ବର ବେଶରେ ଆସି ଥାନ୍ତେ କିନ୍ତୁ ଶବ ହୋଇ ଫେରିଗଲେ, ପୁରା ଘଟଣା ଜାଣି ଆଖିରେ ଲୁହ ରହିବନି

କରୋନା ଆହୁରି କେତେକ କଷ୍ଟ ଓ ଦୁଃଖ ଦେବ ଏହା ବିଷୟରେ କେହି ବି ଜାଣି ନାହାନ୍ତି । କିନ୍ତୁ କରୋନାର ଅସଲ ଦୁଃଖ ଓ କଷ୍ଟ କଣ ଏହା ସେହି ବ୍ୟକ୍ତି ହିଁ ଜାଣିଛି ଯିଏ ନିଜର କୌଣସି ଆତ୍ମୀୟଙ୍କୁ କରୋନା ଯୋଗୁ ହରାଇଛି । ସୁସ୍ଥ ସବଳ ବ୍ୟକ୍ତିଙ୍କୁ କରୋନା ଅତି ସହଜରେ ଶିକାର କରି ତାଙ୍କର ପ୍ରାଣ ବାୟୁ ନେଇ ଯାଉଛି । ଏହି ପରିସ୍ଥିତିରେ ନା ହିଁ ତାଙ୍କର ପରିବାର ଲୋକମାନେ କିଛି କରି ପାରୁଛନ୍ତି

ଓ ନା ହିଁ ଡାକ୍ତର କିଛି କରି ପାରୁଛି । କେବଳ ସମସ୍ତେ ଏହି ପରିସ୍ଥିତିକୁ ଦେଖୁଛନ୍ତି ଓ ନିଜର ଭାଗ୍ୟକୁ ଦୋଷ ଦେଉଛନ୍ତି । କାରଣ ଆପଣ କରୋନା ପାଇଁ କାହାକୁ ବି ଦୋଷ ଦେଇ ପାରିବେ ନାହିଁ ଆପଣ ପରିସ୍ଥିତି ହାତରେ ବନ୍ଧା ହୋଇ ଯାଇଛନ୍ତି । ପୁଣି ଥରେ କରୋନା ମହାମାରୀର ଅନ୍ୟ ଏକ ଦୁଃଖ ଓ କଷ୍ଟ ଦାୟକ କାହାଣୀ ଆଜି ଆମେ ଆପଣଙ୍କ ସାମ୍ନାକୁ ନେଇ ଆସିଛୁ ।

ଯୁବକ ଜଣକ ବର ସାଜି ନିଜର ସାଥି ମୁଣ୍ଡରେ ସିନ୍ଦୁର ପିନ୍ଧାଇ ଥାନ୍ତେ । ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇ ଯାଇଥିଲା । ନୀତି ନିୟମ ସହ ସଠିକ ସମୟରେ ସବୁ କିଛି ଚାଲିଥିଲା । କିନ୍ତୁ ଭାଗ୍ୟରେ ତ ଆଉ କିଛି ଲେଖା ହୋଇ ଥିଲା । କହିବାକୁ ଗଲେ ଯିଏ ନିଜ ବିବାହ ପାଇଁ ହୋମର ପ୍ରସ୍ତୁତି କରୁଥିଲା ଆଜି ସେ ମଶାଣିର ଜୁଇରେ ଜାଲିଗଲା । କହିବାକୁ ଗଲେ ଭଦ୍ରକ ଜିଲ୍ଲାର ଅସୁରାଳୀ ଅଞ୍ଚଳର ପ୍ରାଣବନ୍ଧୁ ନାଥ ନାଥ ସାହିରେ ରୁହନ୍ତି ।

ଆଜି ତାଙ୍କର ୨୮ ବର୍ଷ ପୁଅ ଚନ୍ଦ୍ରମଣିଙ୍କ ବିବାହ ସ୍ଥିର ହୋଇଥିଲା । ବହୁତ ଧୁମଧାମରେ ସେ ନିଜର ପୁଅର ବିବାହ କରିବାର ସ୍ଵପ୍ନ ଦେଖୁଥିଲେ । କିନ୍ତୁ କେ ଜାଣିଥିଲା କି ତାଙ୍କର ଏହି ସ୍ଵପ୍ନ କେବେ ବି ପୁରା ହୋଇ ପାରିବ ନାହିଁ । ଯେଉଁ ପୁଅ ଆଜି ତାଙ୍କର ବୋହୁକୁ ନେଇ ଆସିଥାନ୍ତା ଆଜି ମଶାଣିର ଜୁଇରେ ତାହାର ଚିତା ଜଳୁଛି । କହିଦେଉଛୁ କି ଯୁବକ ଚନ୍ଦ୍ରମଣିଙ୍କ ବିବାହ ୧୧ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା ।

କିନ୍ତୁ ଚନ୍ଦ୍ରମଣିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା କାରଣରୁ ବିବାହକୁ ୧୮ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା । ବିବାହର ସମସ୍ତ ପ୍ରସ୍ତୁତି ଚାଲିଥିବା ସମୟରେ ଅଚାନକ ଚନ୍ଦ୍ରମଣି ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିଲେ । ଅକ୍ସିଜେନ କମ ହେବାକୁ ଲାଗିଲା । କିନ୍ତୁ ହସ୍ପିଟାଲ ନେବା ସମୟରେ ହିଁ ତାଙ୍କର ଜୀବନ ଚାଲିଗଲା । ଏହା ଦେଖି ବାପା ମା ପୂରାପୂରି ଭାଙ୍ଗି ଗଲେ । କିନ୍ତୁ ଏହା ପରେ ଯେତେବେଳେ ବାପା ପୁଅର ଶବ ସତ୍କାର ପାଇଁ ଗ୍ରାମବାସୀଙ୍କୁ ଡାକିଲେ ତେବେ କେହି ବି ଆଗକୁ ଆସିଲେ ନାହିଁ ।

ଏହା ପରେ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଓ ମେଡିକାଲ କର୍ମଚାରୀଙ୍କ ସହଯୋଗ ପରେ ପୁଅ ଚନ୍ଦ୍ରମଣିଙ୍କ ଶବ ସତ୍କାର କରାଗଲା । ଯେତେବେଳେ ଏହି ଖବର ପ୍ରଚାର ହେଲା ତେବେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । କହିବାକୁ ଗଲେ ଭଗବାନ ଏହିଭଳି ଦୁଃଖ ଓ କଷ୍ଟ ଆଉ କାହାକୁ ନ ଦିଅନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *