ଜର୍ମାନୀର ମନ୍ତ୍ରୀ କଲେ ଆତ୍ମହତ୍ୟା, କରୋନା ପ୍ରଭାବରେ ଦେଶରେ ହେଉଥିବା ଅର୍ଥବ୍ୟବସ୍ଥାକୁ ନେଇ ଥିଲେ ଚିନ୍ତିତ

ଜର୍ମାନୀର ହେସେ ରାଜ୍ୟର ବିତ୍ତ ମନ୍ତ୍ରୀ ଥାମସ ଶାଏଫର ଆତ୍ମହତ୍ୟା କରିଛନ୍ତି, ରିପୋର୍ଟ ଅନୁଯାଇ ଶନିବାର ଦିନ ଥାମସ ଶାଏଫରଙ୍କ ଶବ ରେଲବେ ଟ୍ରାକ ଉପରେ ମୃତ ମିଳି ଥିଲା, କୁହା ଯାଉଛି ଯେ ଥାମସ ଶାଏଫର ଦେଶ ଅର୍ଥବ୍ୟବସ୍ତା ଠାରୁ ଚିନ୍ତିତ ଥିଲେ ଯାହା କରୋନା ଦ୍ଵାରା ପ୍ରଭାବିତ ଥିଲା, ଜର୍ମାନୀରେ ୬୦ ହଜାର ଠାରୁ ଅଧିକ କରୋନା ସଂକ୍ରମିତ କଥା ସାମ୍ନାକୁ ଆସିଛି ଓ ୫୦୦ ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ହେସେ ମୁଖ୍ୟମନ୍ତ୍ରୀ ୱାଲକର କହିଛନ୍ତି, ଆମେ ସମସ୍ତେ ସ୍ତବ୍ଦ ଅଛୁ, ଆମକୁ ବିଶ୍ଵାସ ହେଉ ନାହିଁ ଓ ଆମ ପାଇଁ ଏହା ଅତ୍ୟନ୍ତ ଦୁଃଖ ର ବିଷୟ ଅଟେ । ହେସେ ରେ ଜର୍ମାନୀର ବିତୀୟ ରାଜଧାନୀ ଫ୍ରେଙ୍କଫର୍ଟ ଅଟେ, ୟୁରୋପୀୟନ ସେଣ୍ଟ୍ରଲ ବ୍ୟାଙ୍କ ମଧ୍ୟ ଫ୍ରେଙ୍କଫର୍ଟ ଅଛି । ରାଜ୍ୟ ଅର୍ଥ ମନ୍ତ୍ରୀ ମୃତ୍ୟୁ ଖବର ପାଇ ଲୋକଙ୍କୁ ବହୁତ ଦୁଃଖ ଅନୁଭବ ହୋଇଛି, ବାଫିୟର କହିଛନ୍ତି ଯେ ମହାମାରୀ କାରଣ ପାଇଁ ହୋଇଥିବା ଆର୍ଥିକ ସଙ୍କଟ ପାଇଁ କମ୍ପାନୀ ଏବଂ କର୍ମୀ ସାହାଯ୍ୟ ପାଇଁ ସେ ଦିନ ରାତି କାମ କରୁଥିଲେ ।

ଚାଂସ୍ଲର ଏଞ୍ଜେଲା ମାର୍କେଲଙ୍କର ସହଯୋଗୀ ବାଫିର କହିଛନ୍ତି, ‘ଆଜି ଆମକୁ ଏହା ମାନିବାକୁ ହବ ଯେ ସେ ବହୁତ ଚିନ୍ତାରେ ଥିଲେ । ’ଆତ୍ମହତ୍ୟା କୌଣସି ଅସୁବିଧାର ସମାଧାନ ନୁହଁ ଯଦି ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ଅଛି ତେବେ କାହା ସହ ନିଜ ମନ କଥା ବ୍ୟକ୍ତ କରନ୍ତୁ ଏହା ଦ୍ଵାରା ଆପଣଙ୍କୁ ବହୁତ ଶକ୍ତି ଓ ସାହାସ ପ୍ରାପ୍ତ ହବ ଯଦି ଆପଣଙ୍କୁ କୌଣସି ଅସୁବିଧା ଅଛି ତେବେ ସ୍ୱାସ୍ଥ୍ୟ ବିଶେଶ୍ଜ୍ଞ ସହ କଥା ହୁଅନ୍ତୁ । ତେବେ ଯେଉଁଠି ଏହି କରୋନାର ପ୍ରକୋପ କମିବାର ନା ନେଉନି ସେଠି ଏହିଭଳି ଖବର ସବୁ ଅନ୍ୟ ଦେଶମାନଙ୍କୁ ମଧ୍ୟ ବହୁତ ଗମ୍ଭୀର ପ୍ରଭାବ ପକାଉଛି । ତେବେ ଏହା ଭାରତରେ ମଧ୍ୟ ବଢିବାରେ ଲାଗିଛି ଓ ସମସ୍ତଙ୍କର ଚିନ୍ତା ମଧ୍ୟ ବଢିଲାଣି ।

Leave a Reply

Your email address will not be published. Required fields are marked *