ଫାଷ୍ଟ ଫୁଡ ଖାଇଲେ ହୋଇ ପାରେ ଏହି ସବୁ ରୋଗ, ରୁହନ୍ତୁ ସାବଧାନ!

ହେଲ୍ଲୋ ଫ୍ରେଣ୍ଡ୍ସ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିକୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ । ଆଜି ଆମେ ଆପଣଙ୍କୁ କହିବୁ ଫାଷ୍ଟ ଫୁଡ ବିଷୟରେ କିଛି ଖାସ କଥା । ଯାହା ଜାଣିବା ପରେ ଆପଣ ଯେତେ ସମ୍ଭବ ସେଇ ସବୁ ଖାଦ୍ଯ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ । ଆମେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଇ ଅନେକ ବାର ବାହାରେ ମିଳୁଥିବା ଖାଦ୍ଯ ଖାଇଥାଉ । ଯାହା କିନ୍ତୁ ପରେ ଆମ ଶରୀରକୁ ଅନେକ ପ୍ରକାର ରୋଗ ଦେଇଥାଏ ।

ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ଯ ବିଷୟରେ ।

ଆଜି କାଲୀ ଛୁଆ ପୋଷକ ତତ୍ଵ ପାଇଁ ନୁହେଁ ବରଂ ପାଟି କୁ ସ୍ଵାଦିଷ୍ଟ ଲାଗିଲା ଭଳି ଖାଦ୍ୟ ଖାଉଛନ୍ତି, ଆଗ କାଳ ଛୁଆ ଗହମ, ଚାଉଳ, ଦହି, ଖିର ଓ ପନିପରିବା ପ୍ରସ୍ତୁତ ଖାଦ୍ୟ ଖାଉଥିଲେ କିନ୍ତୁ ଆଜିକାଲୀ ର ଛୁଆ କେବଳ ସୁଆଦିଆ ଜିନିଷ ଖୋଜୁଛନ୍ତି । ଆଜି କାଲୀ ସହରୀ ଜାଗା ରେ ଯାହାକୁ ପଚାର କେବଳ ବର୍ଗର, ପିଜା, ସମୋସା ଓ ଫ୍ରେଞ୍ଚ ଫ୍ରାଇଜ ଭଳି କେତୋଟି ଜିନିଷ ନା କହୁଛନ୍ତି ଯେଉଁଥିରେ କୌଣସି ପୋଷକ ତତ୍ଵ ନାହିଁ ।

ଏହି ସବୁ କାରଣ ପାଇଁ ଫାଷ୍ଟ ଫୁଡ ଅତ୍ୟଧିକ ବିକ୍ରି ହେଉଛି । ପ୍ରୟାଗ ରାଜ ମେଡିକଲ କଲେଜ ମେଡ଼ିସିନ ବିଭାଗ ଡକ୍ଟର ସରିତା ବଜାଜ କହିଲେ କି ଆଜିକାଲୀ ସ୍କୁଲ ଛୁଆ ମୋଟା ହୋଇଯାଉଛନ୍ତି ଏହାର ମୁଖ୍ୟ କାରଣ ଫାଷ୍ଟ ଫୁଡ ଅଟେ । ପୁଅ ପିଲାଙ୍କ ପେଟ ରେ ଅତ୍ୟଧିକ ଚର୍ବି ମିଳୁଛି ଏବଂ ଝିଅ ପିଲାଙ୍କ ପୁରା ଶରୀରରେ କୋଲେଷ୍ଟ୍ରୋଲ ଭର୍ତ୍ତି ହୋଇଛି । ଭାରତ ଚିକିତ୍ସକଙ୍କ ଅଧ୍ୟୟନ ଦ୍ଵାରା ଜଣା ପଡିଛି କି ସ୍କୁଲ ଛୁଆଙ୍କ ମୋଟା ହବାର ଏକ ମାତ୍ର କାରଣ ଫାଷ୍ଟ ଫୁଡ ଅଟେ ।

ସେ ଏହି ଅଧ୍ୟୟନ କୁ ପ୍ରମାଣ କରିବା ପାଇଁ ଚାରୋଟି ସରକାରୀ ଏବଂ ଚାରୋଟି ପ୍ରାଇଭେଟ ସ୍କୁଲ ପିଲାଙ୍କ ଉପରେ ଅଧ୍ୟୟନ କଲେ ଏବଂ ଏହା ଦେଖିବାକୁ ପାଇଲେ ଯେ ୧୯% ଛାତ୍ର ମୋଟା ଅଛନ୍ତି । ଡକ୍ଟର କହିବା ଅନୁଯାଇ ଫାଷ୍ଟ ଫୁଡ ବସି ଖାଇଲେ ଏହା ଆମ ଶରୀର କୁ ଦୁର୍ବଳ କରି ଥାଏ ଓ ସେଥିପାଇଁ ପିଲା ବାହାର ଖେଳ ପସନ୍ଦ କରୁ ନାହାନ୍ତି ।

ଫାଷ୍ଟ ଫୁଡ ସେବନ ଦ୍ଵାରା ପିଲାଙ୍କ ଧ୍ୟାନ ଦୁର୍ବଳ ହେଉଛି ଏବଂ ପାଠ ରେ ମନ ଲାଗୁନାହିଁ । ତେଣୁ ମାତା ପିତାଙ୍କୁ ଏଠି ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ କି ଯେମିତି ପିଲା ମାନେ ବାହାର ଖାଦ୍ୟ ବିଶେଷ ନ ଖାଆନ୍ତି ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *