ଘରର ଛାତ ଉପରେ ଆବର୍ଜନା ରଖିଲେ ହୋଇଥାଏ କଳହ- ଜାଣନ୍ତୁ

ଆପଣମାନେ ଏହା ଜାଣିଛନ୍ତି ଯେ ଘରେ ସବୁ ଜିନିଷ ବାସ୍ତୁ ଅନୁଯାଇ ନରଖିଲେ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ, ତେବେ ବାସ୍ତୁ ଦୋଷ ଦୂର ରଖିବା ପାଇଁ କେବଳ ଘର ବା ଭବନ ବାସ୍ତୁ ଅନୁଯାଇ ନିର୍ମାଣ କରିବା ଯଥେଷ୍ଟ ନୁହ, କାହିଁକିନା ବାସ୍ତୁ ଘର ଜିନିଷ ଅନୁଯାଇ ମଧ୍ୟ ପ୍ରତିଫଳ ଦେଇଥାଏ, ବାସ୍ତୁ ଶାସ୍ତ୍ର ଅନୁଯାଇ ସବୁ ଜିନିଷ ସଠିକ ଜାଗାରେ ରଖିବା ଉଚିତ, ବାସ୍ତୁ ଶାସ୍ତ୍ରରେ ଆଜି ଆମେ ଆପଣଙ୍କୁ କହିବୁ ଘରର ଛାତ ଉପରେ ରଖିଥିବା ଅଦରକାରୀ ଜିନିଷ ବିଷୟରେ । କମ ଆମେ ଘରର ଛତ ଉପରେ ଅଦରକାରୀ ଜିନିଷ ରଖିବା ଦରକାର ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଛାତ ଉପରେ କୌଣସି ବି ଅଦରକାରୀ ଜିନିଷ ରଖିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ପରିବାରର ସଦସ୍ୟଙ୍କ ମନ ଏବଂ ମତିଷ୍କରେ ନକରାତ୍ମକ ପ୍ରଭାବ ପଡିଥାଏ ଏବଂ ପିତୃ ଦୋଷ ବି ଲାଗିଥାଏ । ପୁରା ଘରର ମାହୋଲ ଖରାପ ହୋଇ ଯାଇଥାଏ । ଏହା ସହିତ ଏହା ଆପଣଙ୍କ ଘରେ କଳହର କାରଣ ବି ହେଇ ପରେ । ଯଦି ଆପଣଙ୍କ ଘରେ ବିନା ଉପଯୋଗ ର ଫାଲତୁ ଜିନିଷ ବହୁତ ସମୟରୁ ପଡି ରହିଛି ତାହେଲେ ତାକୁ ଘରୁ ବାହାର କରିଦିଅନ୍ତୁ ,ଯଦି ଆପଣଙ୍କ ଘରେ ଏମିତି କିଛି ଜିନିଷ ଅଛି ଯାହା ଉପଯୋଗୀ ଅଟେ କିନ୍ତୁ ଏବେ ତାହାର କିଛି କାମ ନାହିଁ ତାହେଲେ ଏମିତି ଜିନିଷକୁ ଏମିତି କୋଉଠି ପକାନ୍ତୁ ନି ,ତାକୁ ଠିକ କରି ଗୋଟିଏ ଜାଗାରେ ରଖି ଦିଅନ୍ତୁ ।

ବାସ୍ତୁ ଶାସ୍ତ୍ର ମଣିଷ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ, ଯଦି ବାସ୍ତୁ ଖରାପ ଥାଏ ତେବେ ଏହାର ନକାରାତ୍ମକ ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ ସେଥିପାଇଁ ବାସ୍ତୁ ଉପରେ ଧ୍ୟାନ ଦବା ଆବଶ୍ୟକ ଅଟେ । ବାସ୍ତୁ ଶାସ୍ତ୍ର ଅନୁଯାଇ ଘରେ ଥିବା ଭଙ୍ଗା ଜିନିଷ ଫୋପାଡି ଦିଅନ୍ତୁ ଭଙ୍ଗା ଜିନିଷ ଘରେ ରଖିବା ନକରାତ୍ମକ ଶକ୍ତି ପାଇଁ ବାସ କାରଣ ହୋଇଥାଏ ।

ସେଥିପାଇଁ ଭଙ୍ଗା କବାଡିଆ ଜିନିଷ ଘରେ ରଖନ୍ତୁ ନାହିଁ, ଏହା ଛଡା ଯଦି ଏହା ବହୁତ ଆବଶ୍ୟକ ଅଟେ ତେବେ ଏହାକୁ ସଜାଡି ସଠିକ ଭାବରେ ରଖନ୍ତୁ ନଚେତ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିବେ ନାହିଁ ଏବଂ ଆପଣଙ୍କୁ ଆର୍ଥିକ ଓ ମାନସିକ କଷ୍ଟ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାଇ ସବୁ ଜିନିଷ ସଠିକ ଜାଗାରେ ରଖିଲେ ସବୁ ଦେବୀ ଦେବତାଙ୍କ କୃପା ହୋଇଥାଏ ଏବଂ ସବୁ ସୁଖ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *