ଗଙ୍ଗା ନଦୀରେ ଭାସୁଥିବା ଏକ ସିନ୍ଧୁକ ଭିତରୁ ମିଳିଲା 21 ଦିନର ଶିଶୁ, ସିନ୍ଧୁକ ରେ ଲାଗିଥିଲା ଦେବୀ ଦେବତାଙ୍କ ଫଟୋ, ସତ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ

ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ କୁହାଯାଇଅଛି ଯେ, କନ୍ୟା ଦେବୀ ଲକ୍ଷ୍ମୀ ମାତା ଙ୍କ ରୂପପ୍ରତିମା ସାଦୃଶ୍ୟ । ଯେଉଁ ପରିବାରରେ କନ୍ୟା ଶିଶୁ ଜାତ ହୋଇଥାଏ ସେହି ଘରର ଶୋଭା ବର୍ଦ୍ଧନ ହୋଇଥାଏ । ବନ୍ଧୁଗଣ ଆଜିଭଳି ଦୁନିଆରେ ପୁଅ ଝିଅ ଉଭୟ ବରାବର ଅଟନ୍ତି । ମାତ୍ର କେତେକ କ୍ଷେତ୍ରରେ ଝିଅ ହିଁ ପୁଅ ମାନଙ୍କ ଠାରୁ ଆଗରେ ରହିଥାଏ । ବନ୍ଧୁଗଣ ଯେତେବେଳେ କଥା ଧ୍ୟାନ ରଖିବାର ଆସିଥାଏ ଅଥାବା

କେୟାର ନେବାର ଆସିଥାଏ ତେବେ ପୁଅ ମାନଙ୍କ ଠାରୁ ଝିଅ ମାନେ ଅଧିକ ମାତା ପିତା ଙ୍କର ଧ୍ୟାନ ତଥା ଯତ୍ନ ନେଇଥାନ୍ତି । ମାତ୍ର କିଛି ଅଜ୍ଞାନ ଲୋକେ ଏହି କଥା କୁ ବୁଝନ୍ତି ନାହିଁ । ତାଙ୍କୁ ଝିଅ ମାନେ ନିଜ ପାଇଁ ଏକ ବୋ ଭଳି ଲାଗିଥାନ୍ତି । କିଛି ଲୋକେ ଅଛନ୍ତି ଯେଉଁମାନେ ଏକ ଗର୍ଭବତୀ ମହିଳା ଠାରୁ ଏକ ପୁତ୍ର ସନ୍ତାନ ର ଆଶା ରଖିଥାନ୍ତି । କନ୍ୟା ସନ୍ତାନଟିଏ ଜାତ ହେଲେ ସେମାନେ ଦୁଖୀ ହୋଇଯାଆନ୍ତି ।

ବନ୍ଧୁଗଣ କିଛି ଲୋକଙ୍କୁ କନ୍ୟା ସନ୍ତାନ ଏତେ ଖରାପ ଲାଗିଥାନ୍ତି ଯେ କନ୍ୟା ସନ୍ତାନ ଟିଏ ଜାତ ହେବା କ୍ଷଣି ତାକୁ ଅନ୍ୟ ଜାଗାରେ ପକାଇ ଦେଇ ଆସିଥାନ୍ତି । ବନ୍ଧୁଗଣ ଆପଣ ମାନେ ମଧ୍ୟ ଏପରି ଖବର ଶୁଣିଥିବେ ଅଥବା ନିଜ ଆଖିରେ ଦେଖିଥିବେ । କିଛି ମାତା ପିତା ଅଛନ୍ତି ଶିଶୁ କନ୍ୟା କୁ ଅଳିଆ ଗଦା ତଥା ଅନ୍ୟାନ୍ୟ ଜାଗାରେ ଛାଡି ଆସିଥାନ୍ତି । ସେମାନେ ଏଭଳି କରି କନ୍ୟା ର ଭରଣ ପୋଷଣ ତଥା ତାହା ପ୍ରତି ରହିଥିବା କର୍ତବ୍ୟ ଠାରୁ ପଛେଇଥାନ୍ତି ।

ମାତ୍ର ଯାହାଙ୍କ ଉପରେ ଭଗବାନ ଙ୍କ ହାତ ରହିଅଛି ତାହା ଜୀବନ ନେବା ମନୁଷ୍ୟ ପକ୍ଷେ ଏତେ ସହଜ ନୁହେଁ । ବନ୍ଧୁଗଣ ଭଗବାନ ଙ୍କ କୃପା ରୁ ଏହି ନବଜାତ ଶିଶୁ କନ୍ୟା ମାନେ ବହୁତ କ୍ଷେତ୍ରରେ ନୂତନ ଜୀବନ ଦାନ ପାଇଥାନ୍ତି । ବନ୍ଧୁଗଣ ଉତ୍ତର ପ୍ରଦେଶ ର ଗାଜିପୁର ରେ ଏହିଭଳି ଏକ ଘଟଣା ଘଟିଛି । ଏଠାରେ ଦଦରୀ ଘାଟ ରେ ମଙ୍ଗଳବାର ଦିନ ଗୋଟିଏ ନୌକା ଚାଳକ କୁ  ବାକ୍ସ ଭିତରେ ୨୧ ଦିନର ଏକ ନବଜାତ ଶିଶୁ କନ୍ୟା ମିଳିଅଛି । କନ୍ୟାଟିର ନିର୍ଦୟ ମାତାପିତା କନ୍ୟାଟିକୁ ବାକ୍ସ ରେ ବନ୍ଧ କରି ଗଙ୍ଗା ନଦୀରେ ଛାଡି ଦେଇଥିଲେ ।

ଏହି ବାକ୍ସ ଟି ବହି ବହି ଅନେକ ଦୂରକୁ ଚାଲିଯାଇଥିଲା । ଏହାପରେ ନୌକା ଧରି ଯାଉଥିବା ଏକ ନାଭିକ କୁ ବାକ୍ସ ମଧ୍ୟରୁ ଏକ ପିଲାଟିର କାନ୍ଧିବା ସ୍ଵୋର ଶୁଭିଲା । ଯେତେବେଳେ ଯେ ବାକ୍ସଟିକୁ ଖୋଲିଲା ସେ ଏହି ଶିଶୁ କନ୍ୟଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେହି ବାକ୍ସତିରେ ଦେବୀ ଦେବତାଙ୍କ ଫୋଟୋଚିତ୍ର ରହିଥିବା ସାଙ୍ଗେ ସେହି ଶିଶୁ କନ୍ୟାଟିର ଜାତକ ମଧ୍ୟ ରହିଥିଲା ।

ସେଥିରେ ତାହାର ନାମ ଗଙ୍ଗା ବୋଲି ଲେଖାଯାଇଥିଲା । ନାଭିକ ଟି ସେହି ଶିଶୁ କନ୍ୟାଟିକୁ ନେଇ ନିଜ ଘରକୁ ଚାଲିଗଲା । ମାତ୍ର ଘରକୁ ନେଉଥିବା ସମୟରେ ସେହି ଶିଶୁ ଟିକୁ ଲୋକମାନେ ଦେଖି ଦେଇଥିଲେ । ଏହାପରେ ସେମାନଙ୍କ ମଧ୍ୟରୁ କେହି ପୋଲିସ ଙ୍କୁ ଏହି ସୂଚନା ଦେଇ ଦେଇଥିଲେ । ଏହାପରେ ପୋଲିସ ସେହି ଶିଶୁ କନ୍ୟା କୁ “ଆଶା ଜ୍ୟୋତି କେନ୍ଦ୍ର” ନେଇଯାଇଥିଲେ ।

ବନ୍ଧୁଗଣ ଭଲ ଖବର ଏହା ହେଉଛି ଯେ, ଶିଶୁ କନ୍ୟାଟି ବାକ୍ସ ମଧ୍ୟରେ ନିବୁଜ ରହିଥିଲେ ମଧ୍ୟ ସଂପୂର୍ଣ୍ଣ ରୂପେ ସୁସ୍ଥ ଥିଲା । “ଆଶା ଜ୍ୟୋତି କେନ୍ଦ୍ର” ରେ ଶିଶୁ କନ୍ୟାଟିର ଭଲ ଭାବରେ ଧ୍ୟାନ ରଖାଯାଉଛି । ବନ୍ଧୁଗଣ କଥାରେ ଅଛି “ରଖିଲେ ହଋ ତାକୁ ମାରିବ କିଏ” । ବନ୍ଧୁଗଣ ଲୋକମାନେ ଖବର ଜାଣି କନ୍ୟାଟିର ମାତା ପିତାଙ୍କୁ ବାହାର କରି ତାଙ୍କୁ ଉଚିତ ଦଣ୍ଡ ଦେବାକୁ ପୋଲିସ ଅଧିକାରୀ  ଙ୍କୁ ନିବେଦନ କରିଛନ୍ତି । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣ ମାନଙ୍କ ମତାମତ କଣ ଅଟେ ତାହା ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *