July 01 ରୁ ବଦଳିଯିବ ଏହି ସବୁ ନିୟମ, ଶୀଘ୍ର ଦେଖନ୍ତୁ କେଉଁ କେଉଁ ନିୟମରେ ହେବ ପରିବର୍ତ୍ତନ

ବନ୍ଧୁଗଣ ଆଜି ରାତି ପାହିଲେ ଜୁଲାଇ ମାସ ଆରମ୍ଭ ହେବ । ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଯଦିଓ ପ୍ରତେକ ମାସର ପ୍ରଥମ ତାରିଖରେ ଅନେକ ଜିନିଷ ବଦଳିଯାଏ କିନ୍ତୁ ଏଥର ଜୁଲାଇ ୧ ରେ ଏହି କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଏଥର ଗୋଟିଏ ବା ଦୁଇ ଟି ନୁହେଁ ବରଂ ଅନେକ ଜିନିଷ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ କଣ ରହିଛି ।

୧- ପ୍ୟାନ ଓ ଆଧାର କାର୍ଡ ଲିଙ୍କ କରିବାର ଶେଷ ତାରିଖ ହେଉଛି ୨୦୨୩ ମାର୍ଚ୍ଚ । କିନ୍ତୁ ଏହି ତାରିଖରେ ଲିଙ୍କ କରିଲେ ଆପଣଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । କିନ୍ତୁ ଜୁନ ୩୦ ପର୍ଯ୍ଯନ୍ତ ଉଭୟ ଡକୁମେଣ୍ଟ ଲିଙ୍କ କରିବା ପାଇଁ ୫୦ ଟଙ୍କା ଜୋରିମାନା ଅଛି । ଯଦି ଆପଣ ପ୍ୟାନ ଆଧାରରେ ଲିଙ୍କ କରି ନାହାନ୍ତି ତେବେ ତୁରନ୍ତ ଆଜି ହିଁ କରି ଦିଅନ୍ତୁ ।

୨- ପ୍ରତି ମାସର ୧ ତାରିଖରେ ଗ୍ଯାସ ରେ ବଡ ଧରଣର ପରିବର୍ତ୍ତନ ହୋଇଥାଏ । ତେବେ ଏଥର ମଧ୍ୟ ଗ୍ଯାସ ବୃଦ୍ଧି ହେବା ନେଇ କୁହାଯାଉଛି । କିନ୍ତୁ କେତେ ବଢିବ ସେ ନେଇ କୌଣସି ସୂଚନା ନାହି ।

୩- ତାପମାତ୍ରା ଅଧିକ ହେବ କାରଣରୁ ଜୁଲାଇ ୧ରୁ ଏସି ମଧ୍ୟ ମହଙ୍ଗା ହେବାକୁ ଯାଉଛି । ଜୁଲାଇ ୧ରୁ ନୁଆ ଦର କାର୍ଯ୍ୟକାରୀ ଏବ ଅନେଇ ଚର୍ଚ୍ଚା ରହିଛି । ୫ ତାରକା ଏସି ର ରେଟିଙ୍ଗ ୪ତାରକା କୁ ହ୍ରାସ ପାଇବ । ଏହା ସହ ମୂଲ୍ୟ ୧୦% ଯାଏଁ ବୃଦ୍ଧି ହୋଇପାରେ ।

୪- ଜୁଲାଇ ୧ରୁ ଦେଶରେ ଶ୍ରମ ଆଇନରେ ନୂଆ ନିୟମ ଲାଗୁ ହୋଇପାରେ । ଏହାର କାର୍ଯ୍ୟକାରିତା ସହ ନିଯୁକ୍ତି ବ୍ୟକ୍ତିଙ୍କ ଜୀବନ ସଂପୂର୍ଣ୍ଣ ଭାବେ ବଦଳିଯିବ । ଏହା ସହ ଦୈନିକ ୧୨ ଘଣ୍ଟା ର କାର୍ଯ୍ୟ ଦିବସ ଲାଗୁ ହୋଇପାରେ ।

୫- ଆସନ୍ତା କାଲି ଠାରୁ ଅନ ଲାଇନ ସପିଙ୍ଗ, କମ୍ପାନୀ ବ୍ୟବସାୟୀ ଓ ଏମେଣ୍ଟ ଗେଟ ଵେ ସେମାନଙ୍କ ପ୍ଲାଟଫର୍ମ ରେ ସୁରକ୍ଷିତ ବହବରେ କ୍ରେଡିଟ ଓ ଡେବିଟ କାର୍ଡ ତଥ୍ୟ ସରକ୍ଷଣ କରିବାରେ ସମର୍ଥ ହେବେ ନାହି । ଗ୍ରାହକଙ୍କ ସୁରକ୍ଷା କୁ ଦ୍ରୁଷ୍ଟି ରେ ରଖି RBI ଜୁଲାଇ ୧ରୁ କାର୍ଡ ଟେକନାଇଜେସନ ସିଷ୍ଟମ ଆରମ୍ଭ କରିବାକୁ ଯାଉଛୁ । ଏହି ସିଷ୍ଟମ ରେ କାର୍ଡ ର ସବିଶେଷ ତଥ୍ୟ ଟୋକନ ରେ ରୂପାନ୍ତରିତ ହେବ । ଯଦି ଆପଣ ଡିମାଟ ଓ ଟ୍ରେଡିଙ୍ଗ ଆକାଉଣ୍ଟର KYC ସମାପ୍ତି କରି ନାହାନ୍ତି ତେବେ ତୁରନ୍ତ କରାଇ ନିଅନ୍ତୁ ।

ଜୁଲାଇ ୧ ପରେ KYC ଅଦ୍ଯତନ ହୋଇପାରିବ ନାହି । ଡିମାଟ ଆକାଉଣ୍ଟ ପାଇଁ KYC ଶେଷ ତାରିଖ ପୂର୍ବ ରୁ ୩୧ ମାର୍ଚ୍ଚ ୨୦୨୨ ଥିଲା । କିନ୍ତୁ ପରେ ଏହାକୁ ଜୁନ ୩୦ ପର୍ଯ୍ଯନ୍ତ ବୃଦ୍ଧି କାର ଯାଇଥିଲା । ଉଁ ୩୦ ସୁଧା ଟିକସ ଜମା ପରେ ସରାକର ୧୫% ରିହାତି ପ୍ରଦାନ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *