ଯଦି ଗର୍ଭାବସ୍ଥାରେ ଖାଉଛନ୍ତି ଏହି ସବୁ ଖାଦ୍ୟ, ହୋଇଯାଆନ୍ତୁ ସାବଧାନ- ନଚେତ ହୋଇପାରେ ବଡ ସମସ୍ୟା

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଗ୍ରାର୍ଭାବସ୍ଥାରେ କେମିତି ନେବେ ନିଜର କେୟାର ସେ ବିଷୟରେ କିଛି ଟିପ୍ସ ଦେବାକୁ ଯାଉଛୁ । ଆପଣମାନେ ତ ଜାଣିଥିବେ ଗର୍ଭାବସ୍ଥାରେ ଆମକୁ ବହୁତ କିଛି କରିବାକୁ ଡାକ୍ତର ମାନେ ମନା କରି ଥାନ୍ତି । ଏମିତି କି ବହୁତ କିଛି ଖାଇବାକୁ ମଧ୍ୟ, ଯାହା ସେହି ସମୟରେ ଆମ ପାଇଁ କ୍ଷତି କରି ପାରେ । ତେବେ ଆଜି ଆମେ ଆପଣଙ୍କୁ ସେହି ସବୁ ଖାଦ୍ଯ ବିଷୟରେ କହିବୁ ଯାହା ଗର୍ଭାବସ୍ଥାରେ ଆଦୌ ଖାଇବା କଥା ନୁହେଁ । ଯଦି ଭୁଲରେ ବି ଖାଆନ୍ତି ଦେବେ ଏହା ଗର୍ଭପାତର ଆଶଙ୍କା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ଯ ଗୁଡିକ କଣ ଯାହା ଗର୍ଭାବସ୍ଥାରେ ଖାଇବା ହେଉଛି ଶରୀର ପାଇଁ ଓ ସନ୍ତାନ ପାଇଁ କ୍ଷତି କରାକ ।

ଅମୃତଭଣ୍ଡା

ଅମୃତଭଣ୍ଡା ଏକ ବହୁତ ଭଲ ପାରିବା ହୋଇଥିଲେ ମଧ୍ୟ ଏହା ଗର୍ଭପାତର ଆଶଙ୍କା ସୃଷ୍ଟି କରିଥାଏ ।  କଞ୍ଚା ଅମୃତଭଣ୍ଡାରେ ଲେଟେକ୍ସ ଥାଏ ଯାହା ଗର୍ଭପାତର ଆଶଙ୍କାକୁ ବଢ଼ାଇ ଦେଇଥାଏ । ତେବେ ସନ୍ତାନ ଜନ୍ମ ହେବା ପରେ ଅମୃତଭଣ୍ଡା ଖାଇବାରେ କୈାଣସି ସମସ୍ୟା ନାହିଁ ।

ଅଙ୍ଗୁର

ଯଦି ଆପଣଙ୍କୁ ଅଙ୍ଗୁର ଭଲ ଲାଗେ ତେବେ ବି ଗର୍ଭାବସ୍ଥାରେ ଏହାର ସେବନ କେବେବି କରିବେ ନାହିଁ । କାରଣ ଏହାର ରସ ଆମ ଶରୀର କୁ ଗରମ କରିଥାଏ । ଯାହା ଭ୍ରୁଣ ପାଇଁ ବହୁତ କ୍ଷତିକରାକ । ଏହାର ସେବନ ଦ୍ଵାରା ଅସମୟରେ ପ୍ରସବ ହେବାର ସମ୍ଭାବନା ଥାଏ।

ତୁଳସୀ ପତ୍ର

ତୁଳସୀ ପତ୍ର ମହିଳାଙ୍କ ମାସିକ ଋତୁସ୍ରାବରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ଗର୍ଭବତୀ ମହିଳାର ଭୃଣ ପାଇଁ ଠିକ ନୁହେଁ । ଏଥିରେ ଥିବା ଆଷ୍ଟ୍ରୋଗୋଲ ଗର୍ଭପାତ କରାଇପାରେ ।

ସପୁରୀ

ସପୁରୀରେ ବ୍ରୋମେଲିନ୍ ଅଧିକ ଥିବା ଯୋଗୁଁ ଶୀଘ୍ର ପ୍ରସବ ହେବାର ସମ୍ଭାବନା ବଢ଼ି ଯାଇଥାଏ ।

ଏ ସବୁ ବ୍ଯତୀତ ଆହୁରି ମଧ୍ୟ ଅନେକ ଜିନିଷ ଅଛି ସେଥି ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ

ଗର୍ଭାବସ୍ଥାରେ ଧୂମ୍ରପାନ ଏବଂ ମଦ୍ୟପାନ କରନ୍ତୁ ନହିଁ ।

ଚା ଏବଂ କଫି ଅଧିକ ପିଅନ୍ତୁ ନାହିଁ । ଏଥିରେ କେଫିନ ଥାଏ ଯାହା ଶିଶୁ ପାଇଁ କ୍ଷତିକାରକ ।

କୌଣସି ଗରମ ଜିନିଷ ଖାଆନ୍ତୁ ନାହିଁ । ଗର୍ଭାବସ୍ଥାରେ ଭଲ ଭାବେ ରନ୍ଧା ଯାଇଥିବା ଖାଦ୍ୟ ଖାଆନ୍ତୁ । ପୁଷ୍ଟିକର ଭୋଜନ ଖାଆନ୍ତୁ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *