କଳିଯୁଗ ଶେଷରେ ଭଗବାନ ବିଷ୍ଣୁଙ୍କର କଳକୀ ଅବତାର ଏହି ଜାଗାରେ ନେବେ ଜନ୍ମ, ଏହା ହେବ ତାଙ୍କର ବିଶେଷତା 

ଶାସ୍ତ୍ରରେ ୪ ଟି ଯୁଗ କୁହାଯାଇଛି, ଯେମିତି କି ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ ଓ କଳିଯୁଗ । ଏହି ଯୁଗକୁ ବିଚାର କରି ଲେଖାଯାଇଛି କି କଳି ଯୁଗର ପ୍ରଭୁ କଳକୀ ଅବତାରରେ ଜନ୍ମ ନେବେ ଓ ଏହା ତାଙ୍କ ଶେଷ ଅବତାର ହେବ, ଯାହା କଳି ଯୁଗର ଅନ୍ତିମ ଚରମରେ ଆସିବ । ପୁରାଣରେ କଳିଯୁଗ ଓ କଳକୀ ଅବତାର ବିଷୟରେ କୁହାଯାଇଛି, କଳକୀ ଅବତାର ୬୪ କଳାରେ ନିପୁଣ ହୋଇଥିବେ ଓ ଧଳା ଘୋଡାରେ ଚଢି ପାପୀ ମାନଙ୍କୁ ସଂହାର କରିବେ ।

Image Courtesy: Google

ଏହି ଜାଗାରେ ନେବେ ଜନ୍ମ :-

କଳକୀ ଅବତାର କଥା ଶ୍ରୀମଦ ଭଗବଦ ଗୀତା ଓ ମହାଭାରତରେ କୁହାଯାଇଛି ଓ ଏକ ଶ୍ଳୋକ ମାଧ୍ୟମରେ କୁହାଯାଇଛି କି ଶେଷରେ କେଉଁ ଜାଗାରେ କିଏ ଏଠି ଜନ୍ମ ନେବେ ?

ସମ୍ୱଲଗ୍ରାମମୁଖ୍ୟସ୍ୟ ବ୍ରାହ୍ମଣସ୍ୟା ମହାତ୍ମନଃ ।
ଭବନେ ବିଷ୍ଣୁୟଶସ କାଲ୍କି: ପ୍ରାଦୁର୍ଭବିଷ୍ୟତି ॥

ଏହି ଶ୍ଳୋକରେ କୁହାଯାଇଛି କି- ସମ୍ଭଲ ଗ୍ରାମରେ ବିଷ୍ଣୁୟସ ନାମରେ ଜଣେ ବ୍ରାହ୍ମଣ ଅଛନ୍ତି । ତାଙ୍କ ହୃଦୟ ବହୁତ ହୃଦୟବାନ ବ୍ୟକ୍ତି ହୋଇଥିବେ । ତାଙ୍କ ଘରେ କଳକୀ ଅବତରର ଜନ୍ମ ହେବ ।

Image Courtesy: Google

କଳକୀ ପୁରାଣରେ ଏହା ଲେଖାଯାଇଛି କି ତାଙ୍କ ଜନ୍ମ ସମ୍ଭଲ ନାମକ ଗ୍ରାମରେ ବିଷ୍ଣୁୟସ ନାମକ ବ୍ରାହ୍ମଣ ପରିବାରରେ ହେବ । ଯାହାର ପତ୍ନୀ ଙ୍କ ନାମ ସୁମତି ହୋଇଥିବ । ଏହି ଦୁଇଜଣଙ୍କ ପୁତ୍ର କଳକୀ ହେବ । କଳକୀ ଅଳ୍ପ ବର୍ଷରେ ବେଦ ଓ ଶାସ୍ତ୍ର ପାଠ କରି ମହାନ ପଣ୍ଡିତ ହେବ । ,ଏହାପରେ ମହାଦେବଙ୍କୁ ଉଆସନ କରି ଅସ୍ତ୍ର ବିଦ୍ୟା ପ୍ରାପ୍ତ କରିବେଓ ଧର୍ମର ପୁନହ ସଂସ୍ତାପନହ କରିବେ । କଳକୀ ପୁରାଣରେ ତାଙ୍କ ବିବାହ କଥା ଉଲ୍ଲେଖ କରାଯାଇଛି । ତାଙ୍କ ବିବାହ ବୃହଦ୍ରଥ କି ପୁତ୍ରୀ  ପଦ୍ମା ଦେବୀ ଙ୍କ ସହିତ ହେବ । ଜଣାଇବା କୁ ଚାହୁଛୁ କି ସମ୍ଭଲ ଗ୍ରାମ ମୁରାଦାବାଦ ଜିଲାର  ଗୋଟେ ଗାଁ ଅଟେ ।

Image Courtesy: Google

କଳକୀ ଅବତାରର ବର୍ଣ୍ଣନା ଓ ଚିତ୍ରଣ :-

ଭଗବାନ ବିଷ୍ଣୁ ଙ୍କ କଳକୀ ଅବତାର ଦେଖିବାକୁ କିପରି ହୋଇଥିବ ଏହା ଅଗ୍ନି ପୁରଣର ୧୬ ଅଧ୍ୟାୟରେ  କୁହାଯାଇଛି । ଓ ଏହି ପୁରାଣରେ କୁହାଯାଇଛି କି ତାଙ୍କ ପାଖରେ ତୀର ଓ କମାଣ ଥିବ ଘୋଡା ଉପରେ ଚଢି ଆସିବେ । କଳକୀ ପୁରାଣ ଅନୁସାରେ ତାଙ୍କ ହାତରେ ଚମକୁ ଥିବା ତଲବାର ଥିବା ଓ ଧଳା ଘୋଡା ଉପରେ ଥିବେ । ବୌଦ୍ଧ , ଜୈନ ,ଓ ମ୍ଳେଚ୍ଛ ଙ୍କୁ ପରାଜିତ କରି ସନାତନ ଧର୍ମର ଆଉଥରେ ସଂସ୍ଥାପନା କରିବେ ।

ଏହି ପ୍ରକାରେ ନେବେ ଜନ୍ମ :-

ବାୟୁ ପୁରଣର ୯୮ ଅଧ୍ୟାୟରେ ଲେଖାଯାଇଛି କଳିଯୁଗ ଯେତେବେଳେ ନିଜ କ୍ରମରେ ରହିବ କଳକୀ ଅବତାର ଏହି ପୃଥିବୀରେ ଜନ୍ମ ନେବେ । ବୈଷ୍ଣବ ବ୍ରମହା ଣ୍ଡ ବିଜ୍ଞାନ  ରେ ଲେଖା ଯାଇଛି କଳକୀ ଅବତାର ବିଷ୍ଣୁ ଦାସ ଅବତାର ହେବେ, ଓ ପାପୀ ମାନଙ୍କ ସଂହାର କରିବେ । ତାଙ୍କ ସଂହାର କରିବା ପରେ ପୁଣି ଥରେ ସନାତନ ଧର୍ମର ସ୍ଥାପନ ହେବ ।

Image Courtesy: Google

କେମିତି ହେବ କଳିଯୁଗ  :-

କଳିଯୁଗ ବିଷୟରେ ଶାସ୍ତ୍ରରେ ଲେଖାଯାଇଛି କି କଳିଯୁଗରେ ମଣିଷମାନଙ୍କର ପତନ ହେବ । ପୃଥିବୀରେ ଅଧର୍ମ ବଢିଯିବା । ଲୋକମାନେ ପାପୀ ହୋଇଯିବେ । ସବୁଆଡେ ଅନ୍ଧକାର ରହିବା ଓ ନିରୀହ ଲୋକଙ୍କ ଉପରେ ବେସୀ ଅତ୍ୟାଚାର ହେବ । ପୃଥିବୀରେ ବଢୁଥିବା ଅଧର୍ମକୁ ରୋକିବା ପାଇଁ  ଭଗବାନ ବିଷ୍ଣୁ ଜନ୍ମ ନେବେ ଓ ଅଧର୍ମକୁ ଖତମ କରିଦେବେ ।  ଏମିତି ଜାଣିବାକୁ ମିଳୁଛି କି ପୃଥିବୀରେ ଏବେ କଳିଯୁଗ ଚାଲିଛି ଓ ଯେମିତି ଇଏ ଶେଷରେ ପହଞ୍ଚି ଯିବ ତେବେ ଭଗବାନ ବିଷ୍ଣୁଙ୍କ ଜନ୍ମ ପୃଥିବୀରେ ହେବ ।

Leave a Reply

Your email address will not be published. Required fields are marked *