ସାବିତ୍ରୀ ବ୍ରତ ର କିଛି ନିୟମ, କେମିତି ବ୍ରତ ପୂଜା କରିବେ, କେଉଁ ମନ୍ତ୍ରରେ ପୂଜା କରିବେ… ଜାଣନ୍ତୁ ସଂପୂର୍ଣ୍ଣ ବିଧି

ବନ୍ଧୁଗଣ ଚଳିତ ବର୍ଷ ମେ ୧୮ ରୁ ୨୦ ତାରିଖ ଯାଏଁ ସାବିତ୍ରୀ ବ୍ରତ ପାଳନ କରାଯିବ । କାରଣ ସାବିତ୍ରୀ ବ୍ରତ 3 ଦିନ ପାଳନ କରାଯାଏ । ମେ ୧୮ରେ ଚତୁର୍ଦ୍ଦଶୀ ହୋଇଥିବାରୁ କିଛି ଲୋକ ପୂଜା କରିଥାନ୍ତି । ମେ ୧୯ରେ ଅମାବାସ୍ୟା ହୋଇଥିବାରୁ ସାବିତ୍ରୀ ବ୍ରତ କରାଯାଏ । ଆଉ ମେ ୨୦ରେ ବ୍ରତର ଉଜାପନ କରାଯାଏ । ଏକବାର କରୁଥିଲେ ନାରୀମାନେ ଶ୍ରୀଙ୍ଗାର ପିନ୍ଧିବା ସହ ସିଲେଇ ହୋଇଥିବା ଶାଢୀ ପିନ୍ଧନ୍ତି ନାହିଁ ।

ଏକବାରରେ ଭୂମି ଉପରେ ସୟନ କରିବା ସହ ଶାରୀରିକ ସମ୍ପର୍କ ରଖିବା ଅନୁଚିତ । ଯେଉଁ ଦିନ ବ୍ରତ ରଖିବେ ସେଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନାଦୀ କରି ନୂଆ ବସ୍ତ୍ର ବା ସିଲେଇ ନ କରାଯାଇଥିବା ବସ୍ତ୍ର ପିନ୍ଧିବା ଉଚିତ । ଯଦି ଆପଣ ନୂଆ ବ୍ରତଧାରୀ ତେବେ ସଂକଳ୍ପ କରି ସାବିତ୍ରୀ ବ୍ରତ ପୂଜା କରିବା ଉଚିତ । ଏହି ଦିନ ସୂର୍ଯ୍ୟଙ୍କ ପୂଜା କରିବା ପରେ ଠାକୁର ପୂଜା ଓ ସାବିତ୍ରୀ ବ୍ରତ ପୂଜା କରିବା ଉଚିତ ।

ଏହି ଦିନ ନାରୀମାନେ ନାଲି ରଙ୍ଗର ଶାଢୀ ପିନ୍ଧିବା ବିଶେଷ ଶୁଭ ହୋଇଥାଏ । କଳା ରଙ୍ଗର ବସ୍ତ୍ର ପିନ୍ଧିବା ଅଶୁଭ ହୋଇଥାଏ । ଘରେ ପୂଜା କରୁଥିଲେ ନଡିଆ, ବ୍ରତ, ହରିଡା, କଳସ, କୁଶ ଆଦିର ସାମଗ୍ରୀ ଆବଶ୍ୟକ ପଡିଥାଏ । ପୂଜା କରିବା ପରେ ଆଳତି କରି ସଂକଳ୍ପ କରି ମା ସାବିତ୍ରୀଙ୍କୁ ସ୍ଥାପନ କରିବେ । ଘାଟ ବା ହଳଦୀରେ ଶୀଳରେ ମାଙ୍କର ମୁଖ ତିଆରି କରି ପୂଜା କରିପାରିବେ ।

ଜଣେ ବ୍ୟକ୍ତି ଯଦି ବିଧି ବିଧାନ ଅନୁଯାୟୀ ପୂଜା କରିପାରୁ ନାହାନ୍ତି ତେବେ କେବଳ ଅକ୍ଷତ ଓ କଳସ ବସାଇ ପୂଜା କରିପାରିବେ । ଯେତେ ଅଧିକ ଗୁଆ ପୂଜା କରିଥିବେ ତାହାକୁ ସାଇତି ରଖିପାରିବେ । ଯଦି ଆପଣ ନିଜେ ପୂଜା କରିବେ ତେବେ ବିଧି ବିଧାନ ଅନୁଯାୟୀ ପୂଜା କରିବା ଉଚିତ । ସାବିତ୍ରୀ ବ୍ରତ ହଳଦିଆ ହେବା ଉଚିତ ।

ଯଦି ହଳଦିଆ କି ଧଳା ବ୍ରତ ନାହି ତେବେ ନାଲି ବ୍ରତ ପୂଜା କରିପାରିବେ । ଯଦି ଧଳା ବ୍ରତ ଅଛି ତେବେ ହଳଦୀରେ ବୁଡାଇ ପୂଜା କରିବେ । ବ୍ରତରେ ୭ ଗୋଟି ଗଣ୍ଠି ପଡିବ ତ୍ରିଦେବ ଓ ତ୍ରିଦେବୀଙ୍କ ନାମ ନେଇ । ସାବିତ୍ରୀ ଓ ସତ୍ୟବାନଙ୍କ ନାମରେ ଗୋଟେ ଗଣ୍ଠି ପକାଇବେ । ଡାହାଣ ହାତରେ ବ୍ରତ ପିନ୍ଧିବା ଉଚିତ ନାରୀମାନେ ।

ପୂଜା କରିବା ସମୟରେ ଶ୍ଵେତ ପଦ୍ମ ମଞ୍ଜିରେ ୧୦୮ ଥର ବା ୨୧ ଥର ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ । ଏହା ଦ୍ଵାରା ଅଧିକ ଫଳ ପ୍ରାପ୍ତ ହେବ । ଘରେ ପୂଜା କରିବା ପରେ ବର ଗଛକୁ ଯାଇ ପାଣି ଓ ଅକ୍ଷତ ଢାଳିବେ । ତାପରେ ରକ୍ଷା ସୂତ୍ର ବାନ୍ଧି ପରିକ୍ରମା କରିବେ । ଯେ କୌଣସି ଫୁଲ ନେଇଥିବେ ତାହା ଅର୍ପଣ କରିବା ପରେ ନୈବେଦ୍ୟ ଭାବେ ଫଳ ଅର୍ପଣ କରିବେ । ସ୍ତ୍ରୀ ମାନେ ସ୍ବାମୀଙ୍କର ପୂଜା ସାବିତ୍ରୀ ବ୍ରତ କରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *