ବୟସ ବଢିବା ସହ ଶରୀର ଆବଶ୍ୟକତା ମଧ୍ୟ ବଢିବାକୁ ଲାଗିଥାଏ, ୩୦ ବର୍ଷରେ ଶରୀରରେ କେତେ ପ୍ରକାର ରୋଗ ଏବଂ ବିପଦ ବଢିବାକୁ ଲାଗିଥାଏ । କରୋନା ଭାଇରସ ଭଳି ସଂକ୍ରମିତ ରୋଗ ମଧ୍ୟ ବୁଢା ଲୋକଠୁ ନେଇ ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତଙ୍କୁ ହେଉଛି, ୩୦ ରୁ ୩୦ ବର୍ଷର ଲୋକଙ୍କୁ ଅଧିକ ହେଉଛି ସେଥିପାଇଁ ଯେତେ ଆବଶ୍ୟକ ନିଜ ବୟସ ଅନୁଯାଇ ଖାଇବା ପିଇବା ଉପରେ ଧ୍ୟାନ ରଖିବା ଉଚିତ, ୩୦ ବର୍ଷ ବା ତାଙ୍କ ଠାରୁ ଅଧିକ ବୟସ ଥିବା ଲୋକଙ୍କୁ ନିଜ ଡାଇଟରେ ଏହି ୫ଟି ଜିନିଷ ମିଶେଇବା ଆବଶ୍ୟକ ଅଟେ ।

ବାଦାମ :
ବାଦାମ ବହୁତ ପୁରୁଣା କାଳରୁ ଆମ ଆହାର ଭାଗ ଅଟେ, ଦୁନିଆ ସାରା ହୋଇଥିବା ଅଧ୍ୟୟନ ଅନୁଯାଇ ପ୍ରତିଦିନ ବାଦାମ ଖାଇଲେ ଏହା ଟାଇପ – ୨ ଡାଇବେଟିଜ ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ, ଏହା ଛଡା ବାଦାମ ହୃଦୟ ଏବଂ ଓଜନ ଦୁହିଙ୍କୁ ସ୍ଵସ୍ଥ ରଖିଥାଏ, ବାଦାମ ରେ ବିଟାମିନ ଈ, ମେଗ୍ନେସିଅମ, ପ୍ରୋଟିନ, ରାଇବୋଫ୍ଲେବିନ ଏବଂ ଜିଙ୍କ ଭଳି ୧୫ଟି ମହତ୍ଵପୂର୍ଣ ପୋଷକ ତତ୍ଵ ହୋଇଥାଏ ଯାହା ୩୦ ବର୍ଷ ବା ତାଙ୍କ ଠାରୁ ଅଧିକ ବୟସ ଲୋକଙ୍କ ଶରୀର ପାଇଁ ଆବଶ୍ୟକ ଅଟେ ।

ଦହି :
ଦହି ହାଡ ପାଇଁ ବହୁତ ଭଲ ହୋଇଥାଏ ବୋଲି କୁହା ଯାଇଛି, ଦହିରେ ବହୁତ ଗୁଡେ ଭଲ ବେକ୍ଟେରିଆ ବା ପ୍ରୋବାୟୋଟିକ ହୋଇଥାଏ ଯାହା ପାଚନ କ୍ରିୟା ପାଇଁ ଲାଭକାରୀ ଅଟନ୍ତି, ଦହିରେ ଜିଙ୍କ, ପୋଟେସିଅମ ଏବଂ ବିଟାମିନ ଡି ଭଳି ମାଈକ୍ରୋନ୍ୟୁଟ୍ରିଏଣ୍ଟ ଭରପୁର ମାତ୍ରା ରେ ହୋଇଥାଏ । ଏହା ବ୍ଲୋଡ ପ୍ରେଶର ନିୟନ୍ତ୍ରିତ କରିବା ସହ ଶରୀର ଭିତରେ ଇମ୍ୟୁନିଟି ବଢେଇଥାନ୍ତି, ଅଧ୍ୟୟନକର୍ତାଙ୍କ ଅନୁଯାଇ ବସ ଅନୁଯାଇ ପୋଷକ ତତ୍ଵ ସେବନ କରିବା ଉଚିତ ।

ସମ୍ପୂର୍ଣ୍ଣ ଶସ୍ୟ :
ଅନ୍ନରେ ଫାଇବାର ଭରପୁର ଥାଏ ଯାହା ବୟସ୍କ ଲୋକଙ୍କ ଶରୀରକୁ ଶକ୍ତି ପ୍ରଦାନ କରିଥାଏ, ତେବେ ଅନ୍ନରେ ଗହମ, ଦଲିୟା, ବାଜରା,ବ୍ରାଉନ ରାଇସ ଇତ୍ୟାଦି ଭଳି ଅନ୍ନ ଆହାର ପାଇଁ ବ୍ୟବହାର କରିବା ଉଚିତ ।
ଅଣ୍ଡା :
ବହୁତ ଲୋକ ଓଜନ କମ କରିବା ପାଇଁ ଅଣ୍ଡା ସେବନ କରନ୍ତି, ଅଣ୍ଡାରେ ବହୁତ ପ୍ରୋଟିନ, ବିଟାମିନ ଡି ଏବଂ କୋଲିନ ହୋଇଥାଏ, ଏହା ଛଡା ଅଣ୍ଡାରେ ଏମୀନୋ ଏସିଡ ହୋଇଥାଏ ଯାହା ଶରୀର ମାଂସପେଶିକୁ ମଜବୁତ କରିଥାଏ ।

ପନି ପାରିବା :
ପନି ପାରିବାରେ ବହୁତ ପୋଷ୍ଟିକତା ହୋଇଥାଏ ଏବଂ ୩୦ ବର୍ଷ ଠାରୁ ଅଧିକ ବୟସ ଲୋକଙ୍କୁ ପନି ପାରିବା ଖାଇବା ବହୁତ ଆବଶ୍ୟକ ଅଟେ । ନଚେତ ଆଜି କାଲି ଯେଉଁଭଳି ରୋଗ ସବୁ ବାହାରିଲାଣି ଏହା ସହ ଲଢିବା ବହୁତ ମୁସ୍କିଲ ହେଇ ଯାଉଛି । ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।