ଆସିଲା ବଡ ଖୁସି ଖବର, ଯାଁଆଳା ପିଲାଙ୍କ ମା’ ହେଲେ Ollywood ଅଭିନେତ୍ରୀ Jhilik Bhattacharya

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଓଲିଉଡ ର ଫେମସ ତଥା ବଙ୍ଗୀୟ ଅଭିନେତ୍ରୀ ଝିଲିକ ଙ୍କୁ ନିଶ୍ଚୟ ଜାଣିଥିବେ ସେ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ଖୁବ କମ ଦିନରେ ବହୁତ ସଫଳତା ହାସଲ କରି ପାରିଛନ୍ତି । ଝିଲିକ ବହୁତ ଗୁଡିଏ ଚଳଚିତ୍ର ରେ ଅଭିନୟ କରିଛନ୍ତ । ଓଲିଉଡ ର ଜଣେ ସଫଳ ନାୟିକା ଭାବରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ କିଏ ଅବା ନ ଜାଣେ । ତାଙ୍କର ଲୋକପ୍ରିୟତା ଓଡ଼ିଶାରେ ଖୁବ୍ ଅଧିକ । ତାଙ୍କ ଅଭିନୟରେ ସେ ଓଡିଶା ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ ।

ସେ ଏକ ବେଙ୍ଗଲି ଝିଅ ହୋଇକି ଓଡିଆ ବୋହୂ ହୋଇ ସାରିଛନ୍ତି ଚିଲିକା ରେ ଏକ ରେଜୋର୍ଟ ରେ ବିବାହ କରିଥିଲେ ଝିଲ୍ଲିକ ତେବେ ସେ ନିଜ ଫାନ୍ସ ମାନଙ୍କୁ ସବୁ ବେଳେ ଭଲ କଥା କହି ଥାନ୍ତି ତାଙ୍କ ଅଭିନୀତ ଚଳଚିତ୍ର ସବୁଙ୍କ ପ୍ରିୟ ହୋଇ ପାରିଛି । ବାବୁଶାନ ଓ ତାଙ୍କ ଯୋଡି ଏକ ସମୟରେ ଓଡିଶାର ଦର୍ଶକ ମାନଙ୍କୁ ହଲ ଆଡକୁ ଟାଣି ନେଉଥିଲା । ତେବେ ଝିଲିକ ହେଉଛନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ । ସେ ଓଡ଼ିଆ ସିନେ ଜଗତରେ ସେ ଅନେକ ହିଟ ସିନେମା ରେ ନିଜର ଅଭିନୟ ର ପ୍ରତିଭା କୁ ଦେଖାଇଛନ୍ତି ।

ସୁପର ମିଛୁଆ, ଲେଖୁ ଲେଖୁ ଲେଖିଦେଲି, ଆଖିରେ ଆଖିରେ, ଆଦି ଅନେକ ହିଟ ସିନେମା ସେ ଓଲିଉଡ କୁ ପ୍ରଦାନ କରିଛନ୍ତି । ଏହା ଛଡା ସେ ଅନେକ ରିୟାଲିଟି ସୋ ର ଜଜ୍ ମଧ୍ୟ ହୋଇଛନ୍ତି । ତେବେ ଝିଲିକ ଏହି ବର୍ଷକ ଆଗରୁ ବିଜେଡି ର ନେତା ପ୍ରୀତିରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ଏବଂ ଏହା ପର ଠାରୁ ସେ ଏହି ଲାଇମ ଲାଇଟ ଠାରୁ ଟିକେ ଦୁରେଇ ରହୁଛନ୍ତି ।

କିନ୍ତୁ ସେ ନିଜର ସୋସିଆଲ ମିଡ଼ିଆ ରେ ଫୋଟୋ ଏବଂ ଭିଡିଓ କୁ ନେଇ ସେ ବହୁତ ଚର୍ଚ୍ଚିତ ରୁହନ୍ତି । ତେବେ ଆପଣ ମାନେ ଜାଣିଥିବେ କି ଝିଲିକ ଗର୍ଭବତୀ ଥିଲେ ଏବଂ ସେଥିପାଇଁ ସେ ଲାଇମ ଲାଇଟ ରୁ ଦୁରେଇ ରହୁଥିଲେ । ତେବେ ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ, ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଝିଲିକ୍ ।

ଆପଣ ଜାଣି ଥିବେ କି ସେ ବିବାହ କରିବାର 2 ବର୍ଷ ହୋଇଗଲାଣି ତେବେ ସେ ଗତ କାଲୀ ଦୁଇ ଯମଜ ଶିଶୁ କନ୍ୟା ଙ୍କୁ ଜନ୍ମ ଦେଇ ଛନ୍ତି ଏକ ଘରୋଇ ହସ୍ପିଟାଲ ରେ । ତେବେ ଏହି ଖବର ଦ୍ଵାରା ଝିଲ୍ଲିକ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁଶି ଅଛନ୍ତି । ତେବେ ଆଜି ଝିଲିକଙ୍କର ମଧ୍ଯ ଜନ୍ମଦିନ । ତେବେ ଏହି ଖବର ପରେ ସମସ୍ତେ ଝିଲିକ ଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।

ତେବେ ଝିଲିକ ଙ୍କ ଫ୍ୟାନ ମାନେ ତାଙ୍କୁ ଏବଂ ତାଙ୍କ ସନ୍ତାନ ଙ୍କୁ ଭଲ ରହିବାର ସୁସ୍ଥ ରହିବାର ଆଶୀର୍ବାଦ ପ୍ରଦାନ କରିଛନ୍ତି । ଝିଲ୍ଲିକ ଏବେ ମା ହେବା ପରେ ଘର ପରିବାର ଖୁଶି ରେ ଝୁମୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *