ଘରର ବୋହୂ ହେବେ ତ ଏମିତି, ଶାଶୂ ଶ୍ଵଶୁରଙ୍କୁ ରଖିଛନ୍ତି ବାପା ମା’ଙ୍କ ପରି, କରନ୍ତି ବହୁତ ସମ୍ମାନ

ସର୍ବଦା ବୋହୂମାନଙ୍କ ଅଭିଯୋଗ ଆସିଥାଏ କି, ସେମାନେ ନିଜ ଶାଶୂ ଶ୍ଵଶୁରଙ୍କୁ ଭଲ ବ୍ୟବହାର କରନ୍ତିନି । କିନ୍ତୁ କେତେକ ବୋହୂ ଏମିତି ହୋଇଥାନ୍ତି ଯିଏ ନିଜ ଶାଶୂ ଶ୍ଵଶୁରଙ୍କୁ ମା ବାପାଙ୍କ ପରି ଭଲପାଆନ୍ତି ଓ ତାଙ୍କର ସେବା ଭଲସେ କରିଥାନ୍ତି । ଆଜି ଆମେ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଶାଶୂ ଶ୍ଵଶୁରଙ୍କୁ ବାପା ମାଙ୍କ ପରି ରଖିଛନ୍ତି ଓ ତାଙ୍କର ସେବା କରିବାରେ କିଛି ତ୍ରୁଟି ରଖି ନାହାନ୍ତି । ସେ ଆଉ କେହି ନୁହନ୍ତି ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ଚାରୁ ଆସୋପା ଅଟନ୍ତି । ଚାରୁ ଆସୋପା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନଙ୍କୁ ବିବାହ କରିଛନ୍ତି ।

Image Courtesy: Google

ବିବାହ ପରଠୁ ଏହି ଯୋଡ଼ି ବହୁତ ଚର୍ଚ୍ଚାରେ ଆସୁଛନ୍ତି । ଏହି ଯୋଡ଼ିକୁ ପର୍ଫେକ୍ଟ କପଲ୍ ବୋଲି କୁହାଯାଏ । ଏମାନେ ସବୁବେଳେ ନିଜ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଖାଲି ଏତିକି ନୁହେଁ, ଚାରୁଙ୍କର ତାଙ୍କ ଶାଶୁଙ୍କ ସହିତ ମଧ୍ୟ ଭଲ ବଣ୍ଡିଙ୍ଗ୍ ଓ ସେମାନଙ୍କ ମଧ୍ୟରେ ସୁସମ୍ପର୍କ ମଧ୍ୟ ରହିଛି କିଛି ଝଗଡା ଏବଂ କିଛି ଖରାପ ବ୍ୟବହାର ଦେଖିବାକୁ ମିଳିନୀ  ।

Image Courtesy: Google

ଶାଶୂ ଶ୍ଵଶୁରଙ୍କୁ ରଖିଛନ୍ତି ବାପା ମାଙ୍କ ପରି

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ,ସେ ତାଙ୍କ ଶାଶୂ ଶ୍ଵଶୁରଙ୍କୁ ବାପା ମାଙ୍କ ପରି ରଖିଛନ୍ତି । ସେ ସବୁଦିନ ସେମାନଙ୍କ ସହ ଫଟୋ ଉଠାଇବା ସହିତ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥାନ୍ତି । ସେ ପୂର୍ବ ବର୍ଷ  ରାଜୀବ ସେନ୍ ଙ୍କୁ କୋର୍ଟ ମ୍ୟାରେଜ୍ କରିଥିଲେ ଓ ତାପରେ ପୁଣି ଧୁମଧାମରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।

Image Courtesy: Google

ସେମାନେ ବିବାହ ପରେ ନିଜ ନିଜ ମଧ୍ୟରେ ବହୁତ ସମୟ ବିତାନ୍ତି ଓ ସବୁବେଳେ ସେମାନଙ୍କ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ । ଏତିକି ନୁହେଁ ସେ ନିଜ ଶାଶୂ ଶ୍ଵଶୁରଙ୍କ ସହିତ ପାର୍ଟି ମଧ୍ୟ ଆଟେଣ୍ଡ କରନ୍ତି । ସେମାନଙ୍କ ମଧ୍ୟରେ ଅଜବ ବଣ୍ଡିଙ୍ଗ୍ ଦେଖିବାକୁ ମିଳିଥାଏ । ଏହି ସୁନ୍ଦର ଯୋଡ଼ି ସୁଖପୂର୍ଣ୍ଣ ଜୀବନ ବିତାଉଛନ୍ତି ଏବଂ ତାଙ୍କ ଶାଶୂ ଓ ଶ୍ଵଶୁର ମଧ୍ୟ ବହୁତ ହିଁ ଖୁସି ଅଛନ୍ତି ଶାନ୍ତିପୂର୍ଣ ଭାବେ ପରିବାରର ଲୋକ ସମୟ କାଟୁଛନ୍ତି । ସେ ତାଙ୍କ ଶାଶୂ ଶ୍ଵଶୁରଙ୍କର ସମ୍ପୁର୍ଣ୍ଣ ଧ୍ୟାନ ରଖୁଛନ୍ତି, ସେମାନଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ସବୁ ଛୋଟ ଛୋଟ କଥା ପ୍ରତି ମଧ୍ୟ ସେ ପୁରା ଧ୍ୟାନ ରଖୁଛନ୍ତି ।

Leave a Reply

Your email address will not be published. Required fields are marked *