‘ଫରେଷ୍ଟର ନୁହେଁ ଜଳଦେବତା’ ନିଆଁ ଲିଭାଇବାକୁ ଯାଇ ଖୋଳିଦେଲେ ପୋଖରୀ… ସମ୍ପୂର୍ଣ୍ଣ ଘଟଣା ବିଷୟରେ ଯାନୀ ଆପଣ ବି କରିବେ ସଲାମ, ଦେଖନ୍ତୁ Video

ବନ୍ଧୁଗଣ ଫରେଷ୍ଟର ବସିଛନ୍ତି ତାଙ୍କ ବେକରେ ଫୁଲମାଳା ପଡିଛି । ଖାଲି ଏତିକି ନୁହେଁ ତାଙ୍କ ନାଁ ରେ ଜିନ୍ଦାବାଦ ମଧ୍ୟ ପଡୁଛି । କାରଣ ଫରେଷ୍ଟର ବାବୁ ଗାଁ ଲୋକଙ୍କ ପାଇଁ ଏମିତି କାମ କରିଛନ୍ତି ତାହା ପାଇଁ ଗାଁ ଲୋକେ ତାଙ୍କ ପାଖରେ ଚିରରୁଣୀ । ସେଥିପାଇଁ ଏମିତି ଭାବରେ ଫରେଷ୍ଟରଙ୍କର ଜୟ ଜୟ କାର କରୁଛନ୍ତି ଗାଁ ଲୋକେ । ଫରେଷ୍ଟର ଚାକିରି କରୁଛନ୍ତି ଖଗେଶ୍ଵର ମାଝୀ କିନ୍ତୁ ସେ ଯେଉଁ କାମ କରିଛନ୍ତି ତାହାକୁ ନେଇ ଥମୁ ନାହିଁ ଚର୍ଚ୍ଚା କି କାମୁ ନାହି ପ୍ରଶଂସା । ଏମିତିକି ଗାଁ ଲୋକେ ତାଙ୍କୁ ଜଳଦେବତା ବୋଲି ସମ୍ବୋଧନ କରୁଛନ୍ତି ।

ସତରେ ଏହି ଫରେଷ୍ଟର ବାବୁ ଜଣକ ଯେଉଁ କାମ କରି ଦେଖିଛନ୍ତି ତାହା ହୁଏ ତ ପ୍ରଶାସନ ଏ ଯାଏଁ ଚିନ୍ତା ବି କରି ନ ଥିବ । କିନ୍ତୁ ତାହା କରି ଦେଖାଇଛନ୍ତି ଫରେଷ୍ଟର ଖଗେଶ୍ଵର । ଜଙ୍ଗଲ ଭିତରେ ଖୋଲା ଯାଇଛି ବିରାଟ ପୋଖରୀ । ଆଉ ପୋଖରୀ କୂଳରେ ବସିଛନ୍ତି ଗାଁ ଲୋକେ । ଗାଁ ରେ ଏବେ ପୁରା ଉଶ୍ଚବ ର ମାହୋଲ ଦେଖା ଯାଉଛି ।

ଆଉ ପୋଖରୀ ଖୋଳିଥିବା ଏହି ଫରେଷ୍ଟର ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ସେନାପାଲୀ ରେଞ୍ଜର ଫରେଷ୍ଟର ଖଗେଶ୍ଵର ମାଝୀ । କିନ୍ତୁ ପୋଖରୀ ପଛରେ ଯେଉଁ କାହାଣୀ ଲୁଚି ରହିଛି ତାହା ଜାଣିଲେ ଆପଣ ବି କହିବେ ଫରେଷ୍ଟର ହେବ ତ ଏମିତି । କିଛି ବର୍ଷ ତଳେ ଏହି ଜଙ୍ଗଲରେ ନିଆ ଲାଗିବା ଖବର ପାଇବା ପରେ ସଦଳକୁ ନେଇ ପହଞ୍ଚିଥିଲେ ଖଗେଶ୍ଵର ।

ହେଲେ ଜାଣିବାକୁ ପାଇଥିଲେ କି ଏହି ଜଙ୍ଗଲରେ ଥିବା ଗୋବିନ୍ଦପୁର ଗାଁ ରେ ପାଣିର ଭାରି ସମସ୍ଯା ରହିଛି । ତେଣୁ ଲୋକନକୁ କଥା ଦେଇଥିଲେ ଖଗେଶ୍ଵର ଆଉ ଗାଁ ରେ ପାଣି ସମସ୍ଯା ରହିବ ନାହି । ନିଜର ପରିଶ୍ରମ ବଳରେ ଚେରେପାଣି ସରଂକ୍ଷିତ ଜଙ୍ଗଲରେ ସର୍ଭେ କରିବା ପରେ କମରଖୋଳ ନାଳରେ ଆଡି ବନ୍ଧ ତିଆରି କରିବାକୁ ବିଭଗକୁ ଅନୁରୋଧ ଅରିଥିଲେ ଖଗେଶ୍ଵର ।

ପରେ ବିଭାଗକୁ ଲୋକଙ୍କ ସୁବିଧାକୁ ନଜରରେ ରଖି ଆଡି ବନ୍ଧ ତିଆରି କରିଥିଲା । ସେ ଯାହା ବି ହେଉ ଫରେଷ୍ଟର ଙ୍କ ପାଇଁ ଏତେ ଦିନ ପରେ ଲୋକ ମାନେ ପାଣି ପାଇଲେ । ଆଉ ପାଣି ପାଇବା ପରେ ବେଶ ଖୁସି ରେ ଅଛନ୍ତି ଗାଁ ଲୋକେ । ଆଉ ଗାଁ ଲୋକେ ସ୍ଵପ୍ନ ଦେଖୁଛନ୍ତି ଏହି ପାଣିରେ ସେମାନେ ଚାଷ ବାସ କରତିବେ ଓ ନିଜର ଜଳ କଷ୍ଟ ଦୂର କରିବେ ।

ସେ ଯାହା ବି ହେଉ ଜଣେ ଫରେଷ୍ଟର ଙ୍କ ଏଭଳି କାମ ଊ ନେଇ ସାରା ରାଜ୍ୟରେ ବେସ ଚର୍ଚ୍ଚା ଚଳାଇଛି । ବନ୍ଧୁଗଣ ଆପଣ ମାନଙ୍କର ଫରେଷ୍ଟର ଙ୍କ କାର୍ଯ୍ୟକଳାପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *