ଗ୍ୟାସ ରୋଗୀ- କଣ ଖାଇବେ, କଣ ଖାଇବେ ନାହିଁ ? ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ…. ଦେଖନ୍ତୁ କଣ କହୁଛନ୍ତି Dr. Sushree

ବନ୍ଧୁଗଣ ଆଜିକାଲି ଅନେକ ଲୋକଙ୍କ ଥରେ ଗ୍ଯାସ ଭଳି ସମସ୍ଯା ଦେଖା ଯାଉଛି । ଆମ ପେଟରରେ ହାଇଡ୍ରୋକ୍ଳୋରିକ ଏସିଡ ରହିଛି ସେହି ସମୟରେ ଗ୍ଯାସ ସମସ୍ଯା ଅଧିକ ଦେଖା ଯାଉଛି । ଅନେକ ଲୋକ ମାନେ ଖାଇବାର ବ୍ୟବଧାନ ଅଧିକ ସମୟ ରଖିବା କାରଣରୁ ଏସିଡିଟି ବା ଗ୍ଯାସ ହୋଇଥାଏ । ଏହା ଅସହ ଅଧିକ ଖାଦ୍ୟ ବହୁତ ମାତ୍ରାରେ ଖାଇବା ଉଚିତ ନୁହେଁ । ନଚେତ ଗ୍ଯାସ ଅଧିକ ହାଇପର ହୋଇଥାଏ । ଅନ୍ୟ କିଛି ଲୋକଙ୍କର ପାଣି ପିଇବା କମ ଥାଏ । କିନ୍ତୁ ପାଣି ଦିନକୁ ୬ରୁ ୮ ଲିଟର ସେବନ କରିବା ଉଚିତ । ଏହା ସହ ରାତିରେ ଠିକ ସମୟରେ ଶୋଇବା ଉଚିତ ।

ସକାଳୁ ଉଠିବା ପରେ ଲୋକ ଆମେ ତେଲ ଜାତୀୟ ଖାଦ୍ଯ ଖାଉଛନ୍ତି ଯାହା ଦ୍ଵାରା ଗ୍ଯାସ ସମସ୍ଯା ଦେଖା ଯାଉଛି । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ସକାଳୁ ଉଠିବା ପରେ ବ୍ରେକଫାଷ୍ଟ ରେ କଦଳୀ, ଚୂଡା, ଛତୁଆ, ରୁଟି, ଓଟ୍ସ, ମାଣ୍ଡିଆ, ବେସନ ରୁଟି ବା ଚକୁଳି, ଅଟା ଚକୁଳି ଖାଇ ପାରିବେ । ଏହା ସହ ବ୍ରେକଫାଷ୍ଟରେ ଡାଲମା, ସଂବର, ଷ୍ଟିମ ଇଡଲି, ଚକୁଳି ଖାଇ ପାରିବେ ।

ଏହାର ୪ ଘଣ୍ଟା ପରେ ପଇଡ, ଲେମ୍ବୁ ପାଣି, ଫଳ, ଚୂଡା ଭଜା ଖାଇ ପାରିବେ । ଏହା ଦ୍ଵାରା ପେଟ ଖାଲି ନ ହେଲେ ଗ୍ଯାସ ସମସ୍ଯା ହେବ ନାହିଁ । ଏହା ପରେ ଲଞ୍ଚ ରେ ଭାତ, ଡାଲି, ଅଣ୍ଡା, ମାଛ, ମାଂସ ଆମେ ଖାଇଥାଉ । ପରେ ଅପାରାହ୍ନ ୫ରୁ ୬ଟା ମଧ୍ୟରେ କିଛି ସ୍ନାକ୍ସ ଆଇଟମ ଖାଇ ପାରିବେ । ରାତିରେ ଦିନର ରେ ଯେତେ ସମ୍ଭବ ହାଲକା ଖାଦ୍ୟ ଖାଇବା ଉଚିତ ।

ତେଣୁ ବ୍ରେକଫାଷ୍ଟ ରେ ଆଲକାଇନ, ଦ୍ଵିପହରରେ ଯେମିତି ଖାଇବା କଥା ସେମିତି ଖାଇବେ ଓ ଦିନର ରେ ହାଲକା ଫୁଡ ଖାଇ ପାରିବେ । ଯେତେ ସମ୍ଭବ ତେଲ ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ । ସକାଳୁ ଉଠିବା ପରେ ପ୍ରଥମେ ପାଣି ସେବନ କରିବା ଉଚିତ । ଏହା ଦ୍ଵାରା ପେଟର ରେ ଅଧିକ ଗ୍ଯାସ ସମସ୍ଯା ହୁଏ ନାହି । ଫାଷ୍ଟ ଫୁଡ, ଜଙ୍କ ଫୁଡ, ମିଠା ଜାତୀୟ ଖାଦ୍ୟ ସେବନ କରିବା ଉଚିତ ନୁହେଁ ।

ବାସୀ ଖାଦ୍ୟ, କୋବି, ମୂଳା, ଟାଣ ଥିବା ଖାଦ୍ୟ, ବିରି, ଅରୁଆ ଭାତ ଖାଇବା ଦ୍ଵାରା ଗ୍ଯାସ ସମସ୍ଯା ହୋଇଥାଏ । ଏହି ସବୁ ଖାଦ୍ୟ ଖାଇବା ଦ୍ଵାରା ପାଚନ କ୍ରିୟା ଠିକ ଭାବେ ହୁଏ ନାହି । ଯେଉଁ ମାନେ ଗ୍ୟାଷ୍ଟ୍ରିକ ରୋଗୀ ସେମାନେ କ୍ଷୀର ସେବନ କରିବା ଅନୁଚିତ । ଏହା ସହ ଫ୍ରେସ ଦହି ଖାଇ ପାରିବେ । ରାତିରେ କଲରା, ଶାଗ, ଖଟା ଦହି, ମୂଳା, କୋବି ବର୍ଜନ କରିବା ଉଚିତ ।

ରାତିରେ ରୁଟି ସଂତୁଳା ସହ ଛେନା ଆଡ କରି ଖାଇପାରିବେ । ତେଣୁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସହ ପ୍ରତିଦିନ ବ୍ୟାୟମ କରିବା ଉଚିତ । ପାଣି ସଫିସେଣ୍ଟ ସେବନ କରିବା ଉଚିତ । ମାନସିକ ଚିନ୍ତାରୁ ଦୂରେଇ ରହିବାକୁ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *