ଘରକୁ ବିଛା ଆସିବାର ଅର୍ଥ କଣ ? ଶୁଭ ଓ ଅଶୁଭ ସଙ୍କେତ- Sakuna Shastra

ଆପଣ ମାନେ ଜାଣିଥିବେ ଆମ ଆଖ ପାଖରେ ଥିବା କିଛି ବସ୍ତୁ ବା ଜିନିଷ ଆମକୁ କିଛି ସଂକେତ ଦେଇଥାନ୍ତି । ଏହି ସଂକେତ ପ୍ରକୃତି ଠାରୁ ବା ଆଖ ପାଖରେ ଥିବା ପଶୁପକ୍ଷୀଙ୍କ ଠାରୁ ମଧ୍ୟ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି ଯିଏ ଆମ ଆଖ ପାଖରେ ରହିଲେ ଶୁଭ ନା ଶୁଭ ହୋଇଥାଏ ।

୧- ବିରାଡି : ଯେଉଁ ଘରେ ବିଲେଇ କଳହ କରିବାର ନଜର ଆସିଥାନ୍ତି ସେହି ଘରେ ସର୍ବଦା କଳହ ଲାଗି ରହିଥାଏ । ଏହା ଛଡା ପରିବାର ଲୋକଙ୍କ ମଧ୍ୟରେ ମନାନ୍ତର ମଧ୍ୟ ସୃଷ୍ଟି ହୋଇଥାଏ ।

୨- ଗାଈ : ଯଦି ଘର ଆଗରେ ଗାଈ ବୋବାଳି କରିଥାଏ ତେବେ ସେହି ଘରଡ଼ ଉନ୍ନତି ହୋଇଥାଏ । ଘର ଆଗରେ ଗାଈ ରଡି କରିଲେ ବହୁତ ଶୁଭ ହୋଇଥାଏ ।

୩- କୁକୁର : କୁକୁର କାନ୍ଦିବା ଅଶୁଭ ସଂକେତ ହୋଇଥାଏ । ଯଦି ଘର ବାହାରେ କୁକୁର କାନ୍ଦିବା ଶବ୍ଦ ଶୁଣାଯାଏ ତେବେ ଏହା ବିପଦ ସଂକେତ ହୋଇଥାଏ ।

୪- ପିମ୍ପୁଡି : ଯେଉଁ ଘରେ କଳା ପିମ୍ପୁଡି ଦଳ ହୋଇ ଦେଖାଯାଏ ତେବେ ସେହି ଘରେ ଐଶ୍ଚର୍ଜ୍ୟର ବୃଦ୍ଧି ହୋଇଥାଏ । ଏହା ଛଡା ଧନ ଆସିବାର ସୂଚନା ହୋଇଥାଏ । କଳା ପିମ୍ପୁଡି ଲାଇନ ଭାବେ ଦେଖାଗଲେ ଏହା ଦ୍ଵାରା ଘରେ ମତଭେଦ ହୋଇପାରେ । କିନ୍ତୁ ନାଲି ପିମ୍ପୁଡି ଘରେ ଦେଖାଗେଲ ଏହା ଅଶୁଭ ହୋଇଥାଏ ।

୫- ମୟୂର : ମୟୁର ଦେଖିବା ଏକ ଶୁଭ ସଂକେତ ବିଚାର କରାଯାଏ । ଯଦି ଘର ବାହାରେ ମୟୂର ଦେଖାଯାଏ ତେବେ ଆପଣଙ୍କ ଘରକୁ କୌଣସି ଶୁଭ ଖବର ଆସିବାକୁ ଯାଉଛି ବୋଲି ସଂକେତ ମିଳିଥାଏ ।

୬- ବିଛା : ଗୃହରେ ଯଦି ବିଛା ଲାଇନରେ ଦେଖାଯାଏ ତାହା ଅଶୁଭ ହୋଇଥାଏ । ଯଦି ଘରେ ଗୋଟେ ଲାଇନରେ ଗୋଟେ ବା ଦୁଇ ଟିବିଛା ଦେଖାଯାଏ ତେବେ ଏହାର ଅର୍ଥ ହେଉଛି ଘରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । କିନ୍ତୁ ହଳଦିଆ ବିଛା ଘରେ ଦେଖାଗଲେ ଧନ ପ୍ରାପ୍ତି ହେବାର ସୂଚନା ମିଳିଥାଏ । ତେଣୁ ହଳଦିଆ ବିଛା ଦେଖିବା ଶୁଭ ହୋଇଥାଏ ।

୭- ଚୁଚୁନ୍ଦ୍ରା : ଚୁଚୁନ୍ଦ୍ରା ଘରେ ଦେଖାଗଲେ ଶୁଭ ହୋଇଥାଏ । ଘରେ ଚୁଚୁନ୍ଦ୍ରା ଦେଖାଗଲେ ମା ଲକ୍ଷ୍ମୀଙ୍କର ଆଗମନ ହେବାର ସୂଚନା ମିଳିଥାଏ । ତେଣୁ ଚୁଚୁନ୍ଦ୍ରା କୁ ସବୁ ଦ୍ରୁଷ୍ଟି ରୁ ଶୁଭ ବୋଲି ମାନାଯାଏ ।

୮- କୋଇଲି : କୋଇଲି ଘର ଛାତ ବା ବାହାରେ ବସିଲେ ଶୁଭ ସଂକେତ ମିଳିଥାଏ । କିନ୍ତୁ କୋଇଲି ଓ ପେଚା ଏକତ୍ର ବସିବାର ଦେଖାଗଲେ ଏହା ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରର ସମସ୍ଯା ଆସିବାର ସୂଚନା ମିଳିଥାଏ ।

୯- ଆହତ ପକ୍ଷୀ : ଯଦି ଆହତ ପକ୍ଷୀ ଘରର ଛାତ ବା ବାହାରେ ପଡିଥାଏ ତେବେ ଏହା ଅଶୁଭ ସଂକେତ ହୋଇଥାଏ । ଏହା ଦ୍ଵାରା ଘରର କିଛି ବିପଦ ଆସିବାର ସଂକେତ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *