ଆମେ ସବୁବେଳେ ସମାଜରେ ଘଟୁଥିବା ମୁଖ୍ୟ ଖବର ଉପରେ ଧ୍ୟାନ ଦେଇଥାଉ, ହେଲେ ଖବର ତାହା ହେଇଥାଏ ଯାହା ଦ୍ଵାରା ସମସ୍ତଙ୍କର ସମସ୍ୟା ହୋଇଥାଏ । କିନ୍ତୁ ଆପଣ କେବେ ଭାବିଛକି ଯେ ଗର୍ଭପାତ ମଧ୍ୟ ଏକ ସାମାଜିକ ଘଟଣା ଯାହା ଉପରେ କି ବିଚାର କରାଯିବା ଦରକାର । କିନ୍ତୁ ଏହି ମାମଲା ଉପରେ ସର୍ବେକ୍ଷଣ କରିବା ପରେ କୁହାଯାଇଛି ଯେ ଯଦି ଡାକ୍ତରଖାନାଗୁଡ଼ିକ କଥା କୁହାଯାଏ ତ ଏବେ ଯାଏ ୩ ବର୍ଷ ଭିତରେ ଏହି ମାମଲା ୧୩% ରୁ ବଢ଼ି ଚାଲିଛି ଏଠି କେବଳ ୧୫ ବର୍ଷ ରୁ କମ୍ ଝିଅ ମାନଙ୍କର ଗର୍ଭପାତ କରାଯାଉଛି, ଏବେ ୧୪୪% ଯାଏ ବଢିଗଲାଣି ।
ହେଲେ ଥରେ ଭାବନ୍ତୁ ସେ ଛୋଟ ପିଲା ଙ୍କ ଅବସ୍ଥା କଣ ହେଇଥିବ, ଇଏ କଣ କଣ୍ଢେଇ ଖେଳ ହେଇଚି ।
ଗର୍ଭପାତ ପାଇଁ ଯେଉଁ ନିଷ୍ଠୁର ଉପାୟ ପ୍ରୟୋଗ କରନ୍ତି ତାହା ଜୀବନ ବି ନେଇପାରେ । ଆଜି ଆମେ ଆପଣଙ୍କୁ କିଛି ଫଟୋ ଦେଖେଇବୁ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ । ଫେଲିଶିଆ କୈଶ ନାମକ ଏକ ମହିଳା ନିଜ କଷ୍ଟପୂର୍ଣ୍ଣ କାହାଣୀ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଜଣେଇଥିଲେ । ସେ ଓ ତାଙ୍କ ସ୍ଵାମୀ ୧୩ ବର୍ଷ ଯାଏ ଗୋଟେ ପିଲା ପାଇଁ ଆଶା ରଖିଥିଲେ ସେଥିପାଇଁ ସେମାନେ ୩ ଝିଅ କୁ ପାଳିଥିଲେ ।
କିନ୍ତୁ ଭଗବାନ ଙ୍କ ଚମତ୍କାର ରେ ସେ ଗର୍ଭବତୀ ହେଇ ୨ ଟି ପୁଅ ଜନ୍ମ ଦେଲେ । ପୁଣି ୩ୟ ଥର ଗର୍ଭ ରେ ଯାଆଁଳା ପିଲା ଥିଲେ ଓ ତାଙ୍କର ଗର୍ଭାବସ୍ଥା ମଧ୍ୟ ଜଟିଳ ଥିଲା । ଗୋଟେ ପିଲା ଗର୍ଭ ରେ ନଷ୍ଟ ହେଇଯାଇଥିଲା, ତେଣୁ ଆଉ ଜଣକୁ ବଞ୍ଚେଇବା କଷ୍ଟ ଥିଲା ସେଥିପାଇଁ ସେ ୧୪ ସପ୍ତାହ ରେ ପିଲା କୁ ଜନ୍ମ ଦେଲେ ହେଲେ ସେ ବି ମୃତ ଥିଲା ।
ସେ ବହୁତ ଦୁଃଖୀ ହେଇ ସାରା ଦୁନିଆକୁ ଜଣେଇଲେ । ଯେ କି ସାଢ଼େ ୩ ମାସ ର ଛୁଆ ମାଂସ ଖଣ୍ଡ କି ନିର୍ଜୀବ ବସ୍ତୁ ହୋଇନଥାନ୍ତି । ଏଇ କମ୍ ସମୟ ରେ ମଧ୍ୟ ପିଲା ଟି ସମ୍ପୂର୍ଣ ବିକଶିତ ହୋଇଥାଏ । ସେ ନଚାହିଁ ବି ତାଙ୍କ ପିଲା ହରେଇବା ଦୁଃଖ ସହିଥିଲେ ହେଲେ ଭାବନ୍ତୁ ଯିଏ ଜାଣି କି ଆବର୍ଶନ କରୁଛନ୍ତି ସେତେବେଳେ ପିଲା ଟିକୁ କେତେ କଷ୍ଟ ହେଉଥିବ ।
ଗର୍ଭପାତ ସମୟ ରେ ସଲାଇନ ରେ ଇଞ୍ଜେକସନ ଦ୍ଵାରା ଗର୍ଭ କୁ ଗୋଟେ ଲିକୁଇଡ୍ ଛାଡନ୍ତି ଯାହା ପିଲା କୁ ମାରିଥାଏ । ଏଥିରେ ପିଲାଟି ଜଳିଯାଇଥାଏ,ତାପରେ ମାଆ ମଲା ପିଲାଟି ଜନ୍ମ ଦିଏ । ଥରେ ଥରେ ପିଲାଟି ଅଧା ଜଳି ଅଧା ବଞ୍ଚିଥାଏ,ଜନ୍ମ ପରେ ତାକୁ ମାରିବାକୁ ଛାଡିଦିଆଯାଏ । ସମାଜ ରେ ଅଳ୍ପ କିଛି ଲୋକ ଅଛନ୍ତି ଯିଏ ଜନ୍ମ ହେଇନଥିବା ପିଲା ର କଷ୍ଟ ବୁଝିପାରନ୍ତି । ଏମିତି କିଛି ପିଲା କୁ ଜନ୍ମ କରି ହୁଏନି, ତାମାନେ ତାକୁ ମାରିଦେବା ଟା କଣ ମଣିଷପଣିଆ । ଏମିତି କାମ କରନ୍ତୁନି, ପିଲା ଟି ର ପରିଚୟ ନାହିଁ ତ ତାମାନେ ନୁହେଁ ତାକୁ ମାରିଦେବା ।