ବନ୍ଧୁଗଣ ଆମ ଜୀବନରେ ବାସ୍ତୁର ଆଦିକ ମହତ୍ଵ ରହିଛି । ଘର, କାର୍ଯ୍ୟ କ୍ଷେତ୍ରର ଦିଶା ଆମର ଭାଗ୍ୟ ଓ ପଜେଟିଭ ଚିନ୍ତାଧାରା କୁ ଅଧିକ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ ବାସ୍ତୁ ର କିଛି ସରଳ ଓ ସହଜ ଉପାୟ ବିଷୟରେ କହିବୁ ଯାହାକୁ ଆପଣେଇଲେ ଆପଣ ନିଜର ଆଖପାଖର ଊର୍ଜା କୁ ବଢାଇବା ସହ ସୋଇଥିବା ଭାଗ୍ୟ କୁ ମଧ୍ୟ ଜାଗୃତ କରି ପାରିବେ । ଆସନ୍ତୁ ଜାଣିବା କିଛି ବାସ୍ତୁ ଟିପ୍ସ ।
୧- ଘରର ସାଜସଜାରେ କଳା ରଙ୍ଗର ବ୍ୟବହାର କରିବା ଅନୁଚିତ । ଏହାଦ୍ବାରା ଘରର ମାହୋଲ ଅସାନ୍ତି ହୋଇଥାଏ ।
୨- ଘରର ପରଦା ଫାଟିଯାଏ ତୁରନ୍ତ ହଟାଇ ନୂଆ ପରଦା ଲଗାଇବା ଉଚିତ । ନଚେତ ଘରକୁ ଦାରିଦ୍ରତା ଆସିଥାଏ ।
୩- ଘରର ସୌହାର୍ଦ୍ୟପୂର୍ବକ ବାତାବରଣକୁ ବଜାୟ ରଖିବା ପାଇଁ ଘରେ ସାତ୍ଵିକ ଓ ହାଲକା ରଙ୍ଗ କରାଇବା ଉଚିତ ।
୪- ଘରେ ସୋଫା ସେଟ ଦକ୍ଷିଣ-ପଶ୍ଚିମ ଓ ଟିଭି କୁ ପଶ୍ଚିମ ଦିଗକୁ ରଖିବା ଉଚିତ ।
୫- ସମୟ ସମୟରେ ଘରର ପରଦାକୁ ଧୋଇବା ଉଚିତ । କାରଣ ମଇଳା ହୋଇଥିବା ପରଦା ଲଗାଇଲେ ନେଗେଟିଭ ଊର୍ଜା ଆସିଥାଏ ।
୬- ଘରର ସୁନ୍ଦରତା ବଢାଇବା ପାଇଁ ସିନେରୀ ବା ପୋଷ୍ଟର କିଣିବା ସମୟରେ ଧ୍ୟାନ ରଖିବେ ଯେମିତି ହିଂସା, ଦୁଖ, ଅପରାଧର ଚିତ୍ର ନ ଥିବ ।
୭- ପରିବାର ଲୋକଙ୍କର ଫୋଟୋ ଥିଲେ ପଶ୍ଚିମ ଦିଗରେ ଲଗାଇବା ଦ୍ଵାରା ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁରତା ଆସିଥାଏ ।
୮- ଡ୍ରଇଙ୍ଗ ରୁମରେ ଦକ୍ଷିଣ ଦିଗରେ ଗଛ ରଖିଲେ ଘରର ସଦସ୍ୟଙ୍କ ମଧ୍ୟରେ ଶାନ୍ତ ଓ ପ୍ରସନ୍ନ ରହିଥାଏ ।
୯- ଘରର ଠାକୁର ଘର ପୂର୍ବ ଦିଶାରେ ରଖିଲେ ଦେବତାଙ୍କ ନିବାସ ରହିଥାଏ ।
୧୦- ଘରର ଚଟଣାରେ ସ୍ଵସ୍ତିକ, ଦେବୀ ଦେବତା, ଶଙ୍ଖ, ବହି, ବିନା, ମୁକୁଟ, ପଶୁପକ୍ଷୀଙ୍କ ଚିତ୍ର ଆଣିକା ଅନୁଚିତ । ଏହାଦ୍ବାରା ଘର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।
୧୧- ଘରର ରୁମ ଗୁଡିକର ରଙ୍ଗ ଏକ ପ୍ରକାରର ହେବା ଉଚିତ । ବାସ୍ତୁ ଅନୁସାରେ ଅଲଗା ଅଲଗା ରଙ୍ଗ ହେବା ଅଶୁଭ ହୋଇଥାଏ ।
୧୨- ଘରର କାନ୍ଥ ଭାଙ୍ଗିବା ଅନୁଚିତ । ଏହା ଦ୍ଵାରା ସେହି ରୁମରେ ରହୁଥିବା ବ୍ୟକ୍ତିଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।
୧୩- ଘରର ମୁଖ୍ୟ ଦ୍ଵାରରେ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ନେଗେଟିଭ ଶକ୍ତି ଆସେ ନାହିଁ ।
୧୪- ଘରର ସୁନ୍ଦରତା ବଢାଇବା ପାଇଁ ମାଛ ରଖିପାରିବେ । ଏହା ସହ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ।
୧୫- ପିଲାମାନଙ୍କର ପଢିବା ରୁମ ପୂର୍ବ ଦିଗରେ ରହିଲେ ମନ ପଢାରେ ଲାଗିବ ଏବଂ ସ୍ମରଣ ଶକ୍ତି ବଢିବ ।
୧୬- ଘରେ ଅଧିକ ଲାଇଟ ପଡୁଥିବା ବଲ ଲଗାଇବା ଉଚିତ ।
୧୭- ରୋଷେଇ ଘରେ କଳା ରଙ୍ଗର ଟାଇଲ୍ସ ବା ଆସବାବପତ୍ର ରଖିବା ଅନୁଚିତ ।
୧୮- ଉତ୍ତର ଦିଗକୁ ମୁଖ କରି ଶୋଇବା ଅନୁଚିତ ।
୧୯- ଘରର ପୂର୍ବ ଦିଗରେ ସୂର୍ଯ୍ୟ ଉଦୟର ଚିତ୍ର ଲଗାଇବା ଉଚିତ ।
୨୦- ନବ ବିବାହିତଙ୍କ ଫୋଟୋ ଉତ୍ତର ବା ଉତ୍ତର-ଦକ୍ଷିଣ କୋଣରେ ଲଗାଇବା ଉଚିତ । ବନ୍ଧୁଗଣ ଏହା ଉପରେ ଆପଣଙ୍କର ମତାମତ ଆମକୁ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।