ସକାଳୁ ସକାଳୁ ଜଳଖିଆ ନ କରିବା ପୂର୍ବରୁ ଜାଣନ୍ତୁ ଏହି କଥା, ନଚେତ ହେଇପାରେ ଅସୁବିଧା

ସକାଳର ଜଳଖିଆ ଶରୀରକୁ ଏନର୍ଜି ଦେଇ ଆପଣଙ୍କୁ ଦିନସାରା ଏନର୍ଜେଟିକ ରଖିବାରେ ସାହାଯ୍ୟ କରିଥାଏ । ତା ସହିତ ବ୍ରେକଫାଷ୍ଟ୍ ରେ ଜରୁରୀ ଭିଟାମିନ୍ସ ଓ ମିନେରାଲ୍ସ ସାମିଲ କଲେ ଆପଣ ସବୁବେଳେ ସୁସ୍ଥ ରହିବେ । ଯଦି ଆପଣ ସକାଳର ଖାଇବା ସ୍କିପ କରନ୍ତି ତ ହାର୍ଟ ଡିଜିଜ୍‌, ଡାଇବେଟିସ୍‌, ଷ୍ଚ୍ରେସ୍ ଇତ୍ୟାଦି ରୋଗରର ଶିକାର ହୋଇପାରନ୍ତି । ତେଣୁ ସକାଳୁ ଉଠି ଏକ ଘଣ୍ଟା ମଧ୍ୟରେ ହିଁ ବ୍ରେକଫାଷ୍ଟ କରନ୍ତୁ, ନଚେତ ଭୋଗିବାକୁ ପଡିବ ଏହି ସବୁ ରୋଗର ସମସ୍ୟା ।

ବ୍ରେକଫାଷ୍ଟ ନ କରିବାର ଅସୁବିଧା-

ବ୍ରେକଫାଷ୍ଟ ନ କରିଲେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ଦେଖାଦିଏ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ କି ଯଦି ଆପଣ ନିଜର ଦିନର ପ୍ରଥମ ଭୋଜନ ଯାହାକୁ ଆମେ ଜଳଖିଆ କହିଥାଉ, ଏହା ନ କରିବା ଦ୍ଵାରା କେଉଁ କେଉଁ ରୋଗର ଶିକାର ହୋଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ସବୁ ରୋଗ ବିଷୟରେ ଯାହା ବ୍ରେକଫାଷ୍ଟ ସ୍କିପ କଲେ ହୋଇଥାଏ ।

Image Courtesy: Google

ଏସିଡିଟି

ରାତିରେ ଭୋଜନ ଡାଇଜେଷ୍ଟ ହେବା ପରେ ପେଟ ଖାଲି ହୋଇଯାଇଥାଏ । ରାତିସାରା ପେଟ ଖାଲି ରହିବା କାରଣରୁ ଏଥିରେ ଏସିଡିଟି ମାତ୍ରା ବଢ଼ିଯାଏ । ଏଥିରେ ଯଦି ଆପଣ ସକାଳ ର ଜଳଖିଆ ମଧ୍ୟ ନକରିବେ ତେବେ ଏସିଡିଟି ର ସମସ୍ୟା ସୃଷ୍ଟି ହୋଇଥାଏ ।

ଅଲ୍‌ସର

ବ୍ରେକଫାଷ୍ଟ୍ ନକରିବା ଦ୍ଵାରା ଏସିଡିଟିର ସମସ୍ୟା ଆରମ୍ଭ ହୁଏ । ଯଦି ଏସିଡିଟି ଲମ୍ବା ସମୟ ଯାଏ ଲାଗି ରହେ ତେବେ ପେଟରେ ଅଲ୍‌ସର ର ସମସ୍ୟା ହୋଇଥାଏ । ଏଥିପାଇଁ କେବେବି ଜଳଖିଆ କରିବା ଭୁଲନ୍ତୁ ନାହିଁ । ନଚେତ ଏହା ବହୁତ ଗମ୍ଭୀର ରୋଗର ସମସ୍ୟା ସୃଷ୍ଟି କରିପାରେ ।

Image Courtesy: Google

ହାର୍ଟ ଆଟାକ

ଯଦି ବ୍ରେକଫାଷ୍ଟ୍ ସ୍କିପ୍ କରନ୍ତି ତ ଆପଣଙ୍କୁ ହାର୍ଟ ଆଟାକ ଆସିବାର ସମ୍ଭାବନା ବଢ଼ି ଯାଇଥାଏ । ଏକ ଷ୍ଟଡି ଅନୁସାରେ,ଜଳଖିଆ ନକରିବା ଲୋକମାନଙ୍କ ମଧ୍ୟରେ 27% ହାର୍ଟ ଆଟାକ ର ବିପଦ ଅଧିକ ହୋଇଥାଏ ।

ଡାଇବେଟିସ୍‌

ସକାଳୁ ଜଳଖିଆ ନକରିବା ଟାଇପ୍ 2 ଡାଇବେଟିସ୍‌ ର ସମସ୍ୟା 54% ବଢିଯାଏ । ଜଳଖିଆ ନକଲେ ହାଇପୋଗ୍ଲାଇସିମିକ୍ (ବଡି ର ସୁଗାର ଲେବଲ୍ କମ୍ କରିବା)ର ସମସ୍ୟା ହୋଇଥାଏ, ଯାହା କି ଡାଇବେଟିସ୍‌ ର କାରଣ ହୋଇଥାଏ ।

ଏନର୍ଜିରେ କମ

ସକାଳୁ ଜଳଖିଆ ନକଲେ ବଡି ରୁ ଗ୍ଲୁକୋଜ ଅଂଶ କମ୍ ହୋଇଯାଏ । ଦିନସାରା ଆପଣ ଏନର୍ଜି ରେ କମ୍, ଥକ୍କାପଣ, ଅଳସୁଆ ଅନୁଭବ କରିପାରନ୍ତି ।

Image Courtesy: Google

ମାଇଗ୍ରେନ

ବ୍ୟସ୍ତ ପୂର୍ଣ୍ଣ ଜୀବନ କାରଣରୁ ଆପଣ ଜଳଖିଆ ଛାଡ଼ିଦିଅନ୍ତି , କିନ୍ତୁ ଏହାର କାରଣ ଆପଣ ଅଧିକା ସମୟ ଖାଲି ପେଟ ରହିବା ଅଟେ । ଏହା ଦ୍ବାରା ବଡିରେ ଥିବା ଗ୍ଳୁକୋଜ ଲେବଲ ବାଲଂଶ କରିବା ପାଇଁ କିଛି ହର୍ମନ ରିଲିଜ୍ ହୋଇଥାଏ, ଯାହାପାଇଁ ବିପି ବଢ଼ିଥାଏ ଯେଉଁଥି ପାଇଁ ଏଥିରେ ମାଇଗ୍ରେନର ଆଟାକ ଆସିପାରେ ।

Leave a Reply

Your email address will not be published. Required fields are marked *