ଟୁଙ୍ଗୁରୁ ଭୋଳକୁ ନେଇ ଗାଉଥିବା କଣ୍ଠଶିଳ୍ପୀଙ୍କୁ ଦୁରୁ ଜୁହାର ! Tunguru Bholaକୁ ନେଇ ବହରିଲାଣି 10ରୁ ଅଧିକ ଗୀତ….

ନମସ୍କାର ବନ୍ଧୁଗଣ । ଆଜି ଅକ୍ଷୟ ମହାନ୍ତି ଙ୍କ ଭଳି କିମ୍ବଦନ୍ତୀ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବଞ୍ଚିଥାନ୍ତେ ଓଡିଶାର ସଂଗୀତର ଏହି ଦୟନୀୟ ଅବସ୍ଥା ଦେଖି ହୁଏ ତ କାନ୍ଦିଥାନ୍ତେ । ହୁଏ ତ କାହାକୁ ନିଜର ପରିଚୟ ଦେବାକୁ କୁଣ୍ଠାବୋଧ କରିଥାନ୍ତେ ଯେ ସେହି ସେହି ସଂଗୀତ ଦୁନିଆରୁ ଆସୁଛନ୍ତି ଯେଉତ୍ନ୍ଥି ଗୀତଟିଏ କରିବା ପାଇଁ ଟୁଙ୍ଗୁରୁ ଭୋଳ ଭଳି ଚରିତ୍ରରା ଆବଶ୍ୟକତା ପଡେ । ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ରେ ମା ସରସ୍ଵତୀ ଙ୍କ ବାସ ଥାଏ ବୋଲି ସାଧାରଣରେ ଏକ ଧାରଣା ରହିଥିଲା । ଆଉ ଏବେ ମଧ୍ୟ ଏହି ଧାରଣ ତିଥି ରହିଛି ।

ହେଲେ କିଛି ହାତ ଗଣତି ସଂଗୀତକାର ଓ କଣ୍ଠଶିଳ୍ପୀ ଅଛନ୍ତି ଯେଉଁ ମାନେ ବର୍ତ୍ତମାନ ସମୟରେ ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ସାଧନାରେ ଲାଗି ପଡିଛନ୍ତି । ଗଣ ମାଧ୍ୟମ ବା ମାସ୍ ମିଡିଆର ପରିଧି ଭିତରେ ଏଭଳି ସାମ୍ବାଦିକତା ଅଛି ବୋଲି ଯେଉଁ ମାନେ ଧରି ନେଇଛନ୍ତି ହୁଏ ତ ସେମାନେ ଜାଣି ରଖିବା ଉଚିତ କି ଗୀତ, ସଂଗୀତ, ଯାତ୍ରା, ସିନେମା ଏ ସବୁ ମାସ୍ ମିଡିଆ ଭିତରେ ଆସୁଛି ।

ଟୁଙ୍ଗୁରୁ ସାମ୍ବାଦିକ ଭଳି ଏବେ ଟୁଙ୍ଗୁରୁ ସଙ୍ଗୀତ ନିର୍ଦ୍ଦେଶକ ଟୁଙ୍ଗୁରୁ କଣ୍ଠଶିଳ୍ପୀ ଓ ଟୁଙ୍ଗୁରୁ ଅଭିନେତା ଙ୍କ ଭିତରେ ପ୍ରତିଯୋଗୀତା ଚଳାଇଛି । ଏହାରି ଭିତରେ ଡର୍ଜନ ରୁ ଅଧିକ ଗୀତ ନେଇ ପ୍ରସ୍ତୁତ କରି ସାରିଲେଣି କରିଦକର୍ମା କଳାକାର ମାନେ । ଟୁଙ୍ଗୁରୁ ଚାଲିଛି ଗୀତ ଟେ କରି ଦିଅ ସେହି ଧାରରେ ମାତିଛନ୍ତି । ଆଜିକୁ ୨୦ ରୁ ୩୦ ବର୍ଷ ତଳେ ତିଆରି ହୋଇଥିବା ଓଡିଆ ଗୀତ ଆଜି ଜନ ମାନସରେ ଗୁଞ୍ଜରିତ ହେଉଛି ।

କାରଣ ସେ ସବୁ ଗୀତ ର ଏ ଭାବ ଯେମିତି ଥିଲା ଭାବନା ମଧ୍ୟ ଠିକ ସେମିତି ଥିଲା । ଗୀତିକାର, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଗୀତ ପାଇଁ କେତେ ପରିଶ୍ରମ କରୁଥିଲେ । ତେବେ ବନ୍ଧୁଗଣ ଆପଣ ମାନେ ଥରେ ଚିନ୍ତା କରନ୍ତୁ ଟୁଙ୍ଗୁରୁ ଭୋଳ କୁ ନେଇ ହେଉଥିବା ଗୀତ ର ଅବଧି କେତେ ଦିନ ହେବ । ଟୁଙ୍ଗୁରୁ ପ୍ରସଙ୍ଗ ହଟିଯିବା ପରେ ଏହି ଗୀତ ଶୁଣିବ କିଏ ? ଏହି ସବୁ କଳାକାର ଙ୍କୁ ଆଉ କିଏ ବା ମାନେ ରଖିବ ?

ତେବେ ଟୁଙ୍ଗୁର ଭୋଳ କୁ ନେଇ ଗାଉଥିବା ଗୀତିକାର ଙ୍କୁ ଏବେ ଗୁରୁ ଜୁହାର । ତେବେ ଯିଏ ଗୀତ ଲେଖୁଛି ତାଙ୍କୁ ନମସ୍କାର ଆଉ ଯିଏ ମ୍ୟୁଜିକ ଦେଉଛି ସେଇ ନିର୍ଦ୍ଦେଶକ ଙ୍କୁ ନମସ୍କାର । ଯିଏ ଟୁଙ୍ଗୁର ଗୀତ ରେ ଅଭିନୟ କରୁଛନ୍ତି ତାଙ୍କୁ ବୁ ମୁଣ୍ଡିଆ । ତେବେ ଟୁଙ୍ଗୁରୁ ଭୋଳ କୁ ନେଇ ନେଇ ପ୍ରହସନ ଚାଲିଛି ତାହା କେତେ ଦୂର ଯୁକ୍ତିଯୁକ୍ତ ତାହା ସମୟ କହିବ ।

ବନ୍ଧୁଗଣ ଆପଣ ମାନଙ୍କ ଟୁଙ୍ଗୁରୁ ଭୋଳ କୁ ନେଇ ଗୀତ ଗାଉଥିବା ସଂଗୀତକାର ମାନଙ୍କ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *