ଏହି ନବରାତ୍ରି କ୍ରୋଧିତ ଅଛନ୍ତି ମା ଦୂର୍ଗା, ଏହି ରାଶିର ଖରାପ ସମୟ ହେବ ଆରମ୍ଭ

ଭାରତରେ ସନାତନ ଧର୍ମ ଅନୁଯାଇ ବହୁତ ପୂଜା ପର୍ବ କରା ଯାଇଥାଏ କିନ୍ତୁ ନବରାତ୍ରି ବର୍ଷକୁ ଦୁଇ ଥର ଆସିଥାଏ, ଚେତର ନବରାତ୍ରି ବହୁତ କଷ୍ଟକର ହୋଇଥାଏ ଏହାର ମୁଖ୍ୟ କାରଣ ଏହା ହୋଇଥାଏ ଯେ ଚେତ୍ର ନବରାତ୍ରି ସମୟରେ ଖରା ବହୁତ ହୋଇଥାଏ ସେଥିପାଇଁ ଉପବାସ କରିବା କଷ୍ଟକର ହୋଇଥାଏ । ତେବେ ଏହି ନବରାତ୍ରି ବହୁତ ରାଶିଙ୍କ ପାଇଁ ଭଲ ରହିଛି କିନ୍ତୁ କିଛି ରାଶିଙ୍କୁ ସାବଧାନ ହୋଇ ରହିବା ଉଚିତ ଅଟେ । ଆଜି ଆମେ କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ସାବଧାନ ହୋଇ ରହିବା ଆବଶ୍ୟକ ଅଟେ ।

ସିଂହ ରାଶି :

ଏହି ରାଶି ଲୋକଙ୍କ ଜୀବନରେ କିଛି ବଡ ନିଷ୍ପତ୍ତି ସମୟ ଆସିଛି କିନ୍ତୁ ଧ୍ୟାନ ରଖିବେ ହଡ ବଡ କରି କୌଣସି ନିଷ୍ପତ୍ତି କରନ୍ତୁ ନାହିଁ ନଚେତ ହାନି ଆପଣଙ୍କୁ ହବ, ଯାହା କରିବେ ନିଜ ପରିବାର ଲୋକଙ୍କୁ ପଚାରି କରିବେ ଆଉ ସମସ୍ତଙ୍କ କଥା ମାନି ଚଳିବେ ତେବେ ଆପଣଙ୍କ ପାଇଁ ଶୁଭ ହବ । ନିଜ କଥା ବାର୍ତା ଉପରେ ନିୟନ୍ତ୍ରଣ କରିବା ବହୁତ ଆବଶ୍ୟକ ଅଟେ କାହିଁକିନା କଥା ଖରାପ ହେଲେ ପରିସ୍ଥିତି ଖରାପ ପଡି ପାରେ ।

ମିଥୁନ ରାଶି :

ଏହି ରାଶିଙ୍କ ପାଇଁ ଖରାପ ସମୟ ଆରମ୍ଭ ହୋଇଛି ସେଥିପାଇଁ ଆପଣ ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ କିଛି ସମୟ ପାଇଁ ଅପେକ୍ଷା କରନ୍ତୁ ନଚେତ ଆପଣଙ୍କୁ ବହୁତ ହାନି ହବ । ଯଦି ଆପଣ ନୂଆ ଚାକିରି ଯଏନ କରିବାକୁ ଅଫର ମିଳିଛି ତେବେ କିଛି ଦିନ ଅପେକ୍ଷା କରନ୍ତୁ ଏବେ ନିଜ ପୁରୁଣା ଚାକିରି ଛାଡନ୍ତୁ ନାହିଁ ବହୁତ କିଛି ଖରାପ ହୋଇପାରେ ।

ମୀନ ରାଶି :

ଏହି ରାଶି ଲୋକଙ୍କ ଜୀବନରେ ବିବାହ ପ୍ରସ୍ତାବ ଆସିବ ତେବେ ମା ବାପା ସବୁ କିଛି ବୁଝି ବିବାହ କରନ୍ତୁ କାହିଁକିନା ବର୍ତମାନ ସମୟ ଭଲ ନାହିଁ ଯୋଡି ଭଲ ନହେଲେ ଦୁହିଙ୍କ ସମ୍ପର୍କ ଭଲ ରହିବ ନାହିଁ ଆଉ ଆଗକୁ ଯାଇ ଛାଡପତ୍ର ଭଳି ସମସ୍ଯା ମଧ୍ୟ ଆସି ପାରେ । ତେବେ ପ୍ରେମ ବିବାହ ପାଇଁ ମଧ୍ୟ ଆପଣଙ୍କୁ ଅପେକ୍ଷା କରିବାକୁ ହବ ଆପଣ ନିଜ ଜୀବନରେ ବହୁତ କିଛି ପାଇବେ କିନ୍ତୁ ହଡ ବଡ ହେଲେ ସବୁ କିଛି ହରେଇବେ ।

କୁମ୍ଭ ରାଶି :

ଏହି ରାଶି ଲୋକଙ୍କୁ ବାହନ ଚଳେଇବା ବେଳେ ସାବଧାନ ରହିବା ଉଚିତ ଆପଣ ନିଜ ଜୀବନକୁ ନିଜେ ରକ୍ଷା କରି ପାରିବେ କେବଳ ନିଜ କାମ ଉପରେ ଧ୍ୟାନ ରଖନ୍ତୁ ଆଉ ଅନ୍ୟ ମାନଙ୍କୁ କିଛି କହିବା ଆଗରୁ ବହୁତ ଥର ବିଚାର କରିବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *