ବାସ୍ତୁ ଶାସ୍ତ୍ରରେ ଏମିତି ବହୁତ ନିୟମ କୁହାଯାଇଛି ଯାହା ଯଦି ଜଣେ ବ୍ୟକ୍ତି ପାଳନ କରିବ ତା ଜୀବନରେ ଆସୁଥିବା ସମସ୍ୟାରୁ ତାକୁ ମୁକ୍ତି ମିଳିବ । ସବୁବେଳେ କିଛି ନା କିଛି କାରଣରୁ ବ୍ୟକ୍ତି ଜୀବନରେ ସମସ୍ୟା ଲାଗି ରହୁଛି, ଏହା ପଛରେ ବସ୍ତୁଦୋଷ ବୋଲି କୁହା ଯାଉଛି । ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ରହୁଛି ଏହି କାରଣ ପାଇଁ ପରିବାରରେ ଲୋକଙ୍କ ଭଲ କାମ ହେଉନି, କେବଳ ଏତିକି ନୁହେଁ ବହୁତ ସାରା ଅସୁବିଧା ଲାଗି ରହୁଚି, ବାସ୍ତୁଶାସ୍ତ୍ର ଅନୁସାରେ ଆମ ରୋଷେଇ ଘର ସବୁ ଘରଠୁ ଗୁରୁତ୍ଵ ପୂର୍ଣ ଅଟେ, ରୋଷେଇ ଘରଠୁ ସମସ୍ତଙ୍କ ସ୍ୱାସ୍ଥ୍ୟ ଯୋଡି ହୋଇଥାଏ । ସ୍ୱାସ୍ଥ୍ୟ ହିଁ ସବୁଠୁ ବଡ ଧନ ବୋଲି କୁହାଯାଇଛି, ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ତ ଆପଣ ଜୀବନରେ ବହୁତ ସଫଳତା ହାସିଲ କରିବେ ।

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରକୁ ନେଇ କିଛି ବିଶେଷ ଟିପଣି ଦିଆଯାଇଛି, ଏଥିରେ ଏହି କଥା କୁହାଯାଇଛି କି ରୋଷେଇ ଘରେ କଣ ରହିବା ଉଚିତ ଓ କଣ ରଖିବା ଅନୁଚିତ । ଏମିତି କିଛି ଜିନିଷ ଅଛି କି ରୋଷେଇଘରେ ରଖିଲେ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ । ଆଜି ଆପଣଙ୍କୁ କିଛି କଥା ବିଷୟତରେ କହିବାକୁ ଯାଉଛୁ । ବାସ୍ତୁଶାସ୍ତ୍ର ଅନୁସାରେ ଏହି ଜିନିଷ ରୋଷେଇ ଘରେ ରଖୀବା ଉଚିତ ନୁହେଁ ।
ରୋଷେଇ ଘରକୁ ଷ୍ଟୋର ରୁମ ଭଳି ବ୍ୟବହାର କରନ୍ତୁ ନହିଁ :-
ଯଦି ଆପଣ ରୋଷେଇ ଘରକୁ ଷ୍ଟୋର ରୁମ ଭଳି ବ୍ୟବହାର କରିବେ ଏଥିରେ ମା ଅନ୍ନପୂର୍ଣ୍ଣା ବହୁତ ରାଗନ୍ତି । ବହୁତ ଲୋକ ଅଛନ୍ତି ଯେଉଁ ଜିନିଷ ବ୍ୟବହାରରେ ନ ଆସେ କିନ୍ତୁ ତାକୁ ରୋଷେଇ ଘରେ ରଖନ୍ତି, ଏହା ଫଳରେ ବସ୍ତୁଦୋଷ ଉତ୍ପନ ହୁଏ । ଭୁଲରେ ବି ରୋଷେଇ ଘରେ ବେକାର ଜିନିଷ ରଖନ୍ତୁ ନହିଁ ।

ରୋଷେଇ ଘର ଫ୍ରିଜ ରେ ବାସୀ ଜିନିଷ ରଖନ୍ତୁ ନହିଁ:-
ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ରୋଷେଇ ଘର ଫ୍ରିଜ ରଖିଛନ୍ତି , ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ବାସି ଜିନିଷ ରଖନ୍ତୁ ନହିଁ । ଏମିତି କୁହଯାଏ କି ଏହି କାରଣରୁ ରହୁ-କେତୁ ଓ ଶନିଦଶା ଭୋଗ କରିବାକୁ ପଡିଥାଏ । ବାସି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ବି ହାନି କାରକ ଅଟେ । ସବୁବେଳେ ତାଜା ଖାଦ୍ୟ ଖାନ୍ତୁ, ଏହା ଫଳରେ ଗ୍ରହ ଦୋଷା କଟିଥାଏ,ଓ ଶରୀର ସୁସ୍ତ ରୁହେ ।
ରୋଷେଇଘରେ ଔଷଧ ରଖନ୍ତୁ ନାହିଁ:-
ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଔଷଧୀୟ ରଖନ୍ତୁ ନହିଁ,ଏହା କାରଣରୁ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ, ଯଦି କୌଣସି ବ୍ୟକ୍ତି ରୋଷେଇ ଘରେ ଔଷଧୀ ରଖନ୍ତି ,ତ ଏହି କାରଣରୁ ଘର ପରିବାରର ସଦସ୍ୟର ଦେହ ସବୁବେଳେ ଖରାପ ରହେ । ଓ ଘରେ ଖରାପ ଶକ୍ତିର ପ୍ରଭାବ ବଢି ଥାଏ ।

ରୋଷେଇ ଘରେ ଦର୍ପଣ ରଖନ୍ତୁ ନହିଁ:-
ଯଦି କେହି ବ୍ୟକ୍ତି ରୋଷେଇ ଘରେ ଦର୍ପଣ ଲଗାଏ,ଏଥରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ରୋଷେଇ ଘରେ ଦର୍ପଣ ଲଗେଇଲେ ଗ୍ୟାସ ଚୁଲାର ନିଆଁ ର ପ୍ରତିବିମ୍ବ ଦର୍ପଣରେ ଦେଖାଯାଏ, ଯୋଉଟା ବାସ୍ତୁ ହିସାବରେ ଠିକ ନୁହେଁ,ଏହି କାରଣରୁ ଆପଣଙ୍କୁ ସ୍ୱାସ୍ଥ୍ୟ ସହ ଜଡିତ କିଛି ଅସୁବିଧା ସହିତ ଆଉ ବହୁତ କିଛି ଅସୁବିଧା ଭୋଗିବାକୁ ପଡିପାରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।