ଗଣେଶ ପୂଜା ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ ଲାଗିଥାଏ ମହାପାପ

ହିନ୍ଦୁ ଧର୍ମରେ ପ୍ରଥମ ପୂଜ୍ୟ ବ ବୁଦ୍ଧିର ଦେବତା ଶ୍ରୀ ଗଣେଶ ଭଗବାନ ପୂଜା ବର୍ଷକୁ ଥରେ ଆସିଥାଏ । ଯାହା ଗଣେଶ ଚତୁର୍ଥୀ ନାମରେ ନମିତା ଅଟେ । ଏହି ପର୍ବ ପୁରା ଭାରତ ବର୍ଷରେ ବେଶ ଧୂମଧାମରେ ପାଳନ କରାଯାଏ । ଏହି ଦିନ ଶ୍ରୀ ଗଣେଶଙ୍କୁ ବାଜା ବଜାଇ ଖୁବ ଆଡମ୍ବରରେ ଘରକୁ ଅଣାଯାଇଥାଏ । ଯାହା ଦ୍ଵାରା ପୁରା ବାତାବରଣ ଗଣପତିଙ୍କ ସ୍ଵରରେ ପ୍ରସାର ହୋଇଥାଏ । ଚଳିତ ବର୍ଷ ୩୧ ଅଗଷ୍ଟ ବୁଧର ଦିନ ପଡିବାକୁ ଯାଉଛି ଗଣେଶ ଚତୁର୍ଥୀ । ଏହି ଦିନ କେଉଁ କାମ କରିବା ଅନୁଚିତ ଆସନ୍ତୁ ଜାଣିବା ।

୧- ପବିତ୍ର ଗଣେଶ ପୂଜା ଦିନ ଗଣପତିଙ୍କ ପୂଜାରେ ତୁଳସୀ ପତ୍ରର ବ୍ୟବହାର କରିବା ଅନୁଚିତ । ଏପରିକି ଜାଣତରେ ହେଉ ବା ଅଜାଣତରେ ହେଉ ଭଗବାନ ଗଣେଶଙ୍କୁ ଥରେ ବି କଦାପି ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହି । ଏପରି କରିଲେ ଆପଣଙ୍କୁ ପାପ ଲାଗିଥାଏ ।

୨- ଋଦ୍ଧି ସିଦ୍ଧି ଦାତା ପ୍ରଭୁ ଶ୍ରୀ ଗଣେଶ ଙ୍କୁ ଘରେ ସ୍ଥାପନ କରାଯିବାବ ଶୁଭ ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଦିନ ଭୁଲରେ ବି ଜନ୍ହ ଦେଖିବା ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ଚନଦାରମା ଙ୍କୁ ଏହି ଦିନ ଦର୍ଶନ କରନ୍ତି ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଲାଗିଥାଏ ।

୩- ଗଣେଶ ପୂଜା ଦିଅ ମୂଳା ଖାଇବା ନିଷେଧ ହୋଇଥାଏ । ଯଦି ଆପଣ ମୂଳା ଖାଉଛନ୍ତି ଏହି ପବତ୍ର ଗଣେଶ ପୂଜା ଦିନ ତେବେ ଜୀବନରେ ନାନା ରୋଗ ଦେଖା ଯାଇଥାଏ । ତେବେ ଏହା ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

୪- ଗଣେଶ ପୂଜା ଦିନ ଭୁଲରେ ବି କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ । କାକଳ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ଵାରା ପଣଙ୍କର ଗଣେଶ ପୂଜା ସଫଳ ହୁଏ ନାହି । ତେଣୁ ପବିତ୍ର ଦିନରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଅନୁଚିତ ଅଟେ ।

୫- ଗଣେଶ ପୂଜା ଦିନ ଶ୍ରୀ ଗଣେଶ ଙ୍କୁ ପୁଷ୍ପାଞ୍ଜଳି ଦେବା ସମୟରେ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କାରଣ କେତେ ପ୍ରକାରର ଫୁଲ ପୂଜା ନିମନ୍ତେ ନିଷେଧ କରା ଯାଇଛି ଯାହାକୁ ପୁଷ୍ପାଞ୍ଜଳି ସମୟରେ ପ୍ରୟୋଗ କରିବା ଉଚିତ ନୁହେଁ । ଯେପରିକି କୀଟ ଦ୍ଵାରା ଦଂଶିତ ହୋଇଥିବା ଫୁଲ, ବାସୀ ଫୁଲ, ଗଛ ତଳେ ପଡିଥିବା ଫୁଲ ବା ଅଧା ବା ଡେମ୍ଫ ନ ଥିବା ଫୁଲ ଯାହା ଶାସ୍ତ୍ରରେ ବର୍ଜିତ ରହିଛି । ଭଗବାନ ଗଣେଶ ଙ୍କୁ ହଳଦିଆ ବା ନାଲି ରଙ୍ଗର ଫୁଲ ଅର୍ପଣ କରିଲେ ବହୁତ ମଙ୍ଗଳ ହୋଇଥାଏ ।

୬- ଗଣେଶ ପୂଜା ଦିନ ଭୁଲରେ ବି ସ୍ଵାମୀ ସ୍ତ୍ରୀ ଝଗଡା କରନ୍ତୁ ନାହି । ନଚେତ ଆପଣଙ୍କୁ ଭଗବାନ ଗଣେଶଙ୍କ କୃପା ପ୍ରାପ୍ତ ହେବ ନାହି । ଏପରି କରିବା ଦ୍ଵାରା ଘରେ ଆସନ୍ତି ସୃଷ୍ଟି ହୋଇଥାଏ । ଏହି ଦିନ ସମସ୍ତଙ୍କ ପ୍ରତି ଭଲ ପାଇବା ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *