ତୁଳସୀ ଚଉରାର ଏଭଳି ପୂଜା କରିବା ଦ୍ଵାରା ଘରକୁ ଆସେ ଧନ! Vastu Tips

ହିନ୍ଦୁ ବା ଯାହାକୁ ଆମେ ସନାତନ ଧର୍ମ କହିଥାଉ ସେଥିରେ ତୁଳସୀ କୁ ବହୁତ୍ ପବିତ୍ର ଓ ଶୁଭ କୁହାଯାଏ । ଏହା ଛଡ଼ା ଶାସ୍ତ୍ର ଏବଂ ପୁରାଣରେ ମଧ୍ୟ ତୁଳସୀ ଗଛର ମହାନ୍ତା ବିଷୟରେ ବହୁତ୍ କିଛି ଲେଖା ଯାଇଛି । ହିନ୍ଦୁ ଶାସ୍ତ୍ରରେ କୁହା ଯାଇଛି ଯେ ସକାଳେ ସନ୍ଧ୍ୟାରେ ତୁଳସୀ ପୂଜା କରିବା ଦ୍ୱାରା ମଣିଷକୁ ଶୁଭ ଫଳ ମିଳିଥାଏ । ହିନ୍ଦୁ ଧର୍ମରେ ମଧ୍ୟ କୁହା ଯାଇଛି ଯେ ତୁଳସୀ ମାତାଙ୍କୁ ସଠିକ ଉପାୟ ରେ ପୁଜା କଲେ ଆପଣଙ୍କୁ ଜିବନ ସବୁ ସୁଖ ମିଳିଥାଏ କିନ୍ତୁ ଭୁଲ ଭାବରେ ପୁଜା କଲେ ଆପଣଙ୍କ ଜୀବନ ନର୍କ ହୋଇଥାଏ ।

ଶାସ୍ତ୍ର ଅନୁଯାଇ ଯେଉଁ ଘରେ ତୁଳସୀ ଗଛ ଉତ୍ତର ବା ପୂର୍ବ ବା ଉତ୍ତର ପୂର୍ବ କଣ ରେ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଓ ସେହି ଘର ଲୋକଙ୍କ ଉପରେ କିଛି ବି ଅସୁବିଧା ଆସି ନଥାଏ । ମାତା ତୁଳସୀ ପୁଜା ସମସ୍ତଙ୍କ ଘରେ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ମଥା ଉପରେ ରହିବ । ତେବେ ଯାହା ଘରେ ତୁଳସୀ ଗଛ ପଶ୍ଚିମ ବା ଦକ୍ଷିଣ ଦିଗରେ ରହିଥାଏ ତାଙ୍କ ଘରେ ସବୁବେଳେ କଳି ଝଗଡା ଲାଗି ରହିଥାଏ ।

ସେଥିପାଇଁ କେବେ ଭୁଲରେ ବି ତୁଳସୀ ଗଛକୁ ଭୁଲ ଦିଗରେ ରଖନ୍ତୁ ନାହିଁ ଆପଣଙ୍କ ଘର ସଂସାର ବୁଡ଼ିଯିବ । ଯଦି ଆପଣଙ୍କ ଜୀବନରେ ବହୁତ୍ ଅସୁବିଧା ଚାଲିଥାଏ ତେବେ ଆପଣଙ୍କୁ ପ୍ରତିଦିନ ତୁଳସୀ ପରିକ୍ରମା କରିବା ଉଚିତ୍ ଅଟେ ଏହା ଛଡ଼ା ପ୍ରତିଦିନ ତୁଳସୀ ଗଛ ମୂଳରେ ପାଣି ଦବା ଆବଶ୍ୟକ ଅଟେ । ଆପଣଙ୍କୁ ଯଦି କିଛି ବଡ ସମସ୍ୟା ଅଛି ତେବେ ଆପଣଙ୍କୁ ତୁଳସୀ ଗଛରେ ଜଳ ଦେବା ପରେ ୧୦୮ ଥର ପରିକ୍ରମା କରିବା ଉଚିତ୍ ।

ଯଦି ଆପଣଙ୍କ ଉପରେ କୌନ କାଳ ସର୍ପ ଦୋଷ ବା ପିତୃ ଦୋଷ ବା ଅନ୍ୟାନ୍ୟ ଦୋଷ ପଡ଼ିଥାଏ ଯାହା ଦ୍ଵାରା ଆପଣ ପୀଡ଼ିତ ଅଛନ୍ତି ତେବେ ଆପଣଙ୍କୁ ଗୋଟେ ତୁଳସୀ ଗଛ ଆରୋପଣ କରିବାକୁ ହବ ଓ ସେହି ଗଛ ମୂଳରେ ଗୋଟେ ରୂପା କଏନ ପୋତି ଦିଅନ୍ତୁ ଓ ସବୁଦିନ ସେଥିରେ ପାଣି ଦିଅନ୍ତୁ ଏହି ଗଛ ଯେତେ ଯେତେ ବଢ଼ି ଚାଲିବ ଆପଣଙ୍କ ଦୋଷ କମି କମି ଚାଲିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *