

ଏହା ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍, ଯାହା ସ୍କିନ ଉପରେ ଥିବା ବ୍ୟାକ୍ଟେରିଆକୁ ଦୁର କରିବା ସହ ଦୁର୍ଗନ୍ଧ ହେବାକୁ ଅଟକାଇ ଥାଏ । 2 ଚାମଚ୍ ପାଣିରେ ଏହାକୁ ଦୁଇ ବୁନ୍ଦା ମିଶାଇ ନିଜ କାଖ ତଳ ଓ ଅନ୍ୟ ଝାଳୁଆ ସ୍ଥାନରେ ଲଗାନ୍ତୁ । ଏମିତି ପ୍ରତିଦିନ କଲେ ଭଲ ରେଜଲ୍ଟ ପାଇବେ ।

Image Courtesy: google

ନଡ଼ିଆ ତେଲ

ଏହା ଶରୀରରୁ ଦୁର୍ଗନ୍ଧ ହଟାଇବାରେ ସହାୟକ ହୋଇଥଏ । ଏଥିରେ lauric ଏସିଡ ମିଳିଥାଏ ଯାହା ଝାଳ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ । ରାତିରେ ଶୋଇବା ପୂର୍ବରୁ ସେଇ ସ୍ଥାନରେ ନଡ଼ିଆ ତେଲ ଅଳ୍ପ ମସାଜ କରି ଶୁଅନ୍ତୁ ଯେଉଁ ସ୍ଥାନରୁ ଦୁର୍ଗନ୍ଧ ଆସିଥାଏ ।

Leave a Reply

Your email address will not be published. Required fields are marked *