Weather Update: ବର୍ଷାରେ ଭିଜିବ ରଙ୍ଗର ପର୍ବ, ଏହି 7ଟି ଜିଲ୍ଲାକୁ ପାଣିପାଗ ବିଭାଗ ଦେଲେ ୱାର୍ଣ୍ଣିଂ

ନମସ୍କାର ବନ୍ଧୁଗଣ, ରଙ୍ଗର ପର୍ବ ୮ ତାରିଖ ଦିନେ ହେବାକୁ ଯାଉଥିବା ବେଳେ ପାଣିପାଗ ତରଫରି ମିଳିଶି ଏକ ବଡ ସୂଚନା । ଯାହା ହୋଲି ପର୍ବକୁ ଫିକା କାରିଦେବାର ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା କାଲିଠାରୁ ଆସୁଛି ପଶ୍ଚିମାଝଡ । ଆସୁଥିବା ଏହି ଝଡର ପ୍ରଭାବ ଓଡିଶାର କିଛି ଜିଲ୍ଲା ଉପରେ ପଡିବା ପାଇଁ ଯାଉଛି । ତେବେ ବର୍ଷା କେତେ ପରିମାଣରେ ହେବ ଏବଂ କେଉଁ ଜିଲ୍ଲାରେ ହେବା ଏହା ସମ୍ବନ୍ଧୀୟ ଥିବା ସମ୍ପୂର୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା ।

ପାଣିପାଗ ସୂଚନା ଅନୁଯାୟୀ ଆସୁଥିବା ପଶ୍ଚିମାଝଡ ପ୍ରଭାବରେ ୭ତାରିଖରେ ଓଡିଶାର ୭ଟି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ୮ ତାରିଖରେ ୧୪ଟି ଜିଲ୍ଲା ଏବଂ ୯ ତାରିଖରେ ୭ ଟି ଜିଲ୍ଲାକୁ କାଳବୈଶାଖୀର ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ୭୮ ଡିଗ୍ରୀ ଉପରେ ପାଞ୍ଚ ସହରର ତାପମାତ୍ରା ରେକର୍ଡ କରାଯାଇଛି । ତାଳଚେର ରାଜ୍ୟର ସବୁଠାରୁ ଉତପ୍ତ ସହର ଥିଲା ।

ଏଠାରେ ସବୁଠାରୁ ଅଧିକ ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ଭୁବନେଶ୍ଵରରେ ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଅନୁଗୁଳରେ ୩୮.୧ ଡିଗ୍ରୀ ଝାରସୁଗୁଡା ଏବଂ ଭଦ୍ରକରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଆଉ ୩୭ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୧୧ଟି ସହରର ତାପମାତ୍ରା । ଅଳ୍ପ ମାତ୍ରାରେ ବର୍ଷା ହେବା ସହ ବିଜୁଳି ତଥା ଘଡଘଡି ହେବାର ମଧ୍ୟ ସମ୍ଭାବନା ରହିଛି ।

ସୁନ୍ଦରଗଡ, କେନ୍ଦୁଝର , ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ଦେଉଗଡ ଏବଂ ବରଗଡ ଏହି ଅଞ୍ଚଳରେ ଅଳ୍ପ ପରିମାଣର ବର୍ଷା ସହିତ ବିଜୁଳି ଘଡଘଡିର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଏହିସବୁ ଜିଲ୍ଲାରେ ୮ ତାରିଖ ଦିନ ବର୍ଷା ହେବା । ଯାହାଫାଳରେ କି ହୋଲିର ରଙ୍ଗ ଫିକା ପଡିବ ଏହିସବୁ ସହର ବାସୀଙ୍କ ପାଇଁ ।

ଆଉ ୯ ତାରିଖ ଦିନ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ଦେଉଗଡ, ସମ୍ବଲପୁର ବରଗଡ, ନୂଆପଡା, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ ସୋନପୁର, ବୌଦ୍ଧ ଏହିସବୁ ଜିଲ୍ଲାରେ ମଧ୍ୟ ଅଳ୍ପ ପରିମାଣରେ କେବଳ ବର୍ଷା ହେବ । ୧୦ ତାରିଖ ଦିନ  ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ଦେଓଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ ଏହିସବୁ ଜିଲ୍ଲାରେ ଅଳ୍ପ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଶା କରୁଛୁ ଏହି ସୂଚନା ଆପଣଙ୍କୁ ସତର୍କ କରାଇବାରେ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *